ଗର୍ଭାଶୟ ଆଡେନୋମାୟୋସିସ୍ କେବଳ ଯନ୍ତ୍ରଣାଦାୟକ ଋତୁସ୍ରାବ ନୁହେଁ। ଆଡେନୋମାୟୋସିସ୍କୁ ବୁଝିବା ପାଇଁ ଗର୍ଭାଶୟର ଶାରୀରିକ ଗଠନକୁ ବୁଝିବା ଜରୁରୀ ଅଟେ।
ଗର୍ଭାଶୟ ନିମ୍ନ ଲିଖିତ ସ୍ତରକୁ ନେଇ ଗଠିତ।
ମାୟୋମେଟ୍ରିୟମ୍: ବାହ୍ୟ କୋମଳ ମାଂସପେଶୀ।
ଏଣ୍ଡୋମେଟ୍ରିୟମ୍: ଋତୁସ୍ରାବ ସମୟରେ ବଢ଼ୁଥିବା ଆଭ୍ୟନ୍ତରୀଣ ସ୍ତର ଏବଂ ଗର୍ଭାଶୟରେ ନିଷେଚିତ ଡିମ୍ବ ଗ୍ରହଣ ପାଇଁ ଲାଇନ୍ କରିଥାଏ।
“ଜଙ୍କସନାଲ୍ ଜୋନ୍” ବା “ଆଭ୍ୟନ୍ତରୀଣ ମାୟୋମେଟ୍ରିୟମ୍” ହେଉଛି ଏହି ଦୁଇ ସ୍ତର ମଧ୍ୟରେ ଅବସ୍ଥିତ ଅଞ୍ଚଳ ଯାହା ଏଣ୍ଡୋମେଟ୍ରିୟମ୍ ଏବଂ ମାଂସପେଶୀ ସ୍ତରକୁ ଅଲଗା କରିଥାଏ। ଏକ ସୁସ୍ଥ ଗର୍ଭାଶୟରେ ଏହି ଅଞ୍ଚଳର ମୋଟେଇ 2-8 ମିମି ପର୍ଯ୍ୟନ୍ତ ହୋଇଥାଏ।
ଯେତେବେଳେ ଜଣେ ମହିଳାଙ୍କୁ ଆଡେନୋମାୟୋସିସ୍ ହୁଏ, ଏଣ୍ଡୋମେଟ୍ରିୟାଲ୍ ଟିସୁ ଗର୍ଭାଶୟ ମାଂସପେଶୀ ଭିତ୍ତିରେ ବୃଦ୍ଧି ପାଇ ଜଙ୍କସନାଲ୍ ଜୋନ୍କୁ ମୋଟା କରିଥାଏ। ଆଡେନୋମାୟୋସିସ୍ କ୍ଷେତ୍ରରେ, ଏହି ଜଙ୍କସନାଲ୍ ଜୋନ୍ର ମୋଟେଇ 12 ମିମି କିମ୍ବା ଅଧିକ ଅଟେ। ଏହା ଦ୍ୱାରା ଗର୍ଭାଶୟ ବଢ଼ିବା ସହ ଅନ୍ୟାନ୍ୟ ଅସହଜ ଓ ଯନ୍ତ୍ରଣାଦାୟକ ଲକ୍ଷଣ ଦେଖାଯାଏ। ମାୟୋମେଟ୍ରିୟମ୍ରେ ସିଷ୍ଟର ଉପସ୍ଥିତି ମଧ୍ୟ ଆଡେନୋମାୟୋସିସ୍ ଅବସ୍ଥାକୁ ସୂଚାଇଥାଏ।
35 ବର୍ଷରୁ ଅଧିକ ବୟସର ମଧ୍ୟବୟସ୍କା ମହିଳା କିମ୍ବା ଏଣ୍ଡୋମେଟ୍ରିଓସିସ୍ ଥିବା ମହିଳାଙ୍କ ଠାରେ ଆଡେନୋମାୟୋସିସ୍ ହେବାର ସମ୍ଭାବନା ଅଧିକ ଥାଏ।
ଏହି ସବୁ ଲକ୍ଷଣ ଉପରେ ନଜର ରଖନ୍ତୁ:
– ଯନ୍ତ୍ରଣାଦାୟକ କ୍ରାମ୍ପ କିମ୍ବା ପେଲଭିକ୍ ଯନ୍ତ୍ରଣା
– ଦୀର୍ଘ ଏବଂ ପ୍ରବଳ ଋତୁସ୍ରାବ
– ଯନ୍ତ୍ରଣାଦାୟକ ଯୌନ ସମ୍ପର୍କ
– ବନ୍ଧ୍ୟାତ୍ୱ
ଏହି ଲକ୍ଷଣଗୁଡ଼ିକ ଅନ୍ୟ ଅନ୍ତର୍ନିହିତ ସମସ୍ୟାକୁ ମଧ୍ୟ ସୂଚିତ କରିପାରେ ଏବଂ ଏଣ୍ଡୋମେଟ୍ରିଓସିସ୍ ସହିତ ସମାନ ଅଟେ।
ଜଟିଳତା:
ପ୍ରଭାବିତ ମହିଳାମାନଙ୍କ ଦୈନନ୍ଦିନ ଜୀବନ ଉପରେ ଆଡେନୋମାୟୋସିସ୍ର ପ୍ରତିକୂଳ ପ୍ରଭାବ ପଡ଼ିଥାଏ।
ଆଡେନୋମାୟୋସିସ୍ରେ ପୀଡ଼ିତ ମହିଳାମାନଙ୍କର ରକ୍ତହୀନତା, ବନ୍ଧ୍ୟାତ୍ୱ ଏବଂ ଅନ୍ୟାନ୍ୟ ଗର୍ଭାଶୟ ରୋଗ ହେବାର ଆଶଙ୍କା ଅଧିକ ଥାଏ।
ଆଡେନୋମାୟୋସିସ୍ ଏବଂ ପ୍ରଜନନ କ୍ଷମତା:
ଆଡେନୋମାୟୋସିସ୍ କାରଣରୁ ମହିଳାଙ୍କ ଠାରେ ପ୍ରଜନନ ସମ୍ବନ୍ଧୀୟ ବିଭିନ୍ନ ଜଟିଳତା ଦେଖାଦେଇଥାଏ ଯେପରିକି ଗର୍ଭାଶୟ ଫୁଲିଯିବା ସହ ଭାରି ହୋଇଯିବା। ଏହାର ପରିଣାମ ସ୍ୱରୂପ ଏକ ଅନୁପଯୁକ୍ତ ଗର୍ଭାଶୟ ପରିବେଶ ସୃଷ୍ଟି ହୁଏ ଯାହା ପ୍ରତିରୋପଣ ସମସ୍ୟା ଏବଂ ଗର୍ଭପାତ ପରି ବିପଦର କାରଣ ହୋଇଥାଏ।
ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ଆଡେନୋମାୟୋସିସ୍ ଏଣ୍ଡୋମେଟ୍ରିଓସିସ୍ ଏବଂ ପଲିପ୍ସ ଇତ୍ୟାଦି ପରି ଅନ୍ୟାନ୍ୟ ଅବସ୍ଥା ସହିତ ମିଶି ରହିଥାଏ ଯାହା ପ୍ରଜନନ ସମସ୍ୟା ସୃଷ୍ଟି କରିଥାଏ। ନିମ୍ନରେ କିଛି ଉପାୟ ଅଛି ଯାହା ପ୍ରଜନନ କ୍ଷମତାକୁ ପ୍ରଭାବିତ କରିପାରେ।
1. ଗର୍ଭଧାରଣରେ ସମସ୍ୟା: ଜଙ୍କସନାଲ ଜୋନ୍ର ମୋଟେଇ କାରଣରୁ ଗର୍ଭାଶୟର ବିକୃତ ଗଠନ ଶୁକ୍ରାଣୁର ଗତିବିଧିକୁ ଅବରୋଧ କରିପାରେ ଏବଂ ଅପରିପକ୍ୱ ଡିମ୍ବ ଗର୍ଭଧାରଣରେ ବାଧା ସୃଷ୍ଟି କରିପାରେ।
2.ଏଣ୍ଡୋମେଟ୍ରିଆଲ୍ କାର୍ଯ୍ୟରେ ସମସ୍ୟା: ଇଷ୍ଟ୍ରୋଜେନ ହରମୋନର ପ୍ରଦାହ ଏବଂ ଅତ୍ୟଧିକ ଉତ୍ପାଦନ ହେତୁ ଏଣ୍ଡୋମେଟ୍ରିୟମ୍ର କାର୍ଯ୍ୟ ଏବଂ ଗ୍ରହଣୀୟତା ବାଧାପ୍ରାପ୍ତ ହୁଏ।
3. ଖରାପ ପ୍ରତିରୋପଣ: ମାୟୋମେଟ୍ରିୟମରେ ଆକ୍ରମଣ କରୁଥିବା ଏଣ୍ଡୋମେଟ୍ରିଆଲ୍ ଟିସୁ କାର୍ଯ୍ୟ କରିବା ପାଇଁ ଡିଜାଇନ୍ କରାଯାଇଥିବାରୁ ଏହା ପ୍ରବାହ ଏବଂ ରକ୍ତସ୍ରାବ ଜାରି ରଖିଥିବାରୁ ବିଫଳ ପ୍ରତିରୋପଣର ଅଧିକ ସମ୍ଭାବନା ଥାଏ।
ଆଡେନୋମାୟୋସିସ୍ ଏବଂ ଗର୍ଭାବସ୍ଥା:
ଆଡେନୋମାୟୋସିସ୍ ମହିଳାଙ୍କ ଗର୍ଭଧାରଣ କ୍ଷମତାକୁ ପ୍ରଭାବିତ କରିଥାଏ। କିନ୍ତୁ ଯଦି ଜଣେ ମହିଳା ଗର୍ଭଧାରଣ କରନ୍ତି, ତେବେ ଗର୍ଭାବସ୍ଥାରେ ଗର୍ଭପାତ, ଜନ୍ମ ସମୟରେ କମ୍ ଓଜନ, ସମୟ ପୂର୍ବରୁ ପ୍ରସବ, ଆମ୍ନିଓଟିକ୍ ମେମ୍ବ୍ରେନ୍ ଅକାଳରେ ଫାଟିଯିବା, ଗର୍ଭାଶୟ ସଂକ୍ରମଣ ଇତ୍ୟାଦି ପରି ବିପଦ ରହିଥାଏ।
ବନ୍ଧ୍ୟାତ୍ୱରେ ଆଡେନୋମାୟୋସିସ୍ ପାଇଁ ଚିକିତ୍ସା ବିକଳ୍ପ:
ଯଦି ଆପଣ ଭବିଷ୍ୟତରେ ସନ୍ତାନ ଜନ୍ମ କରିବାକୁ ଚାହୁଁଛନ୍ତି ତେବେ ସଠିକ୍ ଏବଂ ଉପଯୁକ୍ତ ପ୍ରଜନନ ଚିକିତ୍ସା ଗ୍ରହଣ କରିବା ଜରୁରୀ ଅଟେ।
ଆଡେନୋମାୟୋସିସ୍ର ଚିକିତ୍ସା ଏବଂ ସକାରାତ୍ମକ ଗର୍ଭଧାରଣ ଫଳାଫଳ ବୃଦ୍ଧି କରିବା ପାଇଁ ଡାକ୍ତରୀ କିମ୍ବା ଅସ୍ତ୍ରୋପଚାର ବିକଳ୍ପ ଉପଲବ୍ଧ ରହିଛି।
ପ୍ରାକୃତିକ ଗର୍ଭାବସ୍ଥାର ଉନ୍ନତ ସମ୍ଭାବନା ସୃଷ୍ଟି କରୁଥିବା ହର୍ମୋନ ପ୍ରଭାବ ଏବଂ ପ୍ରଦାହକୁ ନିୟନ୍ତ୍ରଣ ଏବଂ ହ୍ରାସ କରିବା ପାଇଁ ଗୋନାଡୋଟ୍ରୋଫିନ-ରିଲିଜିଂ ହରମୋନ ଆଗୋନିଷ୍ଟ (GnRH-a) ପରି ହରମୋନ ଚିକିତ୍ସାର ସୁପାରିସ କରାଯାଏ।
ଶେଷକଥା:
40 ବର୍ଷରୁ ଅଧିକ ବୟସର ପ୍ରତି 10 ଜଣ ମହିଳାଙ୍କ ମଧ୍ୟରୁ 6 ଜଣ ଆଡେନୋମାୟୋସିସ୍ ରୋଗରେ ଆକ୍ରାନ୍ତ ହୁଅନ୍ତି। ଗମ୍ଭୀର ଋତୁସ୍ରାବ ଯନ୍ତ୍ରଣା ଏବଂ ପେଲଭିକ୍ ଯନ୍ତ୍ରଣା ଆଡେନୋମାୟୋସିସ୍ ସହିତ ଜଡ଼ିତ ହୋଇପାରେ। ଏହା କେବଳ ପ୍ରଜନନ କ୍ଷମତା ଉପରେ ନୁହେଁ ବରଂ ମହିଳାଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇଥାଏ।
ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ପାଇଁ ପ୍ରାକ୍ ଗର୍ଭଧାରଣ ନିଦାନ, ପରାମର୍ଶ ଏବଂ ସଚେତନତା ଆବଶ୍ୟକ।
ଆପଣଙ୍କ ପ୍ରଜନନ ସ୍ୱାସ୍ଥ୍ୟକୁ ନିୟନ୍ତ୍ରଣ କରିବା ପାଇଁ ନିୟମିତ ଭାବରେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାନ୍ତୁ।