ଶ୍ରୀଯୁକ୍ତ ସୁନୀଲ ଏବଂ ଶ୍ରୀମତୀ ଦିବ୍ୟାଙ୍କ ଜୀବନ ସେହି ସମୟରେ ଅସ୍ତବ୍ୟସ୍ତ ହୋଇଯାଇଥିଲା ଯେବେ ନିୟମିତ ଯାଞ୍ଚ ସମୟରେ ଜଣାପଡ଼ିଲା ଯେ ସେମାନେ ରେଟ୍ରୋଭାଇରାଲ୍ ପଜିଟିଭ୍ ଅଟନ୍ତି । ଜୈବିକ ଭାବେ ସନ୍ତାନ ଜନ୍ମ କରିବାର ସେମାନଙ୍କର ସ୍ୱପ୍ନ ଖଣ୍ଡ ଖଣ୍ଡ ହୋଇଗଲା କାରଣ କିଛି ଡାକ୍ତର ସେମାନଙ୍କୁ ଶୁକ୍ରାଣୁ ଦାତା (ସ୍ପର୍ମ ଡୋନର୍) କିମ୍ବା ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଯିବାକୁ ପରାମର୍ଶ ଦେଇଥିଲେ। ଦମ୍ପତ୍ତି ଓଆସିସ୍ ଫର୍ଟିଲିଟି ପରିଦର୍ଶନ କରିବା ପରେ ସେମାନଙ୍କୁ ନୂତନ ଆଶା ଓ ଆକାଂକ୍ଷା ମିଳିଲା ଏବଂ ସେମାନେ ଉନ୍ନତ ପ୍ରଜନନ ଚିକିତ୍ସା ମାଧ୍ୟମରେ ପିତାମାତା ହେବାର ସମ୍ଭାବନା ବିଷୟରେ ଜାଣିଥିଲେ ଏବଂ ସେମାନେ ଜୈବିକ ଭାବେ ସନ୍ତାନ ପ୍ରାପ୍ତ କରିଥିଲେ । ଏହା ଏଚ୍ଆଇଭି ରୋଗୀମାନଙ୍କୁ ଉନ୍ନତ ପ୍ରଜନନ ଚିକିତ୍ସା ଏବଂ ଆଣ୍ଟିରେଟ୍ରୋଭାଇରାଲ୍ ଥେରାପୀ ପାଇବାକୁ ସକ୍ଷମ କରିବା ଉପରେ ମହତ୍ତ୍ୱ ଦେଇଥାଏ ଯାହା ସାଥୀ ତଥା ସନ୍ତାନମାନଙ୍କ ଠାରେ ଏଚ୍ଆଇଭି ସଂକ୍ରମଣର ବିପଦକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏଡସ୍ କୌଣସି ଦମ୍ପତିଙ୍କୁ ପିତାମାତା ହେବାକୁ ରୋକିପାରିବ ନାହିଁ । ସଚେତନତା ସୃଷ୍ଟି କରିବା ମହତ୍ତ୍ୱପୂର୍ଣ୍ଣ ଅଟେ । ଗୋପନୀୟତା ବଜାୟ ରଖିବା ପାଇଁ ଦମ୍ପତିଙ୍କ ନାମ ପରିବର୍ତ୍ତନ କରାଯାଇଛି ।
ଏଚ୍ଆଇଭି ମହିଳାଙ୍କ ଗର୍ଭଧାରଣ କ୍ଷମତାକୁ କିପରି ଭାବରେ ପ୍ରଭାବିତ କରିଥାଏ?
ଏଚ୍ଆଇଭି ମହିଳାମାନଙ୍କୁ ଶାରୀରିକ, ଜୈବିକ, ମାନସିକ ସ୍ତରରେ ପ୍ରଭାବିତ କରିଥାଏ ଏବଂ ଏହାର ପରିଣାମସ୍ୱରୂପ ଓଜନ ହ୍ରାସ, ଲମ୍ୱା ସମୟ ପର୍ଯ୍ୟନ୍ତ ଏନୋଭ୍ୟୁଲେସନ ଏବଂ ମାସିକ ଋତୁସ୍ରାବରେ ଅନିୟମିତତା ଦେଖାଦେଇପାରେ । ଏହା ମଧ୍ୟ ଦେଖାଯାଇଛି ଯେ ଏଚ୍ଆଇଭି ପଜିଟିଭ୍ ମହିଳାମାନଙ୍କର ଯୋନିର ପ୍ରଦାହଜନକ (ପେଲଭିକ୍ ଇନଫ୍ଲାମେଟୋରୀ) ରୋଗ, ଟ୍ୟୁବଲ୍ ଫ୍ୟାକ୍ଟର୍ ଇନଫର୍ଟିଲିଟୀ ଇତ୍ୟାଦି ହେବାର ଆଶଙ୍କା ଅଧିକ ରହିଥାଏ।
ଗର୍ଭଧାରଣ ଏବଂ ଶିଶୁର ସ୍ୱାସ୍ଥ୍ୟ ସମ୍ୱନ୍ଧିତ ଲଜ୍ଜା ଏବଂ ଭୟ କାରଣରୁ ଚାପ ମଧ୍ୟ ଏହି ମହିଳାମାନଙ୍କର ପ୍ରଜନନ କ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାଏ । ସେମାନଙ୍କର ଗର୍ଭପାତ ହେବାର ଆଶଙ୍କା ମଧ୍ୟ ଅଧିକ ରହିଥାଏ । କିନ୍ତୁ ଏହା ସବୁ ସତ୍ତ୍ୱେ କୌଣସି ବ୍ୟକ୍ତିଙ୍କୁ ପରିବାର ସଂପୂର୍ଣ୍ଣ କରିବାର ସ୍ୱପ୍ନକୁ ପୂର୍ଣ୍ଣବିରାମ ଲଗାଇବାର କୌଣସି ଆବଶ୍ୟକତା ନାହିଁ ।
ପୁରୁଷମାନଙ୍କର ଜନ୍ମଧାରଣ କ୍ଷମତାକୁ ଏଚ୍ଆଇଭି କିପରି ଭାବେ ପ୍ରଭାବିତ କରିଥାଏ?
ଡବ୍ଲ୍ୟୁଏଚ୍ଓ ଅନୁଯାୟୀ, ଏଚଆଇଭି ପଜିଟିଭ୍ ଥିବା ପୁରୁଷମାନେ ହାଇପୋଗୋନାଡିଜିମ୍ ବିକଶିତ କରନ୍ତି ଏବଂ ଶୁକ୍ରାଣୁ (ସ୍ପର୍ମ)ର ଜମା ହେବା, ଶୁକ୍ରାଣୁ ଗଣନା (ସ୍ପର୍ମ କାଉଣ୍ଟ) ଏବଂ ଗତିଶୀଳତା (ମୋଟିଲିଟୀ)କୁ କମ୍ କରିଦେଇଥାଏ । ଏହା ବ୍ୟତୀତ, ସେମାନେ ଇରେକ୍ଟାଇଲ୍ ଡିସଫଙ୍କସନ, କାମେଚ୍ଛା (ଲିବିଡୋ)ରେ ହ୍ରାସ, ଅଲିଗୋସ୍ପର୍ମିଆ ଏବଂ ନପୁସଂକତା ଅନୁଭବ କରନ୍ତି ।
ପ୍ରଜନନ ଚିକିତ୍ସା ଉପରେ ଗଣନା:
ଦମ୍ପତ୍ତିଙ୍କ ମଧ୍ୟରୁ କୌଣସି ଜଣେ ସଂକ୍ରମିତ:
କୌଣସି ଦମ୍ପତ୍ତିଙ୍କ ଠାରେ, ଯେତେବେଳେ ପୁରୁଷ ସାଥୀ ଏଚ୍ଆଇଭି ସଂକ୍ରମିତ ହୋଇଥାନ୍ତି, ତେବେ ତାଙ୍କୁ ଆଣ୍ଟିରେଟ୍ରୋଭାଇରାଲ୍ ଔଷଧ ଦ୍ୱାରା ଚିକିତ୍ସା କରାଯାଏ ଯାହାର ପରିଣାମସ୍ୱରୂପ ସିରମ୍ ଏବଂ ସିମେନ୍ ଭାଇରାଲ୍ ଲୋଡ୍ କମ୍ ହୋଇଯାଇଥାଏ । ଯେତେବେଳେ ପୁରୁଷ ସାଥୀଙ୍କ ଠାରେ ଭାଇରାଲ୍ ଲୋଡ୍ ଚିହ୍ନଟ ହୁଏ ନାହିଁ, ତେବେ ଦମ୍ପତିଙ୍କର ଏଆର୍ଟି ଚିକିତ୍ସା ଆରମ୍ଭ କରାଯାଇଥାଏ । ଜଣେ ମହିଳା ସାଥୀକୁ ଦିଆଯାଇଥିବା ପ୍ରି-ଏକ୍ସପୋଜର ପ୍ରୋଫାଇଲାକ୍ସିସ୍ (PrEP) ମହିଳା ସାଥୀଙ୍କ ଠାରେ ସଂକ୍ରମଣର ବିପଦକୁ କମ୍ କରିଥାଏ । ଆଇସିଏସ୍ଆଇ (ICSI) ସହିତ ସେମିନାଲ ପ୍ଲାଜମା, ଆଇୟୁଆଇ, ଏବଂ ଆଇଭିଏଫ୍ର ଡବଲ୍ ୱାଶ୍ ପରି ବିଶେଷ ପ୍ରୋଟୋକଲ୍ ପତ୍ନୀ ଏବଂ ଶିଶୁଙ୍କ କ୍ଷେତ୍ରରେ ସେରୋକନ୍ଭର୍ସନ ହେବାର ଆଶଙ୍କାକୁ କମ୍ କରିଥାଏ ।
ଯଦିଓ ଅନେକ ଚିକିତ୍ସା ସମ୍ଭାବନା ଉପଲବ୍ଧ ରହିଛି ଯାହା ଏଚ୍ଆଇଭି ଦମ୍ପତିଙ୍କୁ ଜୈବିକ ଭାବରେ ସନ୍ତାନ ପ୍ରାପ୍ତି କରିବାର ସୁଖ ପ୍ରଦାନ ଦେଇପାରିବ, ସଚେତନତାର ଅଭାବ ଅନେକ ଲୋକଙ୍କୁ ନିରାଶ ଏବଂ ଦୁଃଖୀ କରିଛି ।
ଏଚ୍ଆଇଭି ଦମ୍ପତିଙ୍କ କ୍ଷେତ୍ରରେ ପ୍ରି-କନସେପ୍ସନ୍ (ଗର୍ଭଧାରଣ ପୂର୍ବର) କାଉନସେଲିଂ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାରଣ ଏହା ଦ୍ୱାରା ପରିବାର ଯୋଜନା କରିବା ପୂର୍ବରୁ ବିପଦ, ସତର୍କତାମୂଳକ ପଦକ୍ଷେପ ଏବଂ ଚିକିତ୍ସା ବିକଳ୍ପଗୁଡ଼ିକୁ ବୁଝିବାରେ ସହାୟତା ମିଳିଥାଏ ।
ଆଶା ରହିଛି! ନିଜର ପିତାମାତା ହେବାର ସ୍ୱପ୍ନକୁ ଛାଡ଼ନ୍ତୁ ନାହିଁ । ଏଡ୍ସ ସହିତ ଲଢ଼ନ୍ତୁ ଏବଂ ମାତାପିତା ହୁଅନ୍ତୁ!