Site icon Oasis Fertility

ସର୍ବୋତ୍ତମ IVF କ୍ଲିନିକ୍ ଖୋଜିବା: 8ଟୁ ଗୁରୁତ୍ୱପୂର୍ଣ୍ଣ କାରକ ଦେଖନ୍ତୁ

Finding The Best IVF Clinic: 8 Important Factors To Consider

Author: Dr. V Ramya, Consultant & Fertility Specialist

ଦ୍ରୁତ ଗତିରେ ପରିବର୍ତ୍ତନ ହେଉଥିବା ଏବଂ ସହରୀକରଣ ହେଉଥିବା ଏହି ଦୁନିଆରେ ଅସୀମ ସୁଯୋଗ ସୃଷ୍ଟି ହେଉଥିବା ବେଳେ ଏହା ଲୋକଙ୍କ ଜୀବନଶୈଳୀ, ଜୀବନର ମାନ ଏବଂ ଖାଇବା ଅଭ୍ୟାସରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଆଣୁଛି। ଫଳରେ ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଛି। ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ପ୍ରଜନନକ୍ଷମ ବୟସର ପୁରୁଷ ଓ ମହିଳାଙ୍କୁ ପ୍ରଭାବିତ କରୁଥିବା ଏଭଳି ଏକ ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି ବନ୍ଧ୍ୟାତ୍ୱ। WHOର ବର୍ତ୍ତମାନର ପରିସଂଖ୍ୟାନ ଅନୁଯାୟୀ ପ୍ରତି ସାତ ଜଣ ଦମ୍ପତିଙ୍କ ମଧ୍ୟରୁ ଜଣେ ବନ୍ଧ୍ୟାତ୍ୱରେ ପୀଡ଼ିତ ଅଟନ୍ତି। ପ୍ରଜନନ ଚିକିତ୍ସା କ୍ଷେତ୍ରରେ ହେଉଥିବା ନୂତନ ପ୍ରଗତି ସହିତ, ବନ୍ଧ୍ୟାତ୍ୱର ମୁକାବିଲା କରିବା ସହଜ ଏବେ ହୋଇପାରିଛି।

ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍, ଯାହାକୁ ସାଧାରଣତଃ IVF କୁହାଯାଏ, ଏକ ଉନ୍ନତ ପ୍ରଜନନ ଚିକିତ୍ସା ଯେଉଁଥିରେ ଡିମ୍ବାଣୁକୁ ଏକ ପରୀକ୍ଷାଗାର ସେଟିଂରେ ଶୁକ୍ରାଣୁ ସହିତ ନିଷେଚିତ କରାଯାଏ। IVF ଟେକ୍ନୋଲୋଜି ପ୍ରଜନନ ଚିକିତ୍ସା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି। IVF ଟେକ୍ନୋଲୋଜି ପ୍ରଜନନ ସମସ୍ୟା ଥିବା ଅନେକ ଦମ୍ପତିଙ୍କୁ ସେମାନଙ୍କ ପିତାମାତା ହେବାର ସ୍ୱପ୍ନକୁ ପୂରଣ କରିବାରେ ସାହାଯ୍ୟ କରିଛି।

ଗର୍ଭଧାରଣ କରିବାରେ ଅସୁବିଧା ଥିବା ଦମ୍ପତିଙ୍କ ପାଇଁ ସଠିକ୍ IVF କ୍ଲିନିକ୍ ଖୋଜିବା ଏକ ଦୁଃସ୍ୱପ୍ନ ହୋଇପାରେ।

ସଠିକ୍ IVF କ୍ଲିନିକ୍ ପାଇବା କାହିଁକି ଗୁରୁତ୍ୱପୂର୍ଣ୍ଣ?

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ, ଗୁଣାତ୍ମକ ସେବା ପ୍ରଦାନ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହା ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ସେତେବେଳେ ହୋଇଯାଏ ଯେତେବେଳେ ଭୂମିକା ଗ୍ରହଣ କରୁଥିବା ଅନେକ କାରଣକୁ ନିୟନ୍ତ୍ରଣ କରିବାର ଆବଶ୍ୟକତା ଥାଏ। ପରୀକ୍ଷା, ଲ୍ୟାବ୍ ଉପକରଣ, ରୋଗ ନିର୍ଣ୍ଣୟ, ଡାକ୍ତରଙ୍କ ଦକ୍ଷତା ଓ ଅଭିଜ୍ଞତା, ରୋଗୀସେବା ଇତ୍ୟାଦି ସନ୍ତୋଷଜନକ ଗ୍ରାହକ ସେବା ପ୍ରଦାନରେ ଭୂମିକା ଗ୍ରହଣ କରିଥାଏ। ଏବଂ ଏହି କାରଣଗୁଡ଼ିକୁ ବିଚାର କରିବା ସମୟରେ ସାମାନ୍ୟତମ ତ୍ରୁଟି ଏକ ଅପ୍ରୀତିକର ଅନୁଭୂତି ସୃଷ୍ଟି କରିପାରେ।

ପ୍ରଜନନ ଚିକିତ୍ସା ଦମ୍ପତି ଅନୁଯାୟୀ ଭିନ୍ନ ହୋଇଥାଏ। ପ୍ରଜନନ ଚିକିତ୍ସା ବାଛିବା ଏବଂ IVF କ୍ଲିନିକ୍ ଖୋଜିବା ପୂର୍ବରୁ ଆପଣ ଗର୍ଭଧାରଣ କରିବାକୁ ଅସମର୍ଥ ହେବାର କାରଣ ବୁଝିବା ପାଇଁ ପ୍ରଥମେ ଜଣେ ପ୍ରଜନନ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଭଲ ହେବ।

ଆପଣଙ୍କ ପାଇଁ ସର୍ବୋତ୍ତମ IVF କ୍ଲିନିକ୍ ଖୋଜିବା ପାଇଁ ଆପଣ ଏହି 8ଟି ଗୁରୁତ୍ୱପୂର୍ଣ୍ଣ କାରକ ବିଚାର କରନ୍ତୁ।

1. ପ୍ରଜନନ ବିଶେଷଜ୍ଞ: ଡାକ୍ତରୀ ଅଭିଜ୍ଞତା ଏବଂ ଦକ୍ଷତା

ଆପଣଙ୍କ ଆବଶ୍ୟକତା ଅନୁଯାୟୀ ପ୍ରଜନନ ବିଶେଷଜ୍ଞ ଖୋଜିବା ଏକ କଠିନ କାର୍ଯ୍ୟ ହୋଇପାରେ। ଯେକୌଣସି ଚିକିତ୍ସା ପାଇଁ ଡାକ୍ତର-ରୋଗୀ ସମ୍ପର୍କ ଏବଂ ବିଶ୍ୱାସ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସୁନିଶ୍ଚିତ କରନ୍ତୁ ଯେ ଆପଣ ଏପରି ଜଣେ ପ୍ରଜନନ ବିଶେଷଜ୍ଞଙ୍କୁ ବାଛୁଛନ୍ତି ଯିଏ ଉଚ୍ଚ ଯୋଗ୍ୟତାପ୍ରାପ୍ତ, ଅଭିଜ୍ଞ ହୋଇଥିବେ ଏବଂ ଆପଣଙ୍କ ସହ ଭଲ ବୁଝାମଣା ରଖିବେ। ଏହାସହିତ, ଏପରି ଜଣେ ପ୍ରଜନନ ବିଶେଷଜ୍ଞଙ୍କୁ ବାଛନ୍ତୁ ଯିଏ ଆପଣଙ୍କୁ ଆବଶ୍ୟକୀୟ ପ୍ରଜନନ ଚିକିତ୍ସା ବିଷୟରେ ବୁଝାଇପାରିବେ ଏବଂ ଜଣାଇପାରିବେ।

2. IVF ସେଣ୍ଟରର ମାନ ଓ ଗୁଣବତ୍ତା

ଚିକିତ୍ସା କ୍ଷେତ୍ରରେ ଗୁଣବତ୍ତା ଅତ୍ୟନ୍ତ ଜରୁରୀ ଅଟେ। ଏପରି ଏକ IVF କ୍ଲିନିକ୍ ଖୋଜିବା ଜରୁରୀ ଅଟେ ଯେଉଁଠାରେ ଗୁଣବତ୍ତାକୁ କଡ଼ାକଡ଼ି ଭାବେ ପାଳନ କରାଯାଏ।

ମୌଳିକ ମାନକ, ସାର୍ଟିଫିକେସନ୍ ଏବଂ ଅନୁପାଳନ କରାଯିବାକୁ ଥିବା ଗୁଣବତ୍ତା ହେଉଛି:

3. ବ୍ୟକ୍ତିଗତ ଚିକିତ୍ସା ଏବଂ ଯତ୍ନ

ପ୍ରଜନନ ଚିକିତ୍ସା କରିବା ଏକ ଭାବପ୍ରବଣ ଯାତ୍ରା ହୋଇପାରେ। IVF ଯାତ୍ରା ସମୟରେ ମାନସିକ ସ୍ୱାସ୍ଥ୍ୟ ସହାୟତା, ବ୍ୟକ୍ତିଗତ ଏବଂ ଅନୁକମ୍ପାମୂଳକ ଯତ୍ନ ପ୍ରଦାନ କରୁଥିବା IVF ସେଣ୍ଟର ଚୟନ କରିବା ଜରୁରୀ ଅଟେ। ଏପରି ଏକ ସେଣ୍ଟର ଖୋଜନ୍ତୁ ଯେଉଁଥିରେ ଆପଣଙ୍କ ଆବଶ୍ୟକତା ଏବଂ ସମସ୍ୟାର ସମାଧାନ କରୁଥିବା କର୍ମଚାରୀ ଥିବେ।

4. ଉପଲବ୍ଧ ସୁବିଧା ଓ ବ୍ୟବହାର ହେଉଥିବା ପ୍ରଯୁକ୍ତିବିଦ୍ୟା

ସଦ୍ୟତମ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ ଉପକରଣ ଥିବା କ୍ଲିନିକ୍ ଚୟନ କରନ୍ତୁ। ଏକ IVF ସେଣ୍ଟରରେ ଇଣ୍ଟ୍ରା-ୟୁଟେରିନ ଇନସେମିନେସନ (IUI), ଆସିଷ୍ଟେଡ୍ ହ୍ୟାଚିଂ, ଇନଭିଟ୍ରୋ ମାଚୁରେସନ (IVM) ଇତ୍ୟାଦି ପରି ବିଭିନ୍ନ ପ୍ରଜନନ ଚିକିତ୍ସା କରିବା ପାଇଁ ମାନକ ଏବଂ ମାର୍ଗଦର୍ଶିକା ଅନୁଯାୟୀ ବିଶେଷ ସୁବିଧା ରହିବା ଉଚିତ୍।

 

5. ଭ୍ରୂଣ ଫ୍ରିଜିଂ ବା ସଂରକ୍ଷଣ

ଭ୍ରୂଣ ଫ୍ରିଜିଂ ହେଉଛି ଏକ ଅତ୍ୟାବଶ୍ୟକ ସୁବିଧା ଏବଂ ଏକ ଉନ୍ନତ ଜ୍ଞାନକୌଶଳ ଯାହା ତୁରନ୍ତ ଗର୍ଭଧାରଣ ଯୋଜନା କରିବାକୁ ଅସମର୍ଥ ଥିବା ଦମ୍ପତିମାନଙ୍କ ପାଇଁ ଏକ ବରଦାନ ଅଟେ। IVF ଚିକିତ୍ସା ସମୟରେ ସୃଷ୍ଟି ହେଉଥିବା ସମସ୍ତ ଭ୍ରୁଣ ପ୍ରତିରୋପଣ ପାଇଁ ବ୍ୟବହୃତ ହୁଏ ନାହିଁ। ଅତିରିକ୍ତ ଭ୍ରୁଣକୁ ତରଳ ନାଇଟ୍ରୋଜେନରେ ଫ୍ରିଜ୍ କରି ଭବିଷ୍ୟତରେ ବ୍ୟବହୃତ ହେବା ପାଇଁ ରଖାଯାଇଥାଏ। ତେଣୁ IVF ସେଣ୍ଟର ଭ୍ରୂଣ ଫ୍ରିଜିଂ ସେବା ପ୍ରଦାନ କରେ କି ନାହିଁ ତାହା ଜାଣିବା ଜରୁରୀ ଅଟେ।

ଏହିସବୁ କ୍ଷେତ୍ରରେ ଭ୍ରୁଣ ଫ୍ରିଜିଂ କରାଯାଇପାରିବ

6. IVF ସଫଳତା ହାର

ସଫଳତା ହାର ବଢ଼ାଇବା ପାଇଁ ପ୍ରଜନନ ଔଷଧ କ୍ରମାଗତ ଭାବେ ପ୍ରଗତି କରୁଛି। ଏବେ ଲକ୍ଷ ଲକ୍ଷ ଅଭିଭାବକ IVF ଟେକ୍ନୋଲୋଜି ସାହାଯ୍ୟରେ ନିଜର ଜୈବିକ ଶିଶୁଙ୍କୁ ସ୍ୱାଗତ କରୁଛନ୍ତି।

IVF ସେଣ୍ଟର ବାଛିବା ପୂର୍ବରୁ ଦମ୍ପତିଙ୍କୁ ଯୁକ୍ତିଯୁକ୍ତ ଆଶା ରଖିବା ଏବଂ ନିର୍ଣ୍ଣାୟକ ଚୟନ କରିବା ପାଇଁ ସଫଳତା ହାର ବିଷୟରେ ସଚେତନ ହେବା ଉଚିତ।

ଅନେକ କାରଣ IVF ସଫଳତା ହାରକୁ ପ୍ରଭାବିତ କରିଥାଏ।

ସଫଳତା ହାରକୁ ଫେସ୍ ଭାଲ୍ୟୁ ଭାବରେ ନିଅନ୍ତୁ ନାହିଁ। ସଫଳତା ହାର ବିଷୟରେ ବିସ୍ତୃତ ଭାବରେ ଏବଂ ବ୍ୟକ୍ତିଗତ ଭାବରେ ଆପଣଙ୍କ ପ୍ରଜନନ ବିଶେଷଜ୍ଞଙ୍କ ସହିତ ଆଲୋଚନା କରନ୍ତୁ, କାରଣ ସଫଳତା ହାର ଦମ୍ପତି ଅନୁଯାୟୀ ଭିନ୍ନ ହୋଇଥାଏ ଏବଂ ରୋଗୀଙ୍କ ବୟସ ଉପରେ ନିର୍ଭର କରି ପରିବର୍ତ୍ତନ ହୁଏ।

ଅନ୍ୟ ସମସ୍ତ କାରଣ ମଧ୍ୟରେ IVF ଚିକିତ୍ସାର ସଫଳତାରେ ବୟସ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ। ବୟସ ଏବଂ IVF ସଫଳତା ହାର ପରସ୍ପର ଉପରେ ନିର୍ଭରଶୀଳ। ଅଧିକ ବୟସ ଉଭୟ ପୁରୁଷ ଏବଂ ମହିଳାଙ୍କ ଡିମ୍ବାଣୁ ଏବଂ ଶୁକ୍ରାଣୁର ସ୍ୱାସ୍ଥ୍ୟ ଏବଂ ଗୁଣବତ୍ତା ଉପରେ ପ୍ରଭାବ ପକାଇଥାଏ।

7. IVF ପ୍ୟାକେଜ୍ ମୂଲ୍ୟ

ପ୍ରଜନନ ଚିକିତ୍ସା ବ୍ୟୟବହୁଳ ଅଟେ। ଯେକୌଣସି ପ୍ରଜନନ ଚିକିତ୍ସା କରିବା ପୂର୍ବରୁ IVF ପ୍ୟାକେଜ୍‌ର ମୂଲ୍ୟ ବିଷୟରେ ସ୍ପଷ୍ଟତା ପାଇବା ଜରୁରୀ ଅଟେ। IVF ପ୍ୟାକେଜ୍ ମୂଲ୍ୟ ବିଷୟରେ ସଚେତନତା ଆର୍ଥିକ ଯୋଜନା କରିବାରେ ସାହାଯ୍ୟ କରିପାରେ।

ଏପରି ଏକ IVF ସେଣ୍ଟର ଚୟନ କରନ୍ତୁ ଯାହା ମୂଲ୍ୟ ନିର୍ଦ୍ଧାରଣ ପ୍ରଣାଳୀରେ ସ୍ୱଚ୍ଛତା ଅବଲମ୍ବନ କରେ ଏବଂ ଯାହାର କୌଣସି ଲୁକ୍କାୟିତ ଖର୍ଚ୍ଚ ନଥାଏ।

8. ସେଣ୍ଟରର ଅବସ୍ଥିତି

ଏହା ଗୁରୁତ୍ୱପୂର୍ଣ୍ଣ ମନେ ହେଉନଥିଲେ ମଧ୍ୟ IVF ସେଣ୍ଟରର ଅବସ୍ଥିତି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଅଟେ। ସୁବିଧାଜନକ ଦୂରତାରେ ଅବସ୍ଥିତ ଏକ ସେଣ୍ଟର ଚୟନ କରିବା ଦ୍ୱାରା ବାରମ୍ବାର ଯାତ୍ରା କରିବାର ଚାପ ହ୍ରାସ ପାଇଥାଏ ଏବଂ ସମୟ ମଧ୍ୟ ସଞ୍ଚୟ ହୋଇଥାଏ।

ଓଏସିସ୍ ଫର୍ଟିଲିଟି ଆପଣଙ୍କୁ ସବୁକିଛି ଦେଇଥାଏ!

ଓଏସିସ୍ ଫର୍ଟିଲିଟି ହେଉଛି ଏକ ଅଗ୍ରଣୀ ଏବଂ ଆଗକୁ ବଢ଼ୁଥିବା ଫର୍ଟିଲିଟି ଚେନ୍ ଯାହାର ସମଗ୍ର ଭାରତରେ 31ଟି ସେଣ୍ଟର ରହିଛି। ଏଥିରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ ହେଉଥିବା ବେଳେ ଏଥିରେ ଅଭିଜ୍ଞ ଡାକ୍ତର ଓ ଯତ୍ନବାନ ପରିଚାଳନା କର୍ମଚାରୀ ରହିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳରେ ସୁସଜ୍ଜିତ ଏହାର ଲ୍ୟାବ୍‌ଗୁଡ଼ିକ ମାନକ ଓ ଗୁଣବତ୍ତାକୁ କଡ଼ାକଡ଼ି ଭାବେ ପାଳନ କରନ୍ତି। ଓଏସିସ୍ ହେଉଛି ଏକ ISO 2001-ସାର୍ଟିଫାଏଡ୍ ସଂସ୍ଥା ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR)ର ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିଥାଏ। ଓଏସିସ୍ ଫର୍ଟିଲିଟିରେ ଗୋଟିଏ ସ୍ଥାନରେ ପରୀକ୍ଷା, ପରୀକ୍ଷାଗାର ପ୍ରକ୍ରିୟା, ଚିକିତ୍ସା ଏବଂ ପରାମର୍ଶ ସୁବିଧା ରହିଛି।

ପିତାମାତା ହେବାର ସ୍ୱପ୍ନକୁ ଓଏସିସ୍ ଫର୍ଟିଲିଟିର ବିଶ୍ୱସ୍ତ ପ୍ରଜନନ ବିଶେଷଜ୍ଞଙ୍କ ସହ ସାକାର କରନ୍ତୁ, ଯେଉଁମାନେ ଆପଣଙ୍କ ଯାତ୍ରାର ପ୍ରତ୍ୟେକ ପଦକ୍ଷେପରେ ଆପଣଙ୍କ ସହିତ ରହିବେ।

Was this article helpful?
YesNo
Exit mobile version