Site icon Oasis Fertility

ଡିମ୍ବାଶୟ କର୍କଟ ଚିକିତ୍ସା – ପ୍ରଜନନ ସମସ୍ୟା ଏବଂ ସଂରକ୍ଷଣ: ଭବିଷ୍ୟତ ଉପରେ ନଜର

Author: Dr. D Maheshwari, Consultant & Fertility Specialist

ମହିଳାମାନଙ୍କ ମଧ୍ୟରେ ଡିମ୍ବାଶୟ କର୍କଟ ସବୁଠାରୁ ଅଧିକ ଦେଖାଯାଏ। ଏହା ଡିମ୍ବାଶୟ, ଫାଲୋପିଆନ୍ ଟ୍ୟୁବ୍ ଏବଂ ପେରିଟୋନିୟମ୍‌ରେ ଉତ୍ପନ୍ନ ହୁଏ। ଡିମ୍ବାଶୟ କର୍କଟକୁ ସୁଦମ୍ୟ (ଅଣ-ମାରାତ୍ମକ), ମାଧ୍ୟମିକ (କମ୍ ମାରାତ୍ମକ) କିମ୍ବା ମାରାତ୍ମକ (କର୍କଟ) ଭାବରେ ଶ୍ରେଣୀଭୁକ୍ତ କରାଯାଇପାରେ।

ପାରିବାରିକ ଇତିହାସ ଥିବା ମହିଳାଙ୍କ ଠାରେ ଡିମ୍ବାଶୟ କର୍କଟରୁ ରକ୍ଷା ପାଇବାର କୌଣସି ଭଲ ଉପାୟ ନାହିଁ। ଏହାବ୍ୟତୀତ ଜେନେଟିକ ଇତିହାସ ନଥିବା ବୟସ୍କ ଓ ମେନୋପୋଜଲ ମହିଳାଙ୍କ ଠାରେ ମଧ୍ୟ ଡିମ୍ବାଶୟ କର୍କଟ ହେବାର ଆଶଙ୍କା ଅଧିକ ଥାଏ।

କର୍କଟ ରୋଗରେ ପୀଡ଼ିତ ହେବା ଭୟଙ୍କର ଅଟେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ହେତୁ ଏହା ସହିତ ଜଡ଼ିତ ଚିକିତ୍ସା ଅତ୍ୟନ୍ତ ପ୍ରଭାବକାରୀ ଅଟେ। କର୍କଟ ରୋଗରେ ପୀଡ଼ିତ ମହିଳାଙ୍କ ଠାରେ ଉଭୟ କର୍କଟ ଓ ଏହାର ଚିକିତ୍ସା କାରଣରୁ ପ୍ରଜନନ ସମସ୍ୟା ଦେଖାଦେଇଥାଏ। କର୍କଟ ଚିକିତ୍ସା ମହିଳାଙ୍କ ପ୍ରଜନନ କ୍ଷମତାକୁ ସ୍ଥାୟୀ କିମ୍ବା ଅସ୍ଥାୟୀ ଭାବରେ ପ୍ରଭାବିତ କରିଥାଏ।

କର୍କଟ ଚିକିତ୍ସା କାରଣରୁ ଦେଖାଦେଉଥିବା ପ୍ରଜନନ ସମସ୍ୟା

ଏହା ଜାଣିବା ଜରୁରୀ ଯେ ଡିମ୍ବାଶୟ କର୍କଟ ଚିକିତ୍ସା ଦ୍ୱାରା ଡିମ୍ବାଶୟ ଏବଂ ଅନ୍ୟ ପ୍ରଜନନ ଅଙ୍ଗଗୁଡ଼ିକର କାର୍ଯ୍ୟକ୍ଷମତା ହ୍ରାସ ପାଇଥାଏ।

ଡିମ୍ବାଶୟ କର୍କଟ ରୋଗର ସାଧାରଣ ଚିକିତ୍ସା ମଧ୍ୟରେ ରେଡିଏସନ୍ ଥେରାପି, କେମୋଥେରାପି ଏବଂ ଅସ୍ତ୍ରୋପଚାର ଦ୍ୱାରା ଡିମ୍ବାଶୟ ବାହାର କରିବା ଅନ୍ତର୍ଭୁକ୍ତ।

କେମୋଥେରାପି ଏବଂ ରେଡିଏସନ୍ ଥେରାପି ପାଇଁ ବ୍ୟବହୃତ ଶକ୍ତିଶାଳୀ ମେଡିକାଲ୍ ଏଜେଣ୍ଟ ଏବଂ ବିକିରଣ ଡିମ୍ବାଶୟକୁ କ୍ଷତି ପହଞ୍ଚାଇଥାଏ। ଡିମ୍ବାଶୟରେ ଅପରିପକ୍ୱ ଡିମ୍ବ ରହିଥାଏ ଏବଂ ସେଗୁଡ଼ିକ ପ୍ରତି ମାସର ମଧ୍ୟ ଚକ୍ରରେ ପରିପକ୍ୱ ଡିମ୍ବକୁ ଶୁକ୍ରାଣୁ ଦ୍ୱାରା ନିଷେଚିତ କରିବା ପାଇଁ ଛାଡ଼ିଥାଆନ୍ତି। ଡିମ୍ବାଶୟର କୌଣସି କ୍ଷତି ଏହି ଡିମ୍ବଗୁଡ଼ିକୁ ନଷ୍ଟ କରିପାରେ ଯାହା ବନ୍ଧ୍ୟାତ୍ୱ ଏବଂ ଶୀଘ୍ର ମେନୋପୋଜ୍ ସୃଷ୍ଟି କରିଥାଏ।

କେତେକ ମହିଳାଙ୍କ ଠାରେ କର୍କଟ ରୋଗର ଚିକିତ୍ସା ପ୍ରାରମ୍ଭିକ ମେନୋପୋଜ୍‌ର କାରଣ ହୋଇଥାଏ, ଯାହା ଡିମ୍ବାଶୟ କାର୍ଯ୍ୟ ଅଭାବ କାରଣରୁ ଏକ ସ୍ଥାୟୀ ବନ୍ଧ୍ୟାତ୍ୱ ଅଟେ। କେମୋଥେରାପି ନେଇଥିବା କେତେକ ମହିଳାଙ୍କ ଠାରେ, ଯଦିଓ ଚିକିତ୍ସା ପରେ ମାସିକ ଋତୁସ୍ରାବ ଟିକେ ବିଳମ୍ବରେ ଫେରିପାରେ, ତଥାପି ସେମାନେ ପ୍ରଜନନ କ୍ଷମତା ହ୍ରାସର ଶିକାର ହୋଇପାରନ୍ତି।

କମ୍ ବୟସର ମହିଳାଙ୍କ ଠାରେ ରେଡିଏସନ୍ ଥେରାପି ଦ୍ୱାରା ମେନୋପୋଜ୍ ଶୀଘ୍ର ଆରମ୍ଭ ହୋଇଥାଏ।

ଫର୍ଟିଲିଟି ସଂରକ୍ଷଣ

ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ଆପଣଙ୍କ ପ୍ରଜନନ କ୍ଷମତା ଉପରେ ଚିକିତ୍ସାର ବିପଦ ଏବଂ ପ୍ରଭାବ ବିଷୟରେ ଆପଣଙ୍କ ଅନ୍‌କୋଲୋଜିଷ୍ଟଙ୍କ ସହ କଥା ହୁଅନ୍ତୁ। ଆପଣଙ୍କ ପ୍ରଜନନ ସଂରକ୍ଷଣ ବିକଳ୍ପ ବିଷୟରେ ଜାଣିବା ପାଇଁ ପ୍ରଜନନ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

ପ୍ରଜନନ ସଂରକ୍ଷଣ ବିକଳ୍ପଗୁଡ଼ିକର ମୂଲ୍ୟାଙ୍କନ ଅନେକ କାରଣ ଉପରେ ନିର୍ଭର କରେ ଯେପରିକି:

ଡିମ୍ବ ଏବଂ ଭ୍ରୂଣ ଫ୍ରିଜିଂ: ଫର୍ଟିଲିଟି ସଂରକ୍ଷଣ ରଖିବା ପାଇଁ ଏହା ଏକ ମାନକ ପଦ୍ଧତି ଅଟେ। ମହିଳାମାନଙ୍କର ଡିମ୍ବ ଉତ୍ପାଦନ ହରମୋନ ଇଞ୍ଜେକସନ ଦ୍ୱାରା ଷ୍ଟିମୁଲେଟ୍ କରାଯାଏ ଏବଂ ପରିପକ୍ୱ ଡିମ୍ବକୁ ସଂଗ୍ରହ କରାଯାଇ ଭବିଷ୍ୟତ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ସଂରକ୍ଷିତ ରଖାଯାଏ। ବିବାହିତ ମହିଳାଙ୍କ କ୍ଷେତ୍ରରେ ଏହି ସଂଗୃହୀତ ଡିମ୍ବକୁ ନିୟନ୍ତ୍ରିତ ପରୀକ୍ଷାଗାର ଅବସ୍ଥାରେ ଶୁକ୍ରାଣୁ ସହିତ ନିଷେଚିତ କରାଯାଇ ଭ୍ରୂଣ ଗଠନ କରାଯାଏ। ଭବିଷ୍ୟତରେ ଭ୍ରୂଣ ସ୍ଥାନାନ୍ତର କରାଯିବା ପାଇଁ ଏହି ଭ୍ରୂଣକୁ କ୍ରାୟୋପ୍ରିଜର୍ଭ କରାଯାଏ।

ଅସ୍ତ୍ରୋପଚାର ଦ୍ୱାରା ବାହାର କରାଯିବା: କେତେକ କ୍ଷେତ୍ରରେ, ଯେଉଁଠାରେ କର୍କଟ ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ନିର୍ଣ୍ଣୟ କରାଯାଏ ଏବଂ ମାତ୍ର 1ଟି ଡିମ୍ବାଶୟକୁ ପ୍ରଭାବିତ କରିଥାଏ, ତେବେ କେବଳ ଅସ୍ତ୍ରୋପଚାର ଦ୍ୱାରା ପ୍ରଭାବିତ ଡିମ୍ବାଶୟକୁ ବାହାର କରିବାର ବିକଳ୍ପ ଥାଏ। ଏହା ଅନ୍ୟ ସୁସ୍ଥ ଡିମ୍ବାଶୟକୁ ସଂରକ୍ଷିତ ରଖି ସ୍ଥାୟୀ ବନ୍ଧ୍ୟାତ୍ୱକୁ ରୋକିବାରେ ସାହାଯ୍ୟ କରିଥାଏ।

ଓଭାରିଆନ୍ ଟିସୁ ସଂରକ୍ଷଣ: ଅସ୍ତ୍ରୋପଚାର ଦ୍ୱାରା ଏକ ଅଂଶ ବା ସମଗ୍ର ଡିମ୍ବାଶୟ ବାହାର କରାଯାଇ କର୍କଟ ଚିକିତ୍ସା ପରେ ପ୍ରତିରୋପଣ କରିବା ପାଇଁ ଫ୍ରିଜ୍ କରାଯାଏ।

ଏହି ପଦ୍ଧତି ପ୍ରି-ପୁବର୍ଟାଲ ଝିଅ ଏବଂ ଡିମ୍ବାଶୟ ଷ୍ଟିମୁଲେସନ୍ ହୋଇ ପାରୁନଥିବା ମହିଳାମାନଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ।

ଶେଷକଥା

ଏହିସବୁ କାରଣରୁ ଡିମ୍ବାଶୟ କର୍କଟ କିମ୍ବା କୌଣସି କର୍କଟ ରୋଗରେ ପୀଡ଼ିତ ହେବା ଏକ ଚାପପୂର୍ଣ୍ଣ ଏବଂ ଭୟଙ୍କର ଅନୁଭୂତି ହୋଇପାରେ। ଏବଂ ନିଜର ପ୍ରଜନନ କ୍ଷମତା ବିଷୟରେ ନିଷ୍ପତ୍ତି ନେବା, ବିଶେଷ କରି ଯଦି ଆପଣ ସନ୍ତାନ ଜନ୍ମ ବିଷୟରେ ଅନିଶ୍ଚିତ ଅଟନ୍ତି, ତେବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ଅଟେ। ଜାଣିରଖନ୍ତୁ ଯେ,, କର୍କଟ ରୋଗରୁ ଭଲ ହୋଇଥିବା ବ୍ୟକ୍ତିମାନେ ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେଲେ ପିତାମାତା ହେବାର ସୁଯୋଗ ମିଳିଥାଏ। ଜଣେ ପ୍ରଜନନ ବିଶେଷଜ୍ଞ ଆପଣଙ୍କ ପସନ୍ଦ ଏବଂ ବିକଳ୍ପଗୁଡ଼ିକର ମୂଲ୍ୟାଙ୍କନ କରିବାରେ ଆପଣଙ୍କୁ ସାହାଯ୍ୟ କରିପାରିବେ ଯାହା ଆପଣଙ୍କ ପାଇଁ ଉପଯୁକ୍ତ ହେବ।

Was this article helpful?
YesNo
Exit mobile version