Author: Dr. V Ramya, Consultant & Fertility Specialist
ଏକ ସୁସ୍ଥ ପ୍ରଜନନ ତନ୍ତ୍ର ଆପଣଙ୍କ ଗର୍ଭଧାରଣର ସମ୍ଭାବନାକୁ ଉନ୍ନତ କରିଥାଏ। ଏଠାରେ ଦିଆଯାଇଥିବା କିଛି ଟିପ୍ସ ସାହାଯ୍ୟରେ ଆପଣ ନିଜକୁ ତଥା ନିଜ ଶରୀରକୁ “ଗର୍ଭଧାରଣ ପାଇଁ ପ୍ରସ୍ତୁତ” କରିପାରିବେ।
ଆପଣଙ୍କ ଶରୀରର ଓଜନ ଉପରେ ଧ୍ୟାନଦିଅନ୍ତୁ
ଓଜନରେ ପରିବର୍ତ୍ତନ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଅତି ଅଧିକ ଓଜନ କିମ୍ବା ଅତି କମ୍ ଓଜନ ରହିଲେ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପଡ଼ିବା ସହ ଗର୍ଭଧାରଣ କରିବାର କ୍ଷମତା ଉପରେ ପ୍ରଭାବ ପଡ଼ିଥାଏ।
ମେଦ ବହୁଳତା କାରଣରୁ PCOS ପରି ପରିସ୍ଥିତି ସୃଷ୍ଟି ହୋଇଥାଏ ଯାହାଦ୍ୱାରା ହର୍ମୋନ୍ରେ ଅସନ୍ତୁଳନ ହୋଇ ଅନିୟମିତ ଋତୁସ୍ରାବ ଚକ୍ର ହୋଇଥାଏ। ଅତି କମ୍ ଓଜନ ହେତୁ ମଧ୍ୟ ହର୍ମୋନ୍ରେ ଅସନ୍ତୁଳନ ହେବା କାରଣରୁ କମ୍ ଇଷ୍ଟ୍ରୋଜେନ୍ ପ୍ରସ୍ତୁତ ହୋଇଥାଏ। କମ୍ ଇଷ୍ଟ୍ରୋଜେନ୍ ଓଭୁଲେସନ୍ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ଗର୍ଭଧାରଣ ସମୟରେ ବିଭିନ୍ନ ସମସ୍ୟା ମଧ୍ୟ ଦେଖାଦେଇଥାଏ।
ସୁସ୍ଥ ଓଜନ ବଜାୟ ରଖିବା ଦ୍ୱାରା ସୁସ୍ଥ ଗର୍ଭଧାରଣର ସମ୍ଭାବନା ବଢ଼ିଥାଏ।
ଏହାକୁ ବହୁତ ଅଧିକ ମଧ୍ୟ କରନ୍ତୁ ନାହିଁ, କାରଣ ଅତ୍ୟଧିକ ଶାରୀରିକ ପରିଶ୍ରମ ମଧ୍ୟ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ।
ସନ୍ତୁଳିତ ଖାଦ୍ୟ ଖାଆନ୍ତୁ
ଆମକୁ ଯୁଗଯୁଗ ଧରି କୁହାଯାଉଅଛି ଯେ, ଆମେ ଖାଉଥିବା ଖାଦ୍ୟ ଆମର ସାଧାରଣ ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ପୋଷକତତ୍ତ୍ୱରେ ଭରପୁର ଖାଦ୍ୟ ଶରୀରର ସମସ୍ତ ତନ୍ତ୍ରକୁ ସଠିକ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରିଥାଏ। କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଖାଇବା ଦ୍ୱାରା ପ୍ରଜନନ କ୍ଷମତା ବଢ଼ୁଥିବାର କୌଣସି ଉପଯୁକ୍ତ ପ୍ରମାଣ ନାହିଁ। ନିମ୍ନରେ ଦର୍ଶାଯାଇଥିବା ସୁସ୍ଥ ଖାଦ୍ୟ ଅଭ୍ୟାସ ଦ୍ୱାରା ଏକ ଦକ୍ଷ ଓ ସୁସ୍ଥ ପ୍ରଜନନ ତନ୍ତ୍ର ହାସଲ କରାଯାଇପାରିବ:
- ଏକ ବଡ଼ ଜଳଖିଆ ଖାଆନ୍ତୁ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଫଳ ଖାଆନ୍ତୁ।
- ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଏବଂ କାର୍ବୋନେଟେଡ୍ ଏବଂ ଶର୍କରାଯୁକ୍ତ ପାନୀୟଠାରୁ ଦୂରେଇ ରୁହନ୍ତୁ।
- ଟ୍ରାନ୍ସ ଫ୍ୟାଟ୍ ଗ୍ରହଣ କରନ୍ତୁ ନାହିଁ।
- ଯଦି ଆପଣଙ୍କର PCOS ଥାଏ, ତେବେ ରିଫାଇନ୍ଡ୍ କାର୍ବଠାରୁ ଦୂରେଇ ରୁହନ୍ତୁ।
- ଅଧିକ ଫାଇବର୍ ଥିବା ଖାଦ୍ୟ ଖାଆନ୍ତୁ।
- ପୁଷ୍ଟିସାରଯୁକ୍ତ ଖାଦ୍ୟ ଖାଆନ୍ତୁ।
- ସୁସ୍ଥ ଚର୍ବିଯୁକ୍ତ ଖାଦ୍ୟ ଖାଆନ୍ତୁ।
ମଦ୍ୟପାନ ଓ ତମାଖୁ ସେବନ ବର୍ଜନ କରନ୍ତୁ
ମଦ ଓ ତମାଖୁ ବ୍ୟକ୍ତିର ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ। ମଦ୍ୟପାନ ଇଷ୍ଟ୍ରୋଜେନ୍ ସ୍ତରକୁ ହ୍ରାସ କରିଥାଏ ଯାହା ଓଭୁଲେସନ୍ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ଏହା ଦ୍ୱାରା ଗର୍ଭଧାରଣ କରିବାର ସମ୍ଭାବନା ହ୍ରାସ ହୋଇଥାଏ।
ସିଗାରେଟରେ ଥିବା ତମାଖୁ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ମହିଳାଙ୍କ ଡିମ୍ବର ମାନ ଓ ସଂଖ୍ୟା ହ୍ରାସ କରି ଗର୍ଭଧାରଣର ସମ୍ଭାବନାକୁ ନକାରାତ୍ମକ ଭାବେ ପ୍ରଭାବିତ କରିଥାଏ। ଏହା ମଧ୍ୟ ଅନିୟମିତ ଋତୁସ୍ରାବ ଚକ୍ରର କାରଣ ହୋଇପାରେ।
ମଲ୍ଟିଭିଟାମିନ୍ କିମ୍ବା ପ୍ରିନାଟାଲ୍ ଭିଟାମିନ୍ ଗ୍ରହଣ କରନ୍ତୁ
ଯଦି ଆପଣ ଗର୍ଭଧାରଣ କରିବାକୁ ଯୋଜନା କରୁଛନ୍ତି, ତେବେ ସନ୍ତୁଳିତ ଖାଦ୍ୟ ସହିତ ମଲ୍ଟିଭିଟାମିନ୍ କିମ୍ବା ପ୍ରିନାଟାଲ୍ ଭିଟାମିନ୍ ଗ୍ରହଣ କରନ୍ତୁ। ଯଦି କୌଣସି ଭିଟାମିନ୍ ଅଭାବ ଥାଏ, ଭିଟାମିନ୍ ବି, ନିଆସିନ୍ ଏବଂ ଫଲିକ୍ ଏସିଡ୍ ଭଳି ମଲ୍ଟିଭିଟାମିନ୍କୁ ନିଜ ରୁଟିନ୍ରେ ସାମିଲ କରିବା ଦ୍ୱାରା ପ୍ରଜନନ ତନ୍ତ୍ରକୁ ଅତିରିକ୍ତ ପୋଷଣ ମିଳିଥାଏ, ଯାହା ଗର୍ଭଧାରଣ କରିବାର ସମ୍ଭାବନାକୁ ବଢ଼ାଇଥାଏ।
ପ୍ରିନାଟାଲ୍ ଭିଟାମିନ୍ ଭ୍ରୂଣର ସୁସ୍ଥ ବିକାଶରେ ସାହାଯ୍ୟ କରିଥାଏ ଏବଂ ଗର୍ଭସ୍ଥ ଶିଶୁର ଜନ୍ମଗତ ତ୍ରୁଟିକୁ ପ୍ରତିରୋଧ କରିଥାଏ।
ସମୟ ନିଅନ୍ତୁ ଓ ଚିନ୍ତାମୁକ୍ତ ହୁଅନ୍ତୁ
ମାନସିକ ସୁସ୍ଥତା ଉଭୟ ପୁରୁଷ ଏବଂ ମହିଳା ପ୍ରଜନନ ସ୍ୱାସ୍ଥ୍ୟ ସହିତ ଗଭୀର ଭାବରେ ଜଡ଼ିତ। ମାନସିକ ଚାପ, ଅବସାଦ, ଚିନ୍ତା ଏବଂ ଅନ୍ୟ କୌଣସି ମାନସିକ ପରିସ୍ଥିତି ଓଭୁଲେସନ ପ୍ରକ୍ରିୟା ଏବଂ ଋତୁସ୍ରାବ ଚକ୍ର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ।
ମେଡିଟେସନ୍, ଯୋଗ ଏବଂ କଗ୍ନିଟିଭ୍ ବିହେଭିଅରାଲ୍ ଥେରାପି ଇତ୍ୟାଦି ଆପଣଙ୍କୁ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା କରିବାରେ ସାହାଯ୍ୟ କରିପାରେ।
ପର୍ଯ୍ୟାପ୍ତ ବିଶ୍ରାମ ଏବଂ ଭଲ ନିଦ୍ରା ଚକ୍ର ମଧ୍ୟ ମାନସିକ ଚାପର ମୁକାବିଲା କରିବାରେ ଲାଭଦାୟକ ହୋଇଥାଏ।
ରାତି ସିଫ୍ଟରେ କାମ କରିବାରୁ ଦୂରେଇ ରୁହନ୍ତୁ କାରଣ ଏହା ମହିଳାମାନଙ୍କର ହରମୋନ୍ ଉତ୍ପାଦନକୁ ପ୍ରଭାବିତ କରିଥାଏ, ଯାହା ଗର୍ଭଧାରଣର ସମ୍ଭାବନାକୁ ପ୍ରଭାବିତ କରିଥାଏ।
କାଫେନ୍ ଗ୍ରହଣକୁ କମାନ୍ତୁ
FDA ଅନୁଯାୟୀ, ଦିନକୁ 400 mgରୁ କମ୍ କାଫେନ୍ ଗ୍ରହଣ କରିବା ଦ୍ୱାରା ସୁସ୍ଥ ବ୍ୟକ୍ତିଙ୍କଠାରେ କୌଣସି ନକାରାତ୍ମକ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହୁଏ ନାହିଁ। ତେବେ କାଫେନ୍ ସେବନ ଏବଂ ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ଏହାର ପ୍ରଭାବ ମଧ୍ୟରେ ଥିବା ସମ୍ପର୍କ ଏବେ ମଧ୍ୟ ଅନିଶ୍ଚିତ ଅଟେ।
ସୁରକ୍ଷିତ ରହିବା ପାଇଁ ଦୈନିକ କାଫେନ୍ ସେବନକୁ 1-2 କପ୍ କଫିରେ ସୀମିତ ରଖିବାକୁ ଚେଷ୍ଟା କରନ୍ତୁ।
ପରିବେଶରେ ଥିବା ବିଷାକ୍ତ ପଦାର୍ଥର ସଂସ୍ପର୍ଶରେ ଆସିବାରୁ ଦୂରେଇ ରୁହନ୍ତୁ
ଜଳ, ବାୟୁ ଏବଂ ଖାଦ୍ୟ ପରି ମୌଳିକ ମାନବିକ ଆବଶ୍ୟକତାରେ ପରିବେଶ ପ୍ରଦୂଷଣ ଏବଂ ରାସାୟନିକ ପଦାର୍ଥର ଉପସ୍ଥିତି ପ୍ରଜନନ କ୍ଷମତାକୁ ଅନେକ ଉପାୟରେ କ୍ଷତି ପହଞ୍ଚାଇଥାଏ। ଏହି ବିଷାକ୍ତ ପଦାର୍ଥର ସଂସ୍ପର୍ଶରେ ଆସିଥିବା ମହିଳାମାନେ ଓଭୁଲେସନ୍ ସମ୍ବନ୍ଧିତ ରୋଗ, ଏଣ୍ଡୋକ୍ରାଇନ୍ କାର୍ଯ୍ୟ ଖରାପ ହେବା ଇତ୍ୟାଦି ରୋଗରେ ପୀଡ଼ିତ ହୁଅନ୍ତି।
ଏହି ବିଷାକ୍ତ ପଦାର୍ଥଗୁଡ଼ିକ ମଧ୍ୟରୁ କେତେକ ଆମର ଦୈନନ୍ଦିନ ବ୍ୟବହୃତ ଉତ୍ପାଦ ଯଥା ଘରୋଇ ସଫେଇ ଉତ୍ପାଦ, ପ୍ରସାଧନ ଉତ୍ପାଦ ଇତ୍ୟାଦିରେ ରହିଥାଏ। ଜୈବିକ କିମ୍ବା ଅପେକ୍ଷାକୃତ କମ୍ କ୍ଷତିକାରକ ବିକଳ୍ପ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ।
ପ୍ରଜନନ କ୍ଷମତାକୁ ପ୍ରଭାବିତ କରୁଥିବା ସାମ୍ଭାବ୍ୟ କ୍ଷତିକାରକ ରାସାୟନିକ ପଦାର୍ଥର ସଂସ୍ପର୍ଶରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।
ଉପରେ ଦର୍ଶାଯାଇଥିବା ଟିପ୍ସ ପ୍ରଜନନ କ୍ଷମତା ବଢ଼ାଇବାରେ ସାହାଯ୍ୟ କରିପାରେ। କିନ୍ତୁ ଯଦି ଆପଣ ଗର୍ଭଧାରଣ କରିବାରେ ଅସମର୍ଥ ଅଟନ୍ତି, ତେବେ ଏହା କିଛି ଅନ୍ତର୍ନିହିତ ପ୍ରଜନନ ଜନିତ ସମସ୍ୟା କାରଣରୁ ହୋଇପାରେ। ଗର୍ଭଧାରଣ କରିବାର ସମ୍ଭାବନା ବଢ଼ାଇବା ପାଇଁ ପ୍ରଜନନ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।