Site icon Oasis Fertility

ଋତୁସ୍ରାବ, PCOS ଏବଂ ଫର୍ଟିଲିଟି ପାଇଁ ସିଡ୍ ସାଇକ୍ଲିଂ ବୁଝିବା

Understanding seed cycling for periods, PCOS and fertility

Author: Dr. Sai Manasa Darla, Consultant, Fertility Specialist &  Laparoscopic Surgeon

ହର୍ମୋନ ମାନବ ତନ୍ତ୍ରର ଶୃଙ୍ଖଳିତ କାର୍ଯ୍ୟରେ ଏକ ଅବିଚ୍ଛେଦ୍ୟ କାରକ ଅଟେ। ମାନବ ପ୍ରଜନନ ତନ୍ତ୍ରର ସଠିକ କାର୍ଯ୍ୟରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମହିଳା ପ୍ରଜନନ ତନ୍ତ୍ର ଏବଂ ଋତୁସ୍ରାବ ଚକ୍ର ମୁଖ୍ୟତଃ ହରମୋନ ଦ୍ୱାରା ପ୍ରଭାବିତ ହୁଏ ଏବଂ ହରମୋନର ସୂକ୍ଷ୍ମ ସନ୍ତୁଳନରେ କୌଣସି ବାଧା ସୃଷ୍ଟି ହେଲେ ପ୍ରଜନନ ସମସ୍ୟା ଦେଖାଦେଇଥାଏ।

ମହିଳାମାନଙ୍କ ମଧ୍ୟରେ ବନ୍ଧ୍ୟାତ୍ୱର ସବୁଠାରୁ ସାଧାରଣ କାରଣ ହେଉଛି ହର୍ମୋନ ଅସନ୍ତୁଳନ। ଯଦିଓ ଉନ୍ନତ ଔଷଧ ହର୍ମୋନ ଅସନ୍ତୁଳନର ଚିକିତ୍ସା କରିପାରେ, ସାମଗ୍ରିକ ପଦ୍ଧତି ଏଣ୍ଡୋକ୍ରାଇନ୍ ତନ୍ତ୍ର ଏବଂ ସାମଗ୍ରିକ ମାନବ ପ୍ରଣାଳୀର ଚିକିତ୍ସା ଏବଂ ଆରୋଗ୍ୟ କରିବାରେ ସାହାଯ୍ୟ କରେ। ଏଭଳି ଏକ ସାମଗ୍ରିକ ଆଭିମୁଖ୍ୟ ଯାହା ସାମ୍ପ୍ରତିକ ସମୟରେ ଦୃଷ୍ଟି ଆକର୍ଷଣ କରୁଛି ତାହା ହେଉଛି “ସିଡ୍ ସାଇକ୍ଲିଂ”।

ଆସନ୍ତୁ ଜାଣିବା ସିଡ୍ ସାଇକ୍ଲିଂ କ’ଣ ଏବଂ ଏହା କେବଳ ଆଉ ଏକ ଟ୍ରେଣ୍ଡ ଅଟେ ନା ଏହା ବାସ୍ତବରେ ସାହାଯ୍ୟକାରୀ ଅଟେ।

ସିଡ୍ ସାଇକ୍ଲିଂ ବିଷୟରେ ଜାଣନ୍ତୁ:

ସିଡ୍ ସାଇକ୍ଲିଂରେ ଋତୁସ୍ରାବ ଚକ୍ରର ବିଭିନ୍ନ ପର୍ଯ୍ୟାୟ ଅର୍ଥାତ୍ ଫଲିକୁଲାର ପର୍ଯ୍ୟାୟ ଏବଂ ଲୁଟିଆଲ ପର୍ଯ୍ୟାୟରେ ଅଳସୀ, କଖାରୁ, କଦଳୀ, ସୂର୍ଯ୍ୟମୁଖୀ ଏବଂ ତିଳ ମଞ୍ଜି ସେବନ କରିବା ଅନ୍ତର୍ଭୁକ୍ତ ଅଟେ। ଏହା ହର୍ମୋନକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ ଏବଂ ମହିଳାମାନଙ୍କର ପ୍ରଜନନ କ୍ଷମତାରେ ଉନ୍ନତି ଆଣିଥାଏ।

ସିଡ୍ ସାଇକ୍ଲିଂର ଫାଇଦା

ସିଡ୍ ସାଇକ୍ଲିଂ କିପରି କାମ କରେ?

ଋତୁସ୍ରାବ ସମୟରେ କ୍ରମାଗତ ଭାବରେ ବଦଳୁଥିବା ପ୍ରମୁଖ ହର୍ମୋନ (ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରୋନ୍)ର ସନ୍ତୁଳନକୁ ଉତ୍ତମ କରିବାରେ ଏହାର ଫଳପ୍ରଦତା ହେତୁ ଋତୁସ୍ରାବ ପାଇଁ ସିଡ୍ ସାଇକ୍ଲିଂ ଏବଂ PCOS ପାଇଁ ସିଡ୍ ସାଇକ୍ଲିଂର ଧାରଣା ମହିଳାମାନଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା।

ସିଡ୍ ସାଇକ୍ଲିଂର ଉପକାରିତାକୁ ଭଲ ଭାବରେ ବୁଝିବା ପାଇଁ ଋତୁସ୍ରାବ ଚକ୍ର ଏବଂ ଏହାର ପର୍ଯ୍ୟାୟଗୁଡ଼ିକୁ ବୁଝିବା ଜରୁରୀ ଅଟେ। ହାରାହାରି ଋତୁସ୍ରାବ ଚକ୍ର 28 ଦିନର ହୋଇଥାଏ ଏବଂ ଏହାର 2ଟି ପର୍ଯ୍ୟାୟ ଥାଏ।

ଋତୁସ୍ରାବ ଚକ୍ରର ପର୍ଯ୍ୟାୟଗୁଡ଼ିକ ହେଉଛି:

ଫଲିକୁଲାର ପର୍ଯ୍ୟାୟ:

ଏହା ହେଉଛି ପ୍ରଥମ ପର୍ଯ୍ୟାୟ ଯାହା ଋତୁସ୍ରାବର ପ୍ରଥମ ଦିନରୁ ଓଭୁଲେସନ୍ ଦିନ ଅର୍ଥାତ୍ ଋତୁସ୍ରାବ ଚକ୍ରର ପ୍ରଥମ ଦୁଇ ସପ୍ତାହ (ଦିନ 1-14) ପର୍ଯ୍ୟନ୍ତ ଗଣନା କରାଯାଏ। ଏହି ପର୍ଯ୍ୟାୟରେ, ଗର୍ଭାଶୟ ଲାଇନିଂ ହ୍ରାସ ପାଇଥାଏ, ଏବଂ ଫଲିକାଲ-ଷ୍ଟିମୁଲେଟିଂ ହର୍ମୋନ (FSH) ଡିମ୍ବାଶୟକୁ ଷ୍ଟିମୁଲେଟ୍ କରେ ଏବଂ ଡିମ୍ବାଣୁର ବିକାଶ ଆରମ୍ଭ କରେ। ଏହି ପ୍ରକ୍ରିୟା ଦ୍ୱାରା ଇଷ୍ଟ୍ରୋଜେନ ସ୍ତର ବୃଦ୍ଧି ପାଇଥାଏ। ସୁସ୍ଥ ଇଷ୍ଟ୍ରୋଜେନ ସ୍ତର ଗର୍ଭାଶୟ ଲାଇନ୍ ନିର୍ମାଣରେ ସାହାଯ୍ୟ କରେ ଏବଂ ସମ୍ଭୋଗର ଇଚ୍ଛାକୁ ବଢ଼ାଇବାରେ ଭୂମିକା ଗ୍ରହଣ କରିଥାଏ।

ଲୁଟିଆଲ ପର୍ଯ୍ୟାୟ:

ଋତୁସ୍ରାବ ଚକ୍ରର 15 – 28 ଦିନକୁ ଲୁଟିଆଲ ପର୍ଯ୍ୟାୟ କୁହାଯାଏ ଅର୍ଥାତ୍ ଏହା ଓଭୁଲେସନରୁ ଆରମ୍ଭ ହୋଇ ପରବର୍ତ୍ତୀ ଋତୁସ୍ରାବ ପର୍ଯ୍ୟନ୍ତ ରହିଥାଏ। ଲୁଟିଆଲ ପର୍ଯ୍ୟାୟରେ ପ୍ରୋଜେଷ୍ଟେରୋନ ହେଉଛି ପ୍ରମୁଖ ହର୍ମୋନ। ଓଭୁଲେସନ ପରେ, ପ୍ରୋଜେଷ୍ଟେରୋନ ସ୍ତର ବୃଦ୍ଧି ପାଇଥାଏ ଯାହା ପ୍ରଥମ ତ୍ରୈମାସିକରେ ପ୍ରତିରୋପଣ ଏବଂ ଗର୍ଭାବସ୍ଥା ବଜାୟ ରଖିବାରେ ସାହାଯ୍ୟ କରିଥାଏ।

ଏଥିସହିତ ଲିଗ୍ନାନ, ଫାଇବର, ଓମେଗା-3 ଫ୍ୟାଟି ଏସିଡ୍, ଭିଟାମିନ୍ ଏବଂ ମିନେରାଲ୍ସ ଭଳି ପୋଷକ ତତ୍ତ୍ୱର ଉପସ୍ଥିତି ପାଇଁ ସିଡ୍ ସାଇକ୍ଲିଂ ଲାଭଦାୟକ ହୋଇଥାଏ। ଏହି ପୋଷକ ତତ୍ତ୍ୱ ସେକ୍ସ ହରମୋନ ଅର୍ଥାତ୍ ଇଷ୍ଟ୍ରୋଜେନ ଓ ପ୍ରୋଜେଷ୍ଟେରୋନକୁ ସନ୍ତୁଳିତ କରିବା ସହ ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

 

ସିଡ୍ ସାଇକ୍ଲିଂର ଫାଇଦା କ’ଣ?

1.ଋତୁସ୍ରାବ ପାଇଁ ସିଡ୍ ସାଇକ୍ଲିଂ:

ଅନିୟମିତ ଋତୁସ୍ରାବକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଋତୁସ୍ରାବ ପାଇଁ ସିଡ୍ ସାଇକ୍ଲିଂ ଏକ ପ୍ରଭାବଶାଳୀ ଏବଂ ପ୍ରାକୃତିକ ପଦ୍ଧତି ଅଟେ। ଫଲିକୁଲାର ପର୍ଯ୍ୟାୟରେ, ଅଳସୀ ମଞ୍ଜି ଏବଂ କଖାରୁ ମଞ୍ଜି ସେବନ କରନ୍ତୁ। ଅଳସୀ ମଞ୍ଜିରେ ଥିବା ଲିଗ୍ନାନ ଏବଂ ଫାଇଟୋଇଷ୍ଟ୍ରୋଜେନ ଇଷ୍ଟ୍ରୋଜେନ ସ୍ତରକୁ ସନ୍ତୁଳିତ କରିଥାଏ। ଲୁଟିଆଲ ପର୍ଯ୍ୟାୟରେ ପ୍ରୋଜେଷ୍ଟେରୋନ ଉତ୍ପାଦନ ବୃଦ୍ଧି କରିବାରେ ମଧ୍ୟ ଅଳସୀ ମଞ୍ଜି ଲାଭଦାୟକ ଭୂମିକା ଗ୍ରହଣ କରିପାରେ। କଖାରୁ ମଞ୍ଜିରେ ଓମେଗା-3 ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ରହିଥାଏ।

ଲୁଟିଆଲ ପର୍ଯ୍ୟାୟରେ ପ୍ରୋଜେଷ୍ଟେରୋନ ଉତ୍ପାଦନକୁ ଉନ୍ନତ କରିବା ପାଇଁ ଏକ ଚାମଚ ସୂର୍ଯ୍ୟମୁଖୀ ମଞ୍ଜି ଏବଂ ତିଳ ମଞ୍ଜି ମିଶାନ୍ତୁ। ତିଳ ମଞ୍ଜିରେ ଥିବା ଲିଗ୍ନାନ ପ୍ରୋଜେଷ୍ଟେରୋନ ହରମୋନର ସନ୍ତୁଳନକୁ ସମର୍ଥନ କରିଥାଏ ଏବଂ

ପୋଷ୍ଟମେନୋମେନୋପଜାଲ ମହିଳାଙ୍କ ରକ୍ତ କୋଲେଷ୍ଟ୍ରଲ ସ୍ତର ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଉନ୍ନତି ଆଣିଥାଏ ବୋଲି ଦେଖାଯାଇଛି। ସୂର୍ଯ୍ୟମୁଖୀ ମଞ୍ଜି ସୁସ୍ଥ ଚର୍ବିର ଏକ ଉତ୍ତମ ଉତ୍ସ ଅଟେ ଯାହା ପ୍ରଜନନ ତନ୍ତ୍ରର ସଠିକ କାର୍ଯ୍ୟ ପାଇଁ ଜରୁରୀ ଅଟେ।

ଋତୁସ୍ରାବ ପାଇଁ ସିଡ୍ ସାଇକ୍ଲିଂ କେବେ ଆରମ୍ଭ କରିବେ?

ଋତୁସ୍ରାବ ଚକ୍ରର ପ୍ରଥମ ଦିନରେ ଋତୁସ୍ରାବ ପାଇଁ ସିଡ୍ ସାଇକ୍ଲିଂ ଆରମ୍ଭ କରିବା ଭଲ ଅଟେ।

2.PCOS ପାଇଁ ସିଡ୍ ସାଇକ୍ଲିଂ:

PCOS ପାଇଁ ସିଡ୍ ସାଇକ୍ଲିଂ ବ୍ୟବହାର କରିବା ଦ୍ୱାରା ଏକାଧିକ ଫାଇଦା ମିଳିଥାଏ ଯେପରିକି ଡିମ୍ବାଶୟ ସିଷ୍ଟ ସଂଖ୍ୟା ହ୍ରାସ ହେବା। କଖାରୁ ଏବଂ ତିଳ ମଞ୍ଜିରେ ଥିବା ଜିଙ୍କ ପ୍ରୋଜେଷ୍ଟେରୋନ ଏବଂ ଇଷ୍ଟ୍ରୋଜେନ ସ୍ତରର ହର୍ମୋନ ସନ୍ତୁଳନ ଏବଂ ଆଣ୍ଡ୍ରୋଜେନ୍ ହ୍ରାସ କରି ସେମାନଙ୍କ କାର୍ଯ୍ୟରେ ଉନ୍ନତି ଆଣିଥାଏ। PCOS ପାଇଁ ସିଡ୍ ସାଇକ୍ଲିଂ ବ୍ୟବହାର କରିବା ଦ୍ୱାରା ଥାଇରଏଡ୍ କାର୍ଯ୍ୟରେ ମଧ୍ୟ ଉନ୍ନତି ହୋଇଥାଏ। ଅଳସୀ ମଞ୍ଜି ଓ ସୂର୍ଯ୍ୟମୁଖୀ ମଞ୍ଜିରେ ଥିବା ଓମେଗା-3 ଫ୍ୟାଟି ଏସିଡ୍ ଇନସୁଲିନ୍ ପ୍ରତିରୋଧ ଏବଂ ରକ୍ତ କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

3.ଗର୍ଭଧାରଣ ପାଇଁ ସିଡ୍ ସାଇକ୍ଲିଂ:

ସିଡ୍ ସାଇକ୍ଲିଂର ଏକାଧିକ ଫାଇଦା ଯଥା ସନ୍ତୁଳିତ ହର୍ମୋନ, ନିୟନ୍ତ୍ରିତ ଋତୁସ୍ରାବ ଚକ୍ର, ଉନ୍ନତ ଓଭୁଲେସନ ଏବଂ ପ୍ରୋଜେଷ୍ଟେରୋନ୍ ତଥା ଇଷ୍ଟ୍ରୋଜେନ୍ ସ୍ତର ବୃଦ୍ଧି ହେତୁ ଏହା କହିବା ଅତ୍ୟୁକ୍ତି ହେବ ନାହିଁ ଯେ ସିଡ୍ ସାଇକ୍ଲିଂ ପ୍ରଜନନ କ୍ଷମତାରେ ଉନ୍ନତି ଆଣିବା ପାଇଁ ମଧ୍ୟ ଲାଭଦାୟକ ଅଟେ।

– ସୂର୍ଯ୍ୟମୁଖୀ ମଞ୍ଜିରେ ଥିବା ଭିଟାମିନ୍ ଇ ଡିମ୍ବାଣୁ ଏବଂ ଶୁକ୍ରାଣୁର ମାନରେ ଉନ୍ନତି ଆଣିଥାଏ ଯାହା ଫର୍ଟିଲାଇଜେସନ୍ ଏବଂ ସକାରାତ୍ମକ ଗର୍ଭାଧାରଣ ସମ୍ଭାବନାକୁ ଉନ୍ନତ କରିଥାଏ।

– ମଞ୍ଜିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ପ୍ରଦାହକୁ ହ୍ରାସ କରି ପ୍ରତିରୋପଣ ସମ୍ଭାବନାକୁ ବଢ଼ାଇଥାଏ।

ଶେଷକଥା:

ପ୍ରଜନନ ତନ୍ତ୍ରର ସଠିକ କାର୍ଯ୍ୟ ପାଇଁ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍, ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ୍‌ରେ ଉନ୍ନତି 4ଟି ମଞ୍ଜି ଦ୍ୱାରା ହୋଇଥାଏ ଯାହା ମହିଳାଙ୍କ ହର୍ମୋନ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଯଦିଓ, ଏହା ମନେ ରଖିବା ଜରୁରୀ ଯେ ଏହା ହର୍ମୋନ ଅସନ୍ତୁଳନର ସମ୍ପୂର୍ଣ୍ଣ ଉପଚାର ନୁହେଁ, ତେଣୁ ଆପଣ ସିଡ୍ ସାଇକ୍ଲିଂ ଚୟନ କରିବା ପୂର୍ବରୁ ପ୍ରଜନନ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

Was this article helpful?
YesNo
Exit mobile version