Site icon Oasis Fertility

10ଟି ଖାଦ୍ୟ ଯାହା ମହିଳାଙ୍କ ଡିମ୍ବାଣୁର ମାନ ବଢ଼ାଇବ

10 Foods to improve female egg quality

Author: Dr. Sai Manasa Darla, Consultant, Fertility Specialist &  Laparoscopic Surgeon

ଓଭମ୍ ବା ଡିମ୍ବାଣୁର ଗୁଣବତ୍ତା ନାରୀ ପ୍ରଜନନ କ୍ଷମତାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଚିହ୍ନ ଅଟେ। ନିରନ୍ତର ଋତୁସ୍ରାବ ଚକ୍ର ଏବଂ ଫର୍ଟିଲାଇଜେସନ୍ ପ୍ରକ୍ରିୟା କିମ୍ବା ଗର୍ଭଧାରଣ କରିବାର କ୍ଷମତା ଡିମ୍ବାଣୁର ମାନ ଉପରେ ନିର୍ଭର କରେ।

କିନ୍ତୁ ପ୍ରଥମତଃ, ଡିମ୍ବାଣୁର ମାନ କ’ଣ?

“ଡିମ୍ବାଣୁର ମାନ” ଅର୍ଥ ହେଉଛି ଯେ ଡିମ୍ବାଣୁ କିମ୍ବା ଓଭମ୍ ଜେନେଟିକ ଭାବରେ ସ୍ୱାଭାବିକ ନା ଅସ୍ୱାଭାବିକ ଅଟେ।

ଏକ ଉତ୍ତମ ମାନର ଡିମ୍ବାଣୁ କିମ୍ବା ଜେନେଟିକ ଭାବରେ ସାଧାରଣ ଓଭମ୍‌ରେ 23ଟି କ୍ରୋମୋଜୋମ୍ (ୟୁପ୍ଲଏଡ୍) ଥାଏ। କ୍ରୋମୋସୋମାଲି ଅସ୍ୱାଭାବିକ ଡିମ୍ବାଣୁରେ 23ରୁ କମ୍ କିମ୍ବା ଅଧିକ କ୍ରୋମୋଜୋମ୍ (ଆନ୍ୟୁପ୍ଲଏଡି) ଥାଏ, ଏହା ଡିମ୍ବାଣୁର ମାନ ଖରାପ କରିଥାଏ ଏବଂ ଫର୍ଟିଲାଇଜେସନ୍ ପରେ ଖରାପ ଜେନେଟିକ୍ ଅବସ୍ଥାର ବିକାଶ କରିଥାଏ।

ଉତ୍ତମ ମାନର ଡିମ୍ବାଣୁର ଲକ୍ଷଣ କ’ଣ?

-ସନ୍ତୁଳିତ ହରମୋନ ସ୍ତର

-ନିୟମିତ ଋତୁସ୍ରାବ ଚକ୍ର

-ଋତୁସ୍ରାବ ଚକ୍ର ସମୟରେ ସର୍ଭିକାଲ ଫ୍ଲୁଇଡ୍, ଶରୀରର ବାସାଲ୍ ତାପମାତ୍ରାରେ ପରିବର୍ତ୍ତନ

ନିମ୍ନ ମାନର ଡିମ୍ବାଣୁର ଲକ୍ଷଣ କ’ଣ?

ଡିମ୍ବାଣୁର ମାନ ଖରାପ ହେବାର ଲକ୍ଷଣ ବୟସ ବଢ଼ିବା ସହ ଜଡ଼ିତ। ମହିଳାଙ୍କ ବୟସ ବଢ଼ିବା ସହିତ ଡିମ୍ବାଶୟରେ ଥିବା ଅଧିକାଂଶ ଡିମ୍ବାଣୁରେ ଜେନେଟିକ୍ ତ୍ରୁଟି ଦେଖାଦେଇଥାଏ।

-ଗର୍ଭଧାରଣ କରିବାରେ ଅସୁବିଧା କିମ୍ବା ବାରମ୍ବାର ଗର୍ଭପାତ ହେବା

-ଋତୁସ୍ରାବର ଅନୁପସ୍ଥିତି କିମ୍ବା ବିଳମ୍ବ ହେବା

-କ୍ଷୁଦ୍ର କିମ୍ବା ପରିବର୍ତ୍ତିତ ଋତୁସ୍ରାବ ଚକ୍ର

-ପ୍ରବଳ ଋତୁସ୍ରାବ

-ହର୍ମୋନ୍ ଅସନ୍ତୁଳନ – କମ୍ ପ୍ରୋଜେଷ୍ଟେରୋନ ଏବଂ ଆଣ୍ଟି ମୁଲେରିଆନ ହର୍ମୋନ୍

ଡିମ୍ବାଶୟରେ କିପରି ଡିମ୍ବାଣୁ ବଢ଼ାଇବେ?

ମହିଳାମାନେ ସମ୍ପୂର୍ଣ୍ଣ ଡିମ୍ବାଣୁ ସଂଖ୍ୟା ସହିତ ଜନ୍ମ ଗ୍ରହଣ କରନ୍ତି ଯାହା ତାଙ୍କର ଜୀବନସାରା ରହିଥାଏ। ମହିଳା ଯୌବନରେ ପହଞ୍ଚିବା ପର୍ଯ୍ୟନ୍ତ ଏହି ଡିମ୍ବାଣୁଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ବିକଶିତ ଏବଂ ପରିପକ୍ୱ ହୋଇନଥାଏ। ତେଣୁ ଡିମ୍ବାଶୟରେ ଡିମ୍ବାଣୁ ବଢ଼ାଇବା ସମ୍ଭବ ନୁହେଁ। ତେବେ ସୁସ୍ଥ ଜୀବନଶୈଳୀ ଦ୍ୱାରା ଡିମ୍ବର ମାନରେ ଉନ୍ନତି କରାଯାଇପାରିବ।

ଡିମ୍ବାଣୁର ମାନକୁ ଖାଦ୍ୟ ପ୍ରଭାବିତ କରେ କି?

ମହିଳାଙ୍କ ପ୍ରଜନନ ସ୍ୱାସ୍ଥ୍ୟ କ୍ଷେତ୍ରରେ ପୋଷଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆମେ ଖାଉଥିବା ଖାଦ୍ୟର ସିଧାସଳଖ ସମ୍ପର୍କ ନଥାଇ ପାରେ କିନ୍ତୁ ଏକ ଭଲ ସନ୍ତୁଳିତ ଖାଦ୍ୟ ଉତ୍ତର ହର୍ମୋନ୍ ସ୍ତର ଏବଂ ରକ୍ତ ସଞ୍ଚାଳନ ବଜାୟ ରଖି ମହିଳାଙ୍କ ଡିମ୍ବାଣୁର ମାନ ଏବଂ ପ୍ରଜନନ କ୍ଷମତାରେ ଉନ୍ନତି ଆଣିବାରେ ସାହାଯ୍ୟ କରେ।

ଡିମ୍ବାଣୁର ମାନରେ ଉନ୍ନତି ଆଣିବା ପାଇଁ ଶ୍ରେଷ୍ଠ 10ଟି ଖାଦ୍ୟ

1. ବିନ୍ସ ଏବଂ ଡାଲି:

ରକ୍ତରେ ଶର୍କରା ସ୍ତର ବଜାୟ ରଖିବା, ନିର୍ମାଣ ଏବଂ କୋଷ ମରାମତିରେ ପୁଷ୍ଟିସାର ବା ପ୍ରୋଟିନ୍ ସାହାଯ୍ୟ କରିଥାଏ। ବିନ୍ସ ଏବଂ ବିଭିନ୍ନ ପ୍ରକାର ଡାଲିରେ ପ୍ରୋଟିନ୍, ଆଇରନ୍, ଭିଟାମିନ୍ ବି କମ୍ପ୍ଲେକ୍ସ ଏବଂ ମ୍ୟାଗ୍ନେସିୟମ୍ ଭରପୂର ମାତ୍ରାରେ ରହିଥାଏ।

2. ମଞ୍ଜି:

ତିଳ, ଅଳସୀ ମଞ୍ଜି, କଖାରୁ ମଞ୍ଜି ଏବଂ ସୂର୍ଯ୍ୟମୁଖୀ ମଞ୍ଜି ଉଭୟ ମାଇକ୍ରୋନ୍ୟୁଟ୍ରିଏଣ୍ଟଏବଂ ମୋନୋସାଚୁରେଟେଡ୍‌ର ମିଶ୍ରଣ ଅଟେ। ହର୍ମୋନ୍ ଅସନ୍ତୁଳନ ଦୂର କରିବା ପାଇଁ ସିଡ୍ ସାଇକ୍ଲିଂ ଏକ ବ୍ୟବହୃତ ପଦ୍ଧତି ଅଟେ।

3. ବାଦାମ ଓ ଶୁଷ୍କ ଫଳ ବା ଡ୍ରାଏ ଫ୍ରୁଟ୍:

ବାଦାମ ଏବଂ ଶୁଷ୍କ ଫଳ ଯଥା ଅଖରୋଟ, ବାଦାମ, ଚିନାବାଦାମ, କାଜୁ ଏବଂ କିସମିସ୍ ସ୍ୱାସ୍ଥ୍ୟକର ସ୍ନେହସାର, ଖଣିଜ ପଦାର୍ଥ, ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନର ଉତ୍ତମ ଉତ୍ସ ଅଟେ। ବ୍ରାଜିଲ ବାଦାମ ଭଳି ବାଦାମ ସେଲେନିୟମର ଉତ୍ତମ ଉତ୍ସ ଅଟେ। ସେଲେନିୟମ ଡିମ୍ବାଣୁରେ କ୍ରୋମୋଜୋମାଲ କ୍ଷତିକୁ ମରାମତି କରିବାରେ ସାହାଯ୍ୟ କରେ। ଶୁଷ୍କ ଫଳରେ ଥିବା ଆଣ୍ଟିଅକ୍ସିଡାଣ୍ଟ କୋଷରେ ଅକ୍ସିଡେସନ୍ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

4. ଆଭୋକାଡ଼ୋ:

ଆଭୋକାଡ଼ୋ ହେଉଛି ପୋଷକ ତତ୍ତ୍ୱ ଏବଂ ସୁସ୍ଥ ସ୍ନେହସାରରେ ଭରପୁର ସୁପର୍ ଫୁଡ୍। ଆଭୋକାଡ଼ୋ ମନୋସାଚୁରେଟେଡ୍ ଫ୍ୟାଟ୍‌ର ଏକ ଉତ୍ତମ ଉତ୍ସ, ଯାହା ସୁସ୍ଥ ପ୍ରଜନନକୁ ସମର୍ଥନ କରେ ଏବଂ ଡିମ୍ବାଣୁର ମାନ ବୃଦ୍ଧି କରେ।

5. ବେରି:

ଷ୍ଟ୍ରବେରୀ, ରାସ୍ପବେରୀ, କ୍ରାନବେରି ଓ ବ୍ଲୁବେରି ଭଳି ବେରି ଆଣ୍ଟିଅକ୍ସିଡାଣ୍ଟର ଗନ୍ତାଘର ଅଟେ। ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି ଏବଂ ଫୋଲେଟ୍ ଭରପୂର ମାତ୍ରାରେ ଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଡିମ୍ବାଣୁକୁ ଅକ୍ସିଡେଟିଭ୍ ଚାପରୁ ରକ୍ଷା କରିଥାଏ।

6. ଡାଳଚିନି:

ବିଶେଷ କରି PCOSରେ ପୀଡ଼ିତ ମହିଳାଙ୍କ ପାଇଁ ଏହା ଏକ ସୁପରଫୁଡ୍ ଅଟେ। ଆପଣଙ୍କ ଖାଦ୍ୟରେ ଡାଳଚିନି ସାମିଲ କରିବା ଦ୍ୱାରା ଇନସୁଲିନ ପ୍ରତିରୋଧ ସହ ଲଢ଼ିବାରେ ସହାୟକ ହୋଇଥାଏ ଏବଂ ଡିମ୍ବାଶୟ କାର୍ଯ୍ୟ କ୍ଷମତା ବୃଦ୍ଧି ହୋଇଥାଏ।

7. ଅଦା:

ଅଦାର ଆଣ୍ଟି-ଇନଫ୍ଲେମେଟୋରି ଗୁଣ ତଥା ପାଚନ କ୍ରିୟା ଓ ରକ୍ତ ସଞ୍ଚାଳନରେ ଉନ୍ନତି ଆଣିବା ଗୁଣ ଋତୁସ୍ରାବକୁ ନିୟନ୍ତ୍ରଣକୁ ଆଣିଥାଏ ଏବଂ ପ୍ରଜନନ ତନ୍ତ୍ରରେ ପ୍ରଦାହକୁ ହ୍ରାସ କରିବାରେ ସାହାଯ୍ୟ କରେ।

8. ସବୁଜ ପତ୍ରଯୁକ୍ତ ପନିପରିବା:

ଭିଟାମିନ୍ ଏ, ବି, ସି ଏବଂ ଇ, ଆଇରନ୍ ଏବଂ କ୍ୟାଲସିୟମ୍ ଡିମ୍ବାଣୁର ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଅଟେ। ପାଳଙ୍ଗ, ବ୍ରୋକୋଲି ଭଳି ପତ୍ରଯୁକ୍ତ ପନିପରିବାରେ ଏହି ସବୁ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ।

9. ଗୋଟା ଶସ୍ୟ:

ଗୋଟା ଶସ୍ୟ ହେଉଛି ଫାଇବର୍ ବା ତନ୍ତୁର ଲୁଚି ରହିଥିବା ଭଣ୍ଡାର। ଫାଇବର୍ ହେଉଛି ଏକ ବହୁମୁଖୀ ପୋଷକ ତତ୍ତ୍ୱ ଯାହା ଦ୍ରୁତ ରକ୍ତଶର୍କରା ସ୍ପାଇକକୁ ରୋକିବା ଏବଂ ରକ୍ତଶର୍କରା ସ୍ତରକୁ ସ୍ଥିର କରି ଶରୀରର ଏକ ସୁସ୍ଥ ଓଜନ ବଜାୟ ରଖିବାରେ ସାହାଯ୍ୟ କରେ। ଏହା ସାଧାରଣ ସ୍ୱାସ୍ଥ୍ୟ ଓ ପ୍ରଜନନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହୋଇଥାଏ।

10. ଦୁଗ୍ଦଜାତ ପଦାର୍ଥ:

ଦୁଗ୍ଧ ଜାତ ପଦାର୍ଥ ଯେପରିକି କ୍ଷୀର ଏବଂ ଦହି ଆପଣଙ୍କ ଖାଦ୍ୟରେ କ୍ୟାଲସିୟମ ଏବଂ ପ୍ରୋବାୟୋଟିକ୍ସକୁ ସାମିଲ କରିବାର ଏକ ଉତ୍ତମ ଉପାୟ ଅଟେ।

 

 
Exit mobile version