Blog
Enquire Now
Uncategorized

ଜୀବନଶୈଳୀ ଓ ପ୍ରଜନନ କ୍ଷମତା

ଜୀବନଶୈଳୀ ଓ ପ୍ରଜନନ କ୍ଷମତା

Author : Dr Akhila Ayyagari, Consultant & Fertility Specialist, Oasis Fertility, Banjara Hills

ଆମର ଦ୍ରୁତ ଗତିର ଜୀବନ ଆମେ ଖାଉଥିବା ଖାଦ୍ୟ, ଆମର ବିକଶିତ ଅଭ୍ୟାସ, ଶୟନ ଶୈଳୀ ଏବଂ ଆମର କାର୍ଯ୍ୟ ଶୈଳୀରେ ଅନେକ ପରିବର୍ତ୍ତନ ଆଣିଛି। ପିଜା, ଏନର୍ଜି ଡ୍ରିଙ୍କ୍, କେକ୍, ଫ୍ରାଏଡ୍ ଖାଦ୍ୟ ଖାଇବାର ଇଚ୍ଛା, ନାଇଟ୍ ସିଫ୍ଟ, କସ୍ମେଟିକ୍ସର ଅତ୍ୟଧିକ ବ୍ୟବହାର, ଲେଟ୍-ନାଇଟ୍ ପାର୍ଟି, ଅତ୍ୟଧିକ ବସିରହିବା ଏବଂ ନିଦ୍ରାହୀନ ରାତି ଆଧୁନିକ ଜୀବନର ଏକ ଅଂଶ ପାଲଟିଯାଇଛି। କିନ୍ତୁ ଏହି ସାଧାରଣ ଦୈନନ୍ଦିନ କାର୍ଯ୍ୟକଳାପ ଉଭୟ ପୁରୁଷ ଏବଂ ମହିଳା ପ୍ରଜନନ କ୍ଷମତା ଉପରେ ବଡ଼ ପ୍ରଭାବ ପକାଇପାରେ। ଏହା ଆଶ୍ଚର୍ଯ୍ୟଜନକ ହୋଇପାରେ କିନ୍ତୁ ଏହା ଏକ ପ୍ରମାଣିତ ସତ୍ୟ ଅଟେ।

ଜୀବନଶୈଳୀ କିପରି ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ?

ପ୍ରଜନନ କ୍ଷମତାକୁ ପ୍ରଭାବିତ କରୁଥିବା ପ୍ରମୁଖ ଜୀବନଶୈଳୀ ଫ୍ୟାକ୍ଟର୍ଗୁଡ଼ିକ ହେଉଛି:

· ବୟସ ବଢ଼ିବା

· ଜଙ୍କ୍ ଫୁଡ୍ ଖାଇବା

· ଓଜନ ବହୁତ କମ୍ କିମ୍ବା ବହୁତ ଅଧିକ ହେବା

· ନିଦ୍ରା (ବହୁତ କମ୍ କିମ୍ବା ବହୁତ ଅଧିକ)

· କାଫେନ୍

· ଧୂମପାନ

· ମଦ୍ୟପାନ

· ଚାପ

· ବୃତ୍ତିଗତ ପରିସ୍ଥିତି

· ବେଆଇନ ଡ୍ରଗ୍ସ

· ପ୍ରେସ୍କ୍ରିପ୍ସନ୍ ଔଷଧ

1. ବୟସ ବଢ଼ିବା

ବ୍ୟକ୍ତିର ପ୍ରଜନନ କ୍ଷମତାରେ ବୟସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଶିକ୍ଷାଗତ ଆକାଂକ୍ଷା ଏବଂ କ୍ୟାରିୟର୍ର ସ୍ୱପ୍ନ କାରଣରୁ ଅନେକ ଦମ୍ପତି ଗର୍ଭଧାରଣକୁ ସ୍ଥଗିତ ରଖନ୍ତି, କିନ୍ତୁ ଅନେକ ଜାଣନ୍ତି ନାହିଁ ଯେ ପ୍ରଜନନ କ୍ଷମତା ଏକ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ଶୀର୍ଷରେ ପହଞ୍ଚିଥାଏ ଏବଂ ପରେ ହ୍ରାସ ପାଇବା ଆରମ୍ଭ କରେ। 35 ବର୍ଷ ବୟସ ପରେ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା, ଶୁକ୍ରାଣୁ ଗତିଶୀଳତା ଏବଂ ବୀର୍ଯ୍ୟ ପରିମାଣ ହ୍ରାସ ପାଇଥାଏ; ମର୍ଫୋଲୋଜି କ୍ରମଶଃ ଅସ୍ୱାଭାବିକ ହୋଇପାରେ ଏବଂ 40 ପରେ ଶୁକ୍ରାଣୁରେ DNA କ୍ଷତିର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଥାଏ।

ମହିଳାମାନଙ୍କ କ୍ଷେତ୍ରରେ 30 ବର୍ଷ ପରେ ଗର୍ଭଧାରଣ ପ୍ରବଣତା କମିଥାଏ। ବୟସ ବଢ଼ିବା ସହିତ ମହିଳାମାନଙ୍କର ଡିମ୍ବରେ କ୍ରୋମୋଜୋମାଲ୍ ଅସ୍ୱାଭାବିକତା ସୃଷ୍ଟି ହୋଇଥାଏ ଏବଂ ବାରମ୍ବାର ଗର୍ଭପାତ, ଗର୍ଭାବସ୍ଥା ସମ୍ବନ୍ଧୀୟ ଅନ୍ୟ ଜଟିଳତା ଏବଂ ଶିଶୁଠାରେ ଜେନେଟିକ୍ ବ୍ୟାଧି ସୃଷ୍ଟି ହୋଇପାରେ। 30 ବର୍ଷରୁ କମ୍ ବୟସରେ ଜଣେ ମହିଳାଙ୍କ ଗର୍ଭଧାରଣ ସମ୍ଭାବନା 71%, 36 ବର୍ଷରୁ ଅଧିକ ବୟସର ମହିଳାଙ୍କ ଗର୍ଭଧାରଣ ସମ୍ଭାବନା 41% ହୋଇପାରେ। ଯଦି କୌଣସି ଦମ୍ପତି ଗର୍ଭଧାରଣକୁ ସ୍ଥଗିତ ରଖିବାକୁ ଚାହୁଁଛନ୍ତି, ତେବେ ସେମାନେ ସେମାନଙ୍କ ଡିମ୍ବ କିମ୍ବା ଶୁକ୍ରାଣୁ, କିମ୍ବା ଭ୍ରୁଣ ସଂରକ୍ଷଣ କରିବା ପାଇଁ ଫର୍ଟିଲିଟି ସଂରକ୍ଷଣ ପଦ୍ଧତି ଗ୍ରହଣ କରିପାରିବେ ଯାହା ସେମାନଙ୍କୁ ଭବିଷ୍ୟତରେ ସେମାନଙ୍କର ପ୍ରଜନନ କ୍ଷମତା ବଜାୟ ରଖିବା ଏବଂ ଗର୍ଭଧାରଣ କରିବାରେ ସକ୍ଷମ କରିପାରିବ।

2. ଜଙ୍କ୍ ଫୁଡ୍ ଖାଇବା

ଗବେଷଣାରୁ ଜଣାପଡିଛି ଯେ ଜଙ୍କ୍ ଫୁଡ୍ ଖାଇବା ଦ୍ୱାରା ଗର୍ଭାଧାରଣର ସମୟ ବଢ଼ିଥାଏ। ମହିଳାମାନଙ୍କ କ୍ଷେତ୍ରରେ, ଜଙ୍କ୍ ଫୁଡ୍ରେ ଥିବା ଚର୍ବି ପ୍ରଜନନ ହରମୋନ୍ର ସ୍ତରକୁ ପରିବର୍ତ୍ତନ କରିପାରେ ଏବଂ ଋତୁସ୍ରାବ ଚକ୍ରରେ ବାଧା ସୃଷ୍ଟି କରିପାରେ। ଗବେଷଣାରୁ ଜଣାପଡ଼ିଛି, ଶସ୍ୟ, ମାଛ ଓ ପନିପରିବାରେ ଭରପୂର ଖାଦ୍ୟ ପ୍ରଜନନ କ୍ଷମତା ବୃଦ୍ଧି କରିଥାଏ।

3. ଓଜନ ବହୁତ କମ୍ କିମ୍ବା ବହୁତ ଅଧିକ ହେବା

BMI < 18.5 – ବହୁତ କମ୍ ଓଜନ

BMI > 25 – ବହୁତ ଅଧିକ ଓଜନ

BMI > 30 – ମେଦ ବହୁଳତା

ଅତି କମ୍ ଓଜନ ହେତୁ ଡିମ୍ବାଶୟ ଅକ୍ଷମତା ଓ ବନ୍ଧ୍ୟାତ୍ୱ ହୋଇଥାଏ; ଏହି ମହିଳାମାନଙ୍କଠାରେ ସମୟ ପୂର୍ବରୁ ବା ପ୍ରି-ଟର୍ମ ପ୍ରସବ ହେବାର ଆଶଙ୍କା ଅଧିକ ଥାଏ। ପୁରୁଷମାନଙ୍କ କ୍ଷେତ୍ରରେ, କମ୍ ଓଜନ ହେତୁ ଶୁକ୍ରାଣୁର ସାନ୍ଦ୍ରତା କମ୍ ହୋଇପାରେ।

ମେଦବହୁଳତା ଥିବା ମହିଳାମାନେ ସେମାନଙ୍କର ଋତୁସ୍ରାବ ଚକ୍ରରେ ଅନିୟମିତତାର ସମ୍ମୁଖୀନ ହୁଅନ୍ତି ଏବଂ ବନ୍ଧ୍ୟାତ୍ୱ, ଗର୍ଭପାତ ଏବଂ ମୃତ ଶିଶୁ ଜନ୍ମର ଶିକାର ହୁଅନ୍ତି। ମେଦବହୁଳ ପୁରୁଷମାନେ ସାଧାରଣ ଓଜନର ପୁରୁଷଙ୍କ ତୁଳନାରେ ଶୁକ୍ରରସ ପରିମାଣରେ 3 ଗୁଣ ଅଧିକ ହ୍ରାସ ପ୍ରଦର୍ଶନ କରିଥାଆନ୍ତି। ମେଦବହୁଳତା ମଧ୍ୟ ଇରେକ୍ଟାଇଲ ଡିସଫଙ୍କସନର କାରଣ ହୋଇପାରେ। ଅଧ୍ୟୟନରୁ ଜଣାପଡିଛି ଯେ ମେଦବହୁଳତା IVF ଚିକିତ୍ସାର ଫଳାଫଳକୁ ମଧ୍ୟ ପ୍ରଭାବିତ କରିଥାଏ। ଗର୍ଭଧାରଣର ଉନ୍ନତ ସମ୍ଭାବନା ପାଇଁ ଏକ ସୁସ୍ଥ ଓଜନ ବଜାୟ ରଖିବା ଜରୁରୀ ଅଟେ।

4. ନିଦ୍ରା

ଅତ୍ୟଧିକ କିମ୍ବା ଅତି କମ୍ ଶୋଇବା ଦ୍ୱାରା ଉଭୟ ପୁରୁଷ ଓ ମହିଳାଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ। ନିଦ୍ରା ଅଭାବରୁ ହରମୋନ୍ ଅସନ୍ତୁଳନ ହୋଇପାରେ ଯାହା ବନ୍ଧ୍ୟାତ୍ୱର କାରଣ ହୋଇପାରେ। ପ୍ରଜନନ କ୍ଷମତାରେ ଉନ୍ନତି ଆଣିବା ପାଇଁ ପ୍ରତିଦିନ 7-8 ଘଣ୍ଟା ଶୋଇବା ଜରୁରୀ ଅଟେ।

5. କାଫେନ୍

ଅତ୍ୟଧିକ କାଫେନ୍ ମହିଳା ପ୍ରଜନନ କ୍ଷମତା ଉପରେ ନକରାତ୍ମକ ପ୍ରଭାବ (ଗର୍ଭପାତ, ଭ୍ରୂଣ ମୃତ୍ୟୁ, ମୃତ ଶିଶୁ ଜନ୍ମ) ପକାଇଥାଏ। ଯେଉଁ ମହିଳାମାନେ ଦୈନିକ 100 ମିଲିଗ୍ରାମରୁ ଅଧିକ କାଫେନ୍ ସେବନ କରନ୍ତି ସେମାନଙ୍କର ଗର୍ଭପାତ ହେବାର ସମ୍ଭାବନା ଅଧିକ ଥାଏ।

6. ଧୂମପାନ

ସିଗାରେଟ୍ ଧୂଆଁରେ 4000ରୁ ଅଧିକ ରାସାୟନିକ ପଦାର୍ଥ ରହିଥାଏ। ଧୂମପାନ ଶୁକ୍ରାଣୁ ପରିମାଣ, ମର୍ଫୋଲୋଜିକୁ ପ୍ରଭାବିତ କରିଥାଏ ଏବଂ ଶୁକ୍ରାଣୁ DNA ଉପରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ ଧୂମପାନ କରୁଥିବା ମହିଳାମାନଙ୍କର ଅଣ୍ଡାଶୟ ଆକାର ହ୍ରାସ ପାଇଥାଏ, ଗର୍ଭାଶୟ ଏବଂ ଟ୍ୟୁବଲ କାର୍ଯ୍ୟରେ ପରିବର୍ତ୍ତନ ହେବା ସହିତ ହରମୋନ୍ ସ୍ତରରେ ବାଧା ସୃଷ୍ଟି ହୋଇଥାଏ।

7. ମଦ୍ୟପାନ

ମଦ୍ୟପାନ ଦ୍ୱାରା ଟେଷ୍ଟିକୁଲାର ଆଟ୍ରୋଫି ହୋଇପାରେ, ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇଥାଏ ଏବଂ ଏହାଦ୍ୱାରା ଲିବିଡୋ ହ୍ରାସ ପାଇଥାଏ। ମଦ୍ୟପାନ କରୁଥିବା ମହିଳାମାନଙ୍କର ଗର୍ଭଧାରଣ ହାର କମ୍ ଥାଏ ଏବଂ ବାରମ୍ବାର

ଗର୍ଭପାତ ହେବା ସହ ଭ୍ରୁଣ ମୃତ୍ୟୁର ସମ୍ଭାବନା ଅଧିକ ଥାଏ। ଗବେଷଣାରୁ ଜଣାପଡିଛି ଯେ ହ୍ୟାଙ୍ଗଓଭର ଅନୁଭବ କରିଥିବା ମହିଳାମାନେ ହ୍ୟାଙ୍ଗଓଭର ଅନୁଭବ କରିନଥିବା ମହିଳାମାନଙ୍କ ତୁଳନାରେ ଅଧିକ ବନ୍ଧ୍ୟାତ୍ୱର ସାମ୍ନା କରିଥାଆନ୍ତି, ଯାହା ସୂଚିତ କରେ ଯେ ମଦ୍ୟପାନର ମାତ୍ରା ପ୍ରଭାବ ପକାଇଥାଏ।

8. ଚାପ

ଚାପ ସମସ୍ତ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ, ଏହା ଭୌତିକ, ସାମାଜିକ କିମ୍ବା ମାନସିକ ହୋଇପାରେ। ସାମାଜିକ ଚାପ, ପରୀକ୍ଷା, ନିଦାନ, ଚିକିତ୍ସା, ବିଫଳତା, ଅସମ୍ପୂର୍ଣ୍ଣ ଇଚ୍ଛା ଏବଂ ଏପରିକି ଏହାସହ ଜଡ଼ିତ ଆର୍ଥିକ ଖର୍ଚ୍ଚ କାରଣରୁ ବନ୍ଧ୍ୟାତ୍ୱ ହିଁ ଚାପଜନକ ଅଟେ।

ଚାପ ଏବଂ ଅବସାଦ ଟେଷ୍ଟୋଷ୍ଟେରୋନକୁ ହ୍ରାସ କରିଥାଏ, ଗୋନାଡାଲ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ ଏବଂ ଶେଷରେ ଶୁକ୍ରାଣୁ ପାରାମିଟରକୁ ହ୍ରାସ କରିଥାଏ ବୋଲି ବିଶ୍ୱାସ କରାଯାଏ। ଯେଉଁ ମହିଳାମାନେ ସପ୍ତାହକୁ 32 ଘଣ୍ଟାରୁ ଅଧିକ କାମ କରନ୍ତି ସେମାନଙ୍କୁ ଗର୍ଭଧାରଣ ପାଇଁ ଅଧିକ ସମୟ ଲାଗେ।

9. ବୃତ୍ତିଗତ ପରିସ୍ଥିତି

i. ବାୟୁ ପ୍ରଦୂଷକ

କାର୍ବନ ମୋନୋକ୍ସାଇଡ୍, ଶିଳ୍ପ ନିର୍ଗମନ ଏବଂ ସଲଫର ଡାଇଅକ୍ସାଇଡ୍ ପରି ବାୟୁ ପ୍ରଦୂଷକ ପୁରୁଷଙ୍କ ଫର୍ଟିଲିଟିକୁ ପ୍ରଭାବିତ କରିପାରେ ଏବଂ ସମୟ ପୂର୍ବରୁ ବା ପ୍ରି-ଟର୍ମ ପ୍ରସବ, ମୃତ ଶିଶୁ ଜନ୍ମ ଏବଂ ଭ୍ରୂଣ ମୃତ୍ୟୁର କାରଣ ମଧ୍ୟ ହୋଇପାରେ।

ii. ହେଭି ମେଟାଲ୍

· ରଙ୍ଗ, ସେରାମିକ୍ ଇତ୍ୟାଦିରେ ଥିବା ସୀସା ଋତୁସ୍ରାବ ଚକ୍ରକୁ ପ୍ରଭାବିତ କରିଥାଏ ଏବଂ ଗର୍ଭପାତ, ଆବର୍ସନ୍ ଇତ୍ୟାଦିର କାରଣ ହୋଇପାରେ

· ଶିଳ୍ପ ନିର୍ଗମନ, ଥର୍ମୋମିଟର ଇତ୍ୟାଦିରେ ଥିବା ପାରଦ ଶୁକ୍ରାଣୁର ବିକାଶକୁ ପ୍ରଭାବିତ କରିଥାଏ

iii. ଲୁବ୍ରିକାଣ୍ଟ

KY ଜେଲି ଭଳି ସମସ୍ତ ଲୁବ୍ରିକାଣ୍ଟ ଶୁକ୍ରାଣୁର କ୍ଷତି କରିଥାଏ।

iv. ଏଣ୍ଡୋକ୍ରାଇନ୍-କ୍ଷତିକାରକ କେମିକାଲ୍ (EDC)

EDC ହେଉଛି ସେହି କେମିକାଲ୍ ଯାହା ପ୍ରାକୃତିକ ହରମୋନ୍ର ନକଲ କରିଥାଏ ଏବଂ ଶରୀରରେ ହରମୋନ୍ର କାର୍ଯ୍ୟକଳାପ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଖାଦ୍ୟ ସଂରକ୍ଷଣ ପ୍ଲାଷ୍ଟିକ, ଶିଶୁମାନଙ୍କ ଖେଳନା, ସାବୁନ, ଲୁବ୍ରିକେଟିଂ ତେଲ, ଶାମ୍ପୁ, ଇତ୍ୟାଦି ଘରୋଇ ଜିନିଷରେ EDC ଦେଖିବାକୁ ମିଳିଥାଏ।

v. ବିକିରଣ

ଗବେଷଣାରୁ ଜଣାପଡ଼ିଛି ଯେ ଗାମା ଏବଂ ଏକ୍ସ-ରେ ମଧ୍ୟ ପ୍ରଜନନ କ୍ଷମତା ଉପରେ ଖରାପ ପ୍ରଭାବ ପକାଇପାରେ। ସେଲ୍ ଫୋନ୍ ପୁରୁଷ ପ୍ରଜନନ କ୍ଷମତା ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ଗବେଷଣାରୁ ଜଣାପଡ଼ିଛି ଯେ ଯେଉଁମାନେ ନିଜ ଅଣ୍ଟା ପାଖରେ ମୋବାଇଲ ଫୋନ୍ ରଖନ୍ତି ସେମାନଙ୍କର ଶୁକ୍ରାଣୁ ସଂଖ୍ୟା ଅନ୍ୟମାନଙ୍କ ତୁଳନାରେ କମ୍ ରହିଥାଏ।

vi. ପୋଷାକ ଏବଂ ହଟ୍ ବାଥ୍

ଟାଇଟ୍ ଫିଟିଂ ପୋଷାକ ସ୍କ୍ରୋଟାଲ ତାପମାତ୍ରା ବୃଦ୍ଧି କରିଥାଏ ଏବଂ ଶୁକ୍ରରସର ମାନକୁ ପ୍ରଭାବିତ କରିଥାଏ। ହଟ୍ ବାଥ୍ ଶୁକ୍ରାଣୁ ଉତ୍ପାଦନକୁ ପ୍ରଭାବିତ କରିଥାଏ।

10. ବେଆଇନ ଡ୍ରଗ୍ସ

ଗଞ୍ଜେଇ, କୋକେନ୍ ଇତ୍ୟାଦି ଭଳି ଡ୍ରଗ୍ସ ଶୁକ୍ରାଣୁ ଉତ୍ପାଦନ, ଶୁକ୍ରାଣୁ ଗତିଶୀଳତା ହ୍ରାସ କରିପାରେ ଏବଂ ଯୌନ ଉତ୍ତେଜନା ହ୍ରାସ, ଇରେକ୍ଟାଇଲ ଡିସଫଙ୍କସନ ଇତ୍ୟାଦିର କାରଣ ହୋଇପାରେ।

11. ପ୍ରେସ୍କ୍ରିପ୍ସନ୍ ଔଷଧ

କୋଲଚିସିନ୍, ସାଇକ୍ଲୋଫସ୍ଫାମାଇଡ୍, ଆଣ୍ଟିସାଇକୋଟିକ୍ସ, H2 ବ୍ଲକର୍ ପ୍ରଜନନ କ୍ରିୟା ଉପରେ ଅପରିବର୍ତ୍ତିତ ପ୍ରଭାବ ପକାଇଥାଏ ଯାହା ପ୍ରୋଲାକ୍ଟିନ୍ ବୃଦ୍ଧିର କାରଣ ହୋଇପାରେ ଏବଂ ଯୌନ ଅକ୍ଷମତା ମଧ୍ୟ ସୃଷ୍ଟି କରିପାରେ। କେଉଁ ଔଷଧ ପ୍ରଜନନ ସମସ୍ୟା ସୃଷ୍ଟି କରେ ତାହା ଯାଞ୍ଚ କରିବା ଆବଶ୍ୟକ ଏବଂ ଏହି ପ୍ରଭାବ ସ୍ଥାୟୀ କି ନୁହେଁ ତାହା ନିର୍ଦ୍ଧାରଣ କରିବା ଆବଶ୍ୟକ।

ସୁସ୍ଥ ଖାଦ୍ୟାଭ୍ୟାସ ପାଇଁ ଟିପ୍ସ:

କାର୍ବୋହାଇଡ୍ରେଟ୍, ଫାଇବର୍, ଫୋଲେଟ୍, ଲାଇକୋପିନ୍ ଅଧିକ ଥିବା ଖାଦ୍ୟ ସହିତ ଫଳ ଓ ପନିପରିବା ଯୁକ୍ତ ଖାଦ୍ୟ ଖାଇଲେ ଶୁକ୍ରରସ ପରିମାଣରେ ଉନ୍ନତି ହୋଇଥାଏ। କମ୍ ମାତ୍ରାରେ ପ୍ରୋଟିନ୍ ଓ ଫ୍ୟାଟ୍ ଖାଇବା ଉଭୟ ପୁରୁଷ ଓ ମହିଳାମାନଙ୍କର ପ୍ରଜନନ କ୍ଷମତା ପାଇଁ ଅଧିକ ଲାଭଦାୟକ ହୋଇଥାଏ।

ଫର୍ଟିଲିଟି ଡାଏଟ୍ କ’ଣ?

ଫର୍ଟିଲିଟି ଡାଏଟ୍ରେ ମନୋଅନ୍ସାଚୁରେଟେଡ୍ ରୁ ଟ୍ରାନ୍ସ ଫ୍ୟାଟ୍ ଅନୁପାତ ଅଧିକ ହେବା ଉଚିତ୍, ପ୍ରାଣୀଜ ପ୍ରୋଟିନ୍ ଅପେକ୍ଷା ଶାକାହାରୀ ଖାଦ୍ୟ, କମ୍ ଚର୍ବିଯୁକ୍ତ ଦୁଗ୍ଧ ଅପେକ୍ଷା ଅଧିକ ଚର୍ବିଯୁକ୍ତ ଦୁଗ୍ଧ, କମ୍ ଗ୍ଲାଇସେମିକ୍ ଲୋଡ୍ ଏବଂ ଅଧିକ ଲୌହ ଏବଂ ମଲ୍ଟିଭିଟାମିନ୍ ସେବନ ଅନ୍ତର୍ଭୁକ୍ତ ହେବା ଉଚିତ୍।

ଅଧ୍ୟୟନରୁ ଜଣାପଡିଛି ଯେ ଏହି ଫର୍ଟିଲିଟି ଡାଏଟ୍ ନେଉଥିବା ଦମ୍ପତିଙ୍କ ଠାରେ ବନ୍ଧ୍ୟାତ୍ୱର ହାର କମ୍ ଥାଏ।

ଆଣ୍ଟିଅକ୍ସିଡାଣ୍ଟ୍ର ଭୂମିକା

ଆଣ୍ଟିଅକ୍ସିଡାଣ୍ଟ୍ ସେମିନାଲ ସ୍ଖଳନରେ ଅତିରିକ୍ତ ROS (ପ୍ରତିକ୍ରିୟାଶୀଳ ଅମ୍ଳଜାନ ସ୍ପେସିଜ୍) ହଟାଇବାରେ ସାହାଯ୍ୟ କରେ ଏବଂ ROS କୁ ସେହି କମ୍ପାଉଣ୍ଡରେ ପରିଣତ କରିବାରେ ସାହାଯ୍ୟ କରେ ଯାହା ପୁରୁଷମାନଙ୍କର କୋଷ ପାଇଁ କମ୍ କ୍ଷତିକାରକ ଅଟେ। ଯେଉଁ ମହିଳାମାନେ ମଲ୍ଟିଭିଟାମିନ୍ ଖାଆନ୍ତି, ସେମାନେ ଓଭୁଲେଟୋରି ବନ୍ଧ୍ୟାତ୍ୱ ଅନୁଭବ କରିବାର ସମ୍ଭାବନା କମ୍ ଥାଏ। ଭିଟାମିନ୍ C, E, ଆଲବୁମିନ୍, ସେରୁଲୋପ୍ଲାସ୍ମିନ୍, ଫେରିଟିନ୍, ଇତ୍ୟାଦି ଆଣ୍ଟିଅକ୍ସିଡାଣ୍ଟ୍ର ଅନ୍ତର୍ଭୁକ୍ତ।

ଡାର୍ଟି ଡଜନ୍: (ସବୁଠାରୁ ଅଧିକ କୀଟନାଶକ ଥିବା ଖାଦ୍ୟ): ସେଓ, ସେଲେରି, ଷ୍ଟ୍ରବେରୀ, ପିଚ୍, ସ୍ପିନାକ୍, ଇମ୍ପୋର୍ଟେଡ୍ ଅଙ୍ଗୁର ଏବଂ ନେକ୍ଟାରିନ୍, ସ୍ୱିଟ୍ ବେଲ୍ ପେପର୍, ବ୍ଲୁବେରି, ଲିଟ୍ୟୁସ୍ ଏବଂ କଲାର୍ଡ ଗ୍ରୀନ୍।

କ୍ଲିନ୍ ଫିଫ୍ଟିନ୍: (ସବୁଠାରୁ କମ୍ କୀଟନାଶକ ଥିବା ଖାଦ୍ୟ): ପିଆଜ, ମିଠା ମକା, ସପୁରୀ ଆଭୋକାଡୋ, ଆସ୍ପାରାଗସ୍, ସ୍ୱିଟ୍ ପି, ଆମ୍ବ, ବାଇଗଣ, କାଣ୍ଟାଲୋପ୍, କିୱି, ବନ୍ଧାକୋବି, ତରଭୁଜ, ଛତୁ, ଘରୋଇ ମିଠା ଆଳୁ, ଅଙ୍ଗୁର।

ମାଛ ଏବଂ ସେଲ୍ଫିସ୍ ଖାଇବା ପାଇଁ ସୁରକ୍ଷା ଟିପ୍ସ

1. ପାରଦର ମାତ୍ରା ଅଧିକ ଥିବାରୁ ଶାର୍କ, ସୋର୍ଡଫିସ୍ ଏବଂ କିଙ୍ଗ୍ ମାକେରେଲ ଖାଆନ୍ତୁ ନାହିଁ।

2. କମ୍ ପାରଦ ଥିବା ମାଛ ଖାଆନ୍ତୁ ଯେପରି ଚିଙ୍ଗୁଡ଼ି, କ୍ୟାନ୍ଡ୍ ଲାଇଟ୍ ଟୁନା, ସାଲମନ, ପୋଲକ୍, ଏବଂ କ୍ୟାଟ୍ଫିସ୍। ହ୍ୱାଇଟ୍ ଟୁନାରେ କ୍ୟାନ୍ଡ୍ ଲାଇଟ୍ ଟୁନା ତୁଳନାରେ ଅଧିକ ପାରଦ ଥାଏ।

ବିଷାକ୍ତତାକୁ କମ୍ କରିବା ପାଇଁ ସରଳ ଅଭ୍ୟାସ

1. ଲେବଲ୍ ପଢ଼ନ୍ତୁ: ଯଦି ଆପଣ ଏହାକୁ ଉଚ୍ଚାରଣ କରିପାରୁନାହାଁନ୍ତି, ତେବେ ଏହାକୁ କିଣନ୍ତୁ ନାହିଁ।

2. ଅର୍ଗାନିକ୍ କିଣନ୍ତୁ: ଯଦିଓ ଏହାର ମୂଲ୍ୟ ଅଧିକ ହୋଇଥାଏ, କୀଟନାଶକ ଏବଂ ଅନ୍ୟାନ୍ୟ କ୍ଷତିକାରକ ପଦାର୍ଥ ଖାଇବା ମଧ୍ୟ ଅଧିକ ମୂଲ୍ୟଯୁକ୍ତ ହୋଇଥାଏ। ଖାଦ୍ୟ ଯେତିକି ଦୂରତା ଅତିକ୍ରମ କରିବ, ରାସାୟନିକ ପଦାର୍ଥର ସଂସ୍ପର୍ଶରେ ସେତେ କମ୍ ଆସିବାର ସମ୍ଭାବନା ରହିଛି।

3. କେମିକାଲ୍ ଠାରୁ ଦୂରେଇ ରୁହନ୍ତୁ: କସମେଟିକ୍ସ ଏବଂ ପାଣି ବିଷାକ୍ତ ପଦାର୍ଥର ସାଧାରଣ ବାହକ ଅଟେ କିନ୍ତୁ ଏହା ସହିତ ଡବାରେ ଥିବା ସାମଗ୍ରୀ, ସୁଗନ୍ଧିତ ପରଫ୍ୟୁମ, ଏୟାର ଫ୍ରେସନର ଏବଂ ଘରୋଇ କ୍ଲିନର୍ ମଧ୍ୟ ବାହକ ଅଟେ। ଆପଣ ଲେମ୍ବୁ ରସ ଏବଂ ଭିନେଗାର ସହିତ ନିଜର କ୍ଲିନର୍ ତିଆରି କରିପାରିବେ ଏବଂ ଏସେନ୍ସିଆଲ୍ ଅଏଲ୍କୁ ଏୟାର ଫ୍ରେସନର ଭାବରେ ବ୍ୟବହାର କରିପାରିବେ।

4. ଫିଲ୍ଟର ପାଣି ପିଅନ୍ତୁ: BPA (ବିସ୍ଫେନୋଲ୍ A) ନଥିବା ବୋତଲ ବ୍ୟବହାର କରନ୍ତୁ। ପ୍ଲାଷ୍ଟିକ୍ ଅପେକ୍ଷା ଧାତବ ପାତ୍ର ଓ କାଚ ବୋତଲ ଅଧିକ ସୁରକ୍ଷିତ।

5. ପ୍ଲାଷ୍ଟିକ୍ କିମ୍ବା ଅଚିହ୍ନିତ ପାତ୍ରରେ ମାଇକ୍ରୋୱେଭ୍ କରନ୍ତୁ ନାହିଁ: ସେହି ପ୍ଲାଷ୍ଟିକ୍ ବ୍ୟବହାର କରନ୍ତୁ ଯାହାକୁ “ମାଇକ୍ରୋୱେଭ୍ ସେଫ୍” ଭାବରେ ଲେବଲ୍ କରାଯାଇଛି।

ବ୍ୟାୟାମ

ମହିଳା ଓ ପୁରୁଷମାନଙ୍କ ବ୍ୟାୟାମ ଲାଭଦାୟକ ହୋଇଥାଏ। ସପ୍ତାହରେ ଅତି କମରେ 3 ଘଣ୍ଟା ଶାରୀରିକ କାର୍ଯ୍ୟକଳାପ କରିବାକୁ ପରାମର୍ଶ ଦିଆଯାଏ।

ଜୀବନଶୈଳୀରେ ପରିବର୍ତ୍ତନ ପୁରୁଷ ଏବଂ ମହିଳାଙ୍କ ପ୍ରଜନନ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇପାରେ। ଯଦି ଆପଣ ଗର୍ଭଧାରଣ କରିବାକୁ ଯୋଜନା କରୁଛନ୍ତି, ତେବେ ଜଙ୍କଫୁଡ୍, ଧୂମପାନ ଏବଂ ମଦ୍ୟପାନଠାରୁ ଦୂରେଇ ରୁହନ୍ତୁ, ସୁସ୍ଥ ଓଜନ ବଜାୟ ରଖନ୍ତୁ ଏବଂ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ହାପି ପ୍ୟାରେଣ୍ଟହୁଡ୍!

Write a Comment