Age and Pregnancy

35 ବର୍ଷ ବୟସ ପରେ ଗର୍ଭଧାରଣ କରିବା – କ’ଣ ଜାଣିବେ ଏବଂ ଆଶା କରିବେ

35 ବର୍ଷ ବୟସ ପରେ ଗର୍ଭଧାରଣ କରିବା – କ’ଣ ଜାଣିବେ ଏବଂ ଆଶା କରିବେ

Author: Dr. Meera Jindal, Consultant – Fertility specialist

ପିତାମାତା ହେବାର ଯାତ୍ରା ଆନନ୍ଦମୟ ହୋଇଥାଏ ଏବଂ ଏଥିରେ କିଛି ପ୍ରତିବନ୍ଧକ ମଧ୍ୟ ରହିଥାଏ। ବିଭିନ୍ନ କାରଣରୁ ଅନେକ ଦମ୍ପତି ବିଳମ୍ବିତ ବୟସରେ ସନ୍ତାନ ଲାଭ କରିବାକୁ ପସନ୍ଦ କରନ୍ତି। ସହାୟକ ପ୍ରଜନନ ଜ୍ଞାନକୌଶଳ ଯୋଗୁଁ, ଏହି ନିଷ୍ପତ୍ତି ନେବା ସହଜ ହୋଇଛି ଏବଂ ଅଧିକ ଚିନ୍ତା ନକରି ମଧ୍ୟ ଜଣେ ନିଜର ଲକ୍ଷ୍ୟ ଏବଂ ପ୍ରାଥମିକତାକୁ ଅନୁସରଣ କରିପାରିବ।

ତେବେ ଯେଉଁ ବୟସ ‘ମାନକ ପ୍ରଜନନକ୍ଷମ ବୟସ’ ନୁହେଁ, ସେହି ବୟସରେ ଗର୍ଭଧାରଣ କରିବା ଆହ୍ୱାନପୂର୍ଣ୍ଣ ହୋଇଥାଏ।

ବୟସ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିଥାଏ, ଏହି କଥାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଏବଂ ବୟସ ବଢ଼ିବା ସହିତ ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ।

30 ବର୍ଷ ଅତିକ୍ରମ କରିସାରିଥିବା ଜଣେ ମହିଳାଙ୍କୁ ଗର୍ଭଧାରଣ କରିବାକୁ ଟିକେ ଅଧିକ ସମୟ ଲାଗିପାରେ କିନ୍ତୁ ଏହା ଅସମ୍ଭବ ନୁହେଁ।

ତେଣୁ ଶାନ୍ତ ହୋଇଯାଆନ୍ତୁ, ହଁ 35 ବର୍ଷରୁ ଅଧିକ ବୟସର ମହିଳାମାନଙ୍କର ଗର୍ଭଧାରଣ କରିବାର ବହୁତ ଭଲ ସମ୍ଭାବନା ଥାଏ କିନ୍ତୁ ଏହା ସହିତ କେତେକ ବିପଦ ଜଡ଼ିତ ଥାଏ।

35 ବର୍ଷ ପରେ ଗର୍ଭଧାରଣକୁ କଷ୍ଟକର କରୁଥିବା କାରଣଗୁଡ଼ିକ

  • ଓଭୁଲେସନ୍ ହ୍ରାସ
  • ଡିମ୍ବର ମାନ ଏବଂ ପରିମାଣରେ ହ୍ରାସ
  • ସର୍ଜରି କିମ୍ବା ଅପରେସନ୍ କାରଣରୁ ଫାଲୋପିଆନ୍ ଟ୍ୟୁବ କିମ୍ବା ସର୍ଭିକ୍ସରେ ସ୍କାର୍ ଟିସୁ
  • ଫାଇବ୍ରଏଡ୍ ବା ଗର୍ଭାଶୟ ଜନିତ ରୋଗ
  • ଏଣ୍ଡୋମେଟ୍ରିଓସିସ୍
  • ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ପରି ଅବସ୍ଥା

କ’ଣ କରିବେ?

ଅଧିକାଂଶ କ୍ଷେତ୍ରରେ, 35 ବର୍ଷ ବୟସରୁ ଅଧିକ ବୟସ୍କ ସୁସ୍ଥ ଏବଂ କୌଣସି ଅନ୍ତର୍ନିହିତ ପ୍ରଜନନ ସମସ୍ୟା ନଥିବା ମହିଳା ସ୍ୱାଭାବିକ ଭାବରେ ଗର୍ଭଧାରଣ କରିପାରିବେ ଏବଂ ଏକ ସୁସ୍ଥ ସନ୍ତାନ ଜନ୍ମ କରିପାରିବେ।

କିନ୍ତୁ ଯଦି ଏକ ଦମ୍ପତି ପ୍ରାକୃତିକ ଭାବରେ ଗର୍ଭଧାରଣ କରିବାକୁ ଅସମର୍ଥ, ତେବେ ସେମାନେ ସର୍ବଦା ବିକଳ୍ପ ପ୍ରଜନନ ଚିକିତ୍ସା ଉପରେ ଧ୍ୟାନ ଦେଇପାରିବେ ଯେପରିକି:

  • IUI (ଇଣ୍ଟ୍ରା ୟୁଟେରିନ୍ ଇନସେମିନେସନ୍): ଉତ୍ତମ ମାନର ଶୁକ୍ରାଣୁ ଚୟନ କରାଯାଇ ଗର୍ଭାଶୟରେ ଇଞ୍ଜେକ୍ଟ କରାଯାଏ ଯାହା ଫର୍ଟିଲାଇଜେସନରେ ସାହାଯ୍ୟ କରିଥାଏ।
  • IVF (ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍): ଏକ ଡିମ୍ବକୁ ପରୀକ୍ଷାଗାରରେ ଶୁକ୍ରାଣୁ ସହିତ ଫର୍ଟିଲାଇଜ୍ କରାଯାଇ ଏକ ଭ୍ରୂଣ ସୃଷ୍ଟି କରାଯାଏ ଯାହା ମହିଳାଙ୍କ ଗର୍ଭାଶୟରେ ପ୍ରତିରୋପଣ କରାଯିବ କିମ୍ବା ଏହାକୁ ପରବର୍ତ୍ତୀ ସମୟରେ ବ୍ୟବହାର ପାଇଁ ଫ୍ରିଜ୍ କରି ସଂରକ୍ଷିତ କରାଯାଇପାରିବ।
  • ଏଥିସହିତ ଡିମ୍ବକୁ ଫ୍ରିଜି କରି ରଖିବାର ବିକଳ୍ପ ମଧ୍ୟ ରହିଛି।

ବିପଦ

ପ୍ରତ୍ୟେକ ଗର୍ଭଧାରଣ ଅନନ୍ୟ ଅଟେ । 20 ଓ 35 ବର୍ଷ ମଧ୍ୟରେ ଥିବା ମହିଳାଙ୍କ ତୁଳନାରେ 35 ବର୍ଷ ବୟସ ଅତିକ୍ରମ କରିଥିବା ମହିଳାମାନଙ୍କର ଗର୍ଭାବସ୍ଥାରେ ଜଟିଳତା ହେବାର ସମ୍ଭାବନା ଥାଏ। କେତେକ ବିପଦ ହେଉଛି:

  • ଗର୍ଭପାତ
  • ଜନ୍ମଗତ ତ୍ରୁଟି
  • ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ହୋଇପାରେ
  • ସମୟ ପୂର୍ବରୁ ପ୍ରସବ ଏବଂ ପ୍ରସବ ସମୟରେ କମ୍ ଓଜନ
  • ପ୍ଲାସେଣ୍ଟାରେ ସମସ୍ୟା

ପ୍ରସବ ପୂର୍ବରୁ ଉତ୍ତମ ଯତ୍ନ ଦ୍ୱାରା ଏହି ବିପଦଗୁଡ଼ିକୁ ପରିଚାଳନା କରାଯାଇପାରିବ ଏବଂ ଏଡ଼ାଇ ଦିଆଯାଇପାରିବ। ଆପଣ ପ୍ରସବ ପୂର୍ବ ସ୍କ୍ରିନିଂ ପରୀକ୍ଷା ଚୟନ କରିପାରିବେ ଏବଂ ଏଥିରେ ସମ୍ପୃକ୍ତ ବିପଦ (ଯଦି କିଛି ଥାଏ) ବିଷୟରେ ଅବଗତ ରହିପାରିବେ।

ପ୍ରଜନନ କ୍ଷମତା ଉନ୍ନତ କରିବାର ଉପାୟ:

ଆପଣଙ୍କ ଜୀବନଶୈଳୀରେ କିଛି ପରିବର୍ତ୍ତନ ଏବଂ ଗର୍ଭଧାରଣ ପାଇଁ ଆପଣଙ୍କ ଶରୀରକୁ ପ୍ରସ୍ତୁତ କରିବା ଏହି ପ୍ରକ୍ରିୟାକୁ ସହଜ କରିଥାଏ ଏବଂ ଗର୍ଭଧାରଣର ସମ୍ଭାବନାକୁ ବୃଦ୍ଧି କରିବାରେ ସାହାଯ୍ୟ କରିପାରେ।

ଏହିସବୁ କଥା ମନେରଖନ୍ତୁ:

– ଋତୁସ୍ରାବ ଚକ୍ରର ସମୟକୁ ବୁଝିବା, ଫର୍ଟାଇଲ୍ ୱିଣ୍ଡୋ ଏବଂ ଓଭୁଲେସନ୍ ଟ୍ରାକ୍ କରିବା ଏବଂ ନିୟମିତ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଦ୍ୱାରା ଗର୍ଭଧାରଣ କରିବାର ଉତ୍ତମ ସମ୍ଭାବନା ରହିଥାଏ।

  • ଆପଣଙ୍କର ନିୟମିତ ଡାକ୍ତରୀ ପରୀକ୍ଷା କରନ୍ତୁ।
  • ସୁସ୍ଥ ଜୀବନଶୈଳୀ ପରିବର୍ତ୍ତନ କରନ୍ତୁ, ଯେପରିକି ଧୂମପାନ ଏବଂ ମଦ୍ୟପାନ ଛାଡ଼ିବା, କାଫେନ୍‌କୁ ସୀମିତ କରିବା, ପର୍ଯ୍ୟାପ୍ତ ପରିମାଣର ଶୋଇବା ଏବଂ ସନ୍ତୁଳିତ ଖାଦ୍ୟ ଗ୍ରହଣ କରିବା।
  • ମଧ୍ୟମ ଧରଣର ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ଓଜନ ବଜାୟ ରଖନ୍ତୁ।
  • ମାନସିକ ଚାପରୁ ମୁକ୍ତ ରହିବା ପାଇଁ ସମୟ ନିଅନ୍ତୁ। ଗର୍ଭଧାରଣର ଯୋଜନା କରିବା ସମୟରେ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ସମାନ ଗୁରୁତ୍ୱ ବହନ କରେ|
  • ଯଦି ଆପଣଙ୍କୁ କୌଣସି ପ୍ରସବ ପୂର୍ବ ଭିଟାମିନ୍ ଆବଶ୍ୟକ ହୁଏ ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
  • କୌଣସି ପ୍ରଜନନ ସମସ୍ୟା ଥିଲେ ଆପଣଙ୍କ ପ୍ରଜନନ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ଏବଂ ପ୍ରଜନନ ଅକ୍ଷମ ଦମ୍ପତିମାନଙ୍କୁ ସାହାଯ୍ୟ କରିବା ପାଇଁ ଉପଲବ୍ଧ ବିଭିନ୍ନ ପ୍ରଜନନ ଚିକିତ୍ସା ବିଷୟରେ ଜାଣନ୍ତୁ।

 

ଶେଷ କଥା:

ଗର୍ଭଧାରଣ ଏକ ରୋମାଞ୍ଚକର ଯାତ୍ରା ଅଟେ ଏବଂ 35 ବର୍ଷ ବୟସରେ ଗର୍ଭଧାରଣ ଯୋଜନା କରିବା କଷ୍ଟଦାୟକ ମନେ ହୋଇପାରେ। ସାମାଜିକ ବ୍ୟବସ୍ଥା ଏବଂ ବୟସ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ମାନସିକ ଚାପକୁ ବଢ଼ାଇଥାଏ। ବିପଦକୁ ବୁଝିବା ଏବଂ ଏହି ଯାତ୍ରାକୁ କିପରି କରାଯିବ ସେ ବିଷୟରେ ଅବଗତ ରହିବା ଅନୁଭୂତିକୁ ଅଧିକ ଆରାମଦାୟକ କରିଥାଏ।

ଏପରିକି ପ୍ରଜନନ ସମସ୍ୟା ଥିବା ଦମ୍ପତିମାନଙ୍କ ପାଇଁ ମଧ୍ୟ ଆଶା ରହିଛି, କାରଣ ଆପଣଙ୍କ ପିତାମାତା ହେବାର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରିବା ପାଇଁ ଅନେକ ପ୍ରଜନନ ଚିକିତ୍ସା ବିକଳ୍ପ ଏବଂ ଗବେଷଣା ସମର୍ଥିତ ପ୍ରଜନନ ଜ୍ଞାନକୌଶଳ ଉପଲବ୍ଧ ଅଛି।

Was this article helpful?
YesNo

fill up the form to get a

Free Consultation

Your data is 100% safe with us.

Avail 0% interest on EMI
All Procedures | No Upper Limit

How we reviewed this article:

HISTORY
  • Current Version
  • September 21, 2023 by Oasis Fertility

LatestTrending

Ad

BOOK A FREE CONSULTATION

Book

Appointment

Call Us

1800-3001-1000
User ID: 17 - Username: hema
User ID: 13 - Username: jigna.n
User ID: 12 - Username: kavya.j
User ID: 19 - Username: maheswari.d
User ID: 8 - Username: Oasis Fertility
User ID: 14 - Username: parinaaz.parhar
User ID: 9 - Username: Piyush_leo9
User ID: 22 - Username: poornima
User ID: 23 - Username: prasanta
User ID: 15 - Username: pratibha
User ID: 16 - Username: prinkabajaj
User ID: 18 - Username: radhikap
User ID: 21 - Username: rajesh.sawant
User ID: 10 - Username: ramya.v
User ID: 11 - Username: saimanasa
User ID: 20 - Username: shalini
User ID: 7 - Username: shootorder