ଡିମ୍ବ ଦାନ ଦ୍ୱାରା IVF ବିଷୟରେ ସବୁକିଛି
Author: Dr. Sai Manasa Darla, Consultant, Fertility Specialist & Laparoscopic Surgeon
କମ୍ ଡିମ୍ବାଶୟ ରିଜର୍ଭ ଥିବା ମହିଳା (ଡିମ୍ବାଶୟରେ ଥିବା ପ୍ରଜନନକ୍ଷମ ଡିମ୍ବାଣୁ ସଂଖ୍ୟା) କିମ୍ବା ନିମ୍ନ ମାନର ଡିମ୍ବାଣୁ ଥିବା ମହିଳାଙ୍କ ପାଇଁ ଡିମ୍ବାଣୁ ଦାନ ଦ୍ୱାରା IVF ଆଶ୍ୱସ୍ତି ଆଣିଥାଏ। ଡିମ୍ବାଣୁ ଦାନ ପ୍ରକ୍ରିୟା ଦ୍ୱାରା IVF ଦମ୍ପତିମାନଙ୍କୁ ପିତାମାତା ହେବାର ସ୍ୱପ୍ନ ପୂରଣ କରିବାରେ ସାହାଯ୍ୟ କରେ।
ଡିମ୍ବାଣୁ ଦାନ ଦ୍ୱାରା IVF କ’ଣ?
ଡିମ୍ବାଣୁ ଦାନ ଦ୍ୱାରା IVF ହେଉଛି ଏକ ସହାୟକ ପ୍ରଜନନ ଜ୍ଞାନକୌଶଳ। ଏଥିରେ ଜଣେ ବେନାମୀ ଡିମ୍ବାଣୁ ଦାତାଙ୍କଠାରୁ ସଂଗ୍ରହ କରାଯାଇଥିବା ପରିପକ୍ୱ ଡିମ୍ବାଣୁ ବ୍ୟବହାର କରାଯାଏ। ଏହି ଉଦ୍ଧାର ଡିମ୍ବାଣୁକୁ ପୁରୁଷ ସାଥୀଙ୍କ ଶୁକ୍ରାଣୁ ସହିତ ଫର୍ଟିଲାଇଜ୍ କରାଯାଏ। ଫର୍ଟିଲାଇଜେସନ୍ ପରେ, ସୃଷ୍ଟି ହେଉଥିବା ଭ୍ରୂଣକୁ ପ୍ରତିରୋପଣ କରିବା ପାଇଁ ପ୍ରାପ୍ତକାରୀଙ୍କ ଡିମ୍ବାଶୟକୁ ସ୍ଥାନାନ୍ତରିତ କରାଯାଏ।
ଡିମ୍ବାଣୁ ଦାନ ଦ୍ୱାରା IVF କିଏ ଆବଶ୍ୟକ କରେ?
ନିମ୍ନଲିଖିତ ଲକ୍ଷଣରେ ପୀଡ଼ିତ ମହିଳାମାନଙ୍କ ପାଇଁ ଡିମ୍ବାଣୁ ଦାନ ଦ୍ୱାରା IVF ସୁପାରିସ କରାଯାଏ:
– ଅକାଳ ମେନୋପୋଜ୍
– ଅକାଳ ଡିମ୍ବାଶୟ ବିଫଳତା
– କମ୍ ଡିମ୍ବାଶୟ ରିଜର୍ଭ
– କ୍ରମାଗତ ଭାବରେ ବିଫଳ ହେଉଥିବା IVF ପ୍ରକ୍ରିୟା
– କର୍କଟ ଏବଂ କେମୋଥେରାପି ପରି ରୋଗ ଏବଂ ଚିକିତ୍ସା
– ବଂଶାନୁକ୍ରମିକ ଏବଂ ଜନ୍ମଗତ ସମସ୍ୟା
– ଅଧିକ ବୟସରେ ମା’ ହେବା
ଡିମ୍ବାଣୁ ଦାତାଙ୍କ ପାଇଁ ମାନଦଣ୍ଡ କ’ଣ?
ମହିଳାଙ୍କ ପାଇଁ ଡିମ୍ବାଣୁ ଦାତା ହେବାର ମାନଦଣ୍ଡ ସହାୟକ ପ୍ରଜନନ ପ୍ରଯୁକ୍ତିବିଦ୍ୟା (ନିୟନ୍ତ୍ରଣ) ବିଲ୍, 2021ରେ ଧାର୍ଯ୍ୟ କରାଯାଇଛି। ଏହା ଜାଣିବା ଜରୁରୀ ଯେ ଭାରତରେ ଡିମ୍ବାଣୁ ଦାନ ଏକ ବେନାମୀ ପ୍ରକ୍ରିୟା ଅଟେ।
· ଡିମ୍ବାଣୁ ଦାତା 23ରୁ 35 ବର୍ଷ ବୟସ ମଧ୍ୟରେ ଜଣେ ସୁସ୍ଥ ମହିଳା ହେବା ଆବଶ୍ୟକ।
· ଜଣେ ଡିମ୍ବାଣୁ ଦାତା ନିଜ ଜୀବନକାଳରେ କେବଳ ଥରେ ଡିମ୍ବାଣୁ ଦାନ କରିପାରିବେ ଏବଂ 7ରୁ ଅଧିକ ଡିମ୍ବାଣୁ ସଂଗ୍ରହ କରିବା ଉଚିତ୍ ନୁହେଁ।
· ଏକ ART ବ୍ୟାଙ୍କ ନାମ, ଆଧାର ନମ୍ବର, ଠିକଣା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ବିବରଣୀ ସମେତ ସମସ୍ତ ଆବଶ୍ୟକୀୟ ସୂଚନା ହାସଲ କରିବ।
· ଜଣେ ଦାତାଙ୍କ ଗାମେଟ୍କୁ ଦଶ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯିବ ନାହିଁ ଏବଂ ସେହି ଅବଧି ଶେଷରେ ଦମ୍ପତି କିମ୍ବା ବ୍ୟକ୍ତିଙ୍କ ସହମତିରେ ଏହି ଆଇନ ଅନୁଯାୟୀ ଗବେଷଣା ଉଦ୍ଦେଶ୍ୟରେ ପଞ୍ଜୀକୃତ ଗବେଷଣା ସଂସ୍ଥାକୁ ଏହି ଗାମେଟ୍ଗୁଡ଼ିକୁ ନଷ୍ଟ କରିବାକୁ କିମ୍ବା ଦାନ କରିବାକୁ ଅନୁମତି ଦିଆଯିବ।
· ଦାତାଙ୍କ ଡାକ୍ତରୀ ପରୀକ୍ଷା: ଦାତାଙ୍କୁ ନିମ୍ନଲିଖିତ ସଂକ୍ରାମକ ରୋଗ ଯଥା ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ (HIV) ଉଭୟ ଟାଇପ୍ 1 ଏବଂ 2, ହେପାଟାଇଟିସ୍ ବି ଭାଇରସ୍ (HBV), ହେପାଟାଇଟିସ୍ ସି ଭାଇରସ୍ (HCV), ଟ୍ରେପୋନେମା ପାଲିଡମ୍ (ସିଫିଲିସ୍) ପାଇଁ VDRL ମାଧ୍ୟମରେ ପରୀକ୍ଷା କରାଯିବ।
· ଜଣେ ଦାତାଙ୍କ ଗାମେଟ୍ରୁ ଜନ୍ମ ଗ୍ରହଣ କରିଥିବା ପିଲାଙ୍କ ଉପରେ ତାଙ୍କର ପିତାମାତା ହେବାର କୌଣସି ଅଧିକାର ରହିବ ନାହିଁ।
ଡିମ୍ବାଣୁ ଦାତାଙ୍କ ଦ୍ୱାରା IVFର ପ୍ରକ୍ରିୟା କ’ଣ?
ଡିମ୍ବାଣୁ ଦାତା ଦ୍ୱାରା IVF ପ୍ରକ୍ରିୟାକୁ ବ୍ୟାପକ ଭାବରେ ନିମ୍ନ ପରି ବିଭକ୍ତ କରାଯାଇପାରେ:
1. ଗ୍ରହଣକାରୀଙ୍କ ମୂଲ୍ୟାୟନ
ଫର୍ଟିଲିଟି ବିଶେଷଜ୍ଞଙ୍କ ଦ୍ଵାରା ମୌଳିକ ମୂଲ୍ୟାୟନ କରାଯାଏ। ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା କୌଣସି ଅସ୍ୱାଭାବିକତାକୁ ଚିହ୍ନଟ କରିବା ପାଇଁ ମୂଲ୍ୟାୟନରେ ବିଭିନ୍ନ ପରୀକ୍ଷା ଅନ୍ତର୍ଭୁକ୍ତ।
ଏହି ପରୀକ୍ଷାଗୁଡ଼ିକ ମଧ୍ୟରେ ରହିଛି:
• ଗର୍ଭାଶୟରେ ଅସ୍ୱାଭାବିକତା ଜାଣିବା ପାଇଁ ଅଲଟ୍ରାସାଉଣ୍ଡ ପରୀକ୍ଷା
• ମୌଳିକ ରକ୍ତ ପରୀକ୍ଷା (ହରମୋନ ପ୍ରୋଫାଇଲ୍, ସମ୍ପୂର୍ଣ୍ଣ ରକ୍ତ ପରୀକ୍ଷା ଇତ୍ୟାଦି)
• ପାପ୍ ସ୍ମିୟର୍ ଏବଂ ମେମୋଗ୍ରାମ ଭଳି ସ୍କ୍ରିନିଂ
2. ଦାତା ଚୟନ
ଡିମ୍ବାଣୁ ଦାତାଙ୍କ ପ୍ରୋଫାଇଲରୁ ଦାତା ଚୟନ କରାଯିବ ଯାହା ଗ୍ରହଣକାରୀ ଦମ୍ପତିଙ୍କ ସହିତ ଅଂଶୀଦାର କରାଯିବ।
ଉଲ୍ଲେଖ ଅନୁଯାୟୀ, ଦାତା ବେନାମୀ ହେବେ। ଶାରୀରିକ ଗୁଣ ଯଥା ଜାତି, କେଶରଙ୍ଗ, ଆଖିର ରଙ୍ଗ ଏବଂ ଶିକ୍ଷା ଏବଂ ଚାକିରି ଭଳି ଅନ୍ୟ ମୌଳିକ ବିବରଣୀ ଗ୍ରହଣକାରୀଙ୍କ ସହ ଅଂଶୀଦାର କରାଯିବ।
3. ଦାତା ଏବଂ ଗ୍ରହଣକାରୀଙ୍କ ଋତୁସ୍ରାବ ଚକ୍ରକୁ ସିଙ୍କ୍ କରିବା
ଡିମ୍ବାଣୁ ଦାନ ପ୍ରକ୍ରିୟା ଦ୍ୱାରା IVFରେ ଗ୍ରହଣକାରୀ ଏବଂ ଡିମ୍ବାଣୁ ଦାତାଙ୍କ ଋତୁସ୍ରାବ ଚକ୍ରକୁ ସିଙ୍କ୍ରୋନାଇଜ୍ କରାଯାଏ। ଏହା ସାଧାରଣତଃ ଜନ୍ମ ନିୟନ୍ତ୍ରଣ ବଟିକା ବ୍ୟବହାର କରି କରାଯାଏ। ଦାତା ଚୟନ ହେବା ପରେ ଗ୍ରହଣକାରୀ ମହିଳାଙ୍କୁ ସେମାନଙ୍କର ମାସିକ ଋତୁସ୍ରାବ ଚକ୍ରକୁ ସିଙ୍କ୍ କରିବା ପାଇଁ ଏଷ୍ଟ୍ରାଡିଓଲ ବଟିକାର ଏକ ନିର୍ଦ୍ଧାରିତ ମାତ୍ରାରେ ରଖାଯାଏ ଏବଂ ଗ୍ରହଣକାରୀ ମହିଳାଙ୍କ ଗର୍ଭାଶୟକୁ ତାଙ୍କ ଋତୁସ୍ରାବର ଦ୍ୱିତୀୟ ଦିନରୁ ଭ୍ରୂଣ ସ୍ଥାନାନ୍ତର ପାଇଁ ପ୍ରସ୍ତୁତ କରାଯାଏ। ଏବଂ ଦାତାଙ୍କୁ ଡିମ୍ବାଶୟ ଷ୍ଟିମୁଲେଟ୍ ପାଇଁ ହର୍ମୋନ ଇଞ୍ଜେକସନ୍ ଦିଆଯାଏ।
4. ଡିମ୍ବାଣୁ ଦାତାଙ୍କ ଠାରୁ ଡିମ୍ବାଣୁ ସଂଗ୍ରହ ପ୍ରକ୍ରିୟା
ଦାତାଙ୍କ ଅଣ୍ଡାଶୟ ଷ୍ଟିମୁଲେସନ୍
ଡିମ୍ବାଣୁ ଦାତାଙ୍କୁ ହର୍ମୋନ ଔଷଧ ଦିଆଯାଏ ଯାହା ଡିମ୍ବାଶୟକୁ ଏକାଧିକ ପରିପକ୍ୱ ଡିମ୍ବାଣୁ ଉତ୍ପାଦନ କରିବାକୁ ଷ୍ଟିମୁଲେଟ୍ କରେ।
ଦାତାଙ୍କଠାରୁ ଡିମ୍ବାଣୁ ଗ୍ରହଣ ପ୍ରକ୍ରିୟା
ଡିମ୍ବାଶୟ ଷ୍ଟିମୁଲେସନ୍ ପରେ, ଓସାଇଟ୍ ପରିପକ୍ୱତା ପାଇଁ ଓଭାରିଆନ୍ ଫଲିକଲ୍ ଟ୍ରିଗର୍ ହୁଏ। ଏହା ଜାଣିବା ଜରୁରୀ ଯେ ଉପଯୁକ୍ତ ଏବଂ ଇଚ୍ଛାକୃତ ଫଲିକଲ୍ ଆକାରରେ ପହଞ୍ଚିବା ପରେ ହିଁ ଡିମ୍ବାଶୟ ଟ୍ରିଗର୍ ହୋଇଥାଏ। ପରିପକ୍ୱତା ପ୍ରକ୍ରିୟା ପରେ, ଯାହା ସାଧାରଣତଃ 11-12 ଦିନ ସମୟ ନେଇଥାଏ, ଡିମ୍ବାଣୁ ସଂଗ୍ରହ ପ୍ରକ୍ରିୟା ବା ଡିମ୍ବାଣୁ ଗ୍ରହଣ ପ୍ରକ୍ରିୟା ଅଲଟ୍ରାସାଉଣ୍ଡ ମାର୍ଗଦର୍ଶନ ସହିତ ଆନେସ୍ଥେସିଆ ସାହାଯ୍ୟରେ କରାଯାଏ।
5. ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍:
ଗ୍ରହଣ ପରେ ଡିମ୍ବାଣକୁ କିପରି ଫର୍ଟିଲାଇଜ୍ କରାଯାଏ?
ଡିମ୍ବାଣୁ ସଂଗ୍ରହ ପ୍ରକ୍ରିୟା ଦିନ ଗ୍ରହଣକାରୀଙ୍କ ସାଥୀଙ୍କଠାରୁ ଏକ ବୀର୍ଯ୍ୟ ନମୁନା ସଂଗ୍ରହ କରାଯାଏ। ଏହାପରେ ଗ୍ରହଣ ହୋଇଥିବା ଡିମ୍ବାଣୁଗୁଡ଼ିକୁ ଶୁକ୍ରାଣୁ ନମୁନା ସହିତ ନିୟନ୍ତ୍ରିତ ପରୀକ୍ଷାଗାର ଅବସ୍ଥାରେ ଫର୍ଟିଲାଇଜେସନ୍ କରାଯାଏ।
କେତେକ କ୍ଷେତ୍ରରେ ଯେପରିକି ଶୁକ୍ରାଣୁ ସଂଖ୍ୟା କମ୍ କିମ୍ବା ଶୁକ୍ରାଣୁର କମ୍ ଗତିଶୀଳତା ହାର, ICSI ଫର୍ଟିଲାଇଜେସନରେ ସାହାଯ୍ୟ କରିବା ପାଇଁ କରାଯାଏ। ICSI (ଇଣ୍ଟ୍ରା ସାଇଟୋପ୍ଲାଜ୍ମିକ ସ୍ପର୍ମ ଇଞ୍ଜେକ୍ସନ) ହେଉଛି ଏକ ପଦ୍ଧତି ଯେଉଁଥିରେ ସର୍ବୋତ୍ତମ ଶୁକ୍ରାଣୁକୁ ନମୁନାରୁ ସଂଗ୍ରହ କରାଯାଏ ଏବଂ ଓସାଇଟରେ ଇଞ୍ଜେକ୍ଟ କରାଯାଏ।
ଫର୍ଟିଲାଇଜେସନ୍ର 3ରୁ 5 ଦିନ ପରେ, ସୃଷ୍ଟି ହୋଇଥିବା ଭ୍ରୂଣକୁ ପ୍ରତିରୋପଣ କରାଯାଏ ଏବଂ ସଫଳ ଗର୍ଭଧାରଣର ସମ୍ଭାବନା ବୃଦ୍ଧି କରିବା ପାଇଁ ସ୍ଥାନାନ୍ତର କରିବା ପୂର୍ବରୁ ବ୍ଲାସ୍ଟୋସିଷ୍ଟ ଷ୍ଟେଜ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଏ।
ଅତିରିକ୍ତ ଭ୍ରୁଣକୁ କୌଣସି ବିଫଳ ପ୍ରକ୍ରିୟା ହେଲେ ଭବିଷ୍ୟତ ଉଦ୍ଦେଶ୍ୟ ପାଇଁ ଫ୍ରିଜ୍ କରାଯାଇପାରିବ।
6. ଗ୍ରହଣକାରୀଙ୍କ ଏଣ୍ଡୋମେଟ୍ରିଆଲ ପ୍ରସ୍ତୁତି ଏବଂ ଭ୍ରୂଣ ସ୍ଥାନାନ୍ତର:
ଗ୍ରହଣକାରୀଙ୍କୁ ଭ୍ରୂଣ ପ୍ରତିରୋପଣରେ ସାହାଯ୍ୟ କରିବା ପାଇଁ ଲୁଟିଆଲ ସପୋର୍ଟ ଔଷଧ ଦିଆଯାଏ।
ଅଲଟ୍ରାସାଉଣ୍ଡ ମାର୍ଗଦର୍ଶନ ସାହାଯ୍ୟରେ 1 କିମ୍ବା 2ଟି ସୁସ୍ଥ ଭ୍ରୁଣ ଗ୍ରହଣକାରୀଙ୍କ ଗର୍ଭାଶୟକୁ ସ୍ଥାନାନ୍ତରିତ ହୁଏ।
7. ଗର୍ଭ ପରୀକ୍ଷା:
ଏହି ପ୍ରକ୍ରିୟା ସଫଳ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଭ୍ରୁଣ ସ୍ଥାନାନ୍ତର ପରେ ଦୁଇ ସପ୍ତାହର ଅପେକ୍ଷା ଅବଧି ପରେ ଏକ ରକ୍ତ ଗର୍ଭ ପରୀକ୍ଷା କରାଯାଏ। ଗର୍ଭାବସ୍ଥା ଫଳାଫଳ ନିର୍ଦ୍ଧାରଣ କରିବା ପାଇଁ ରକ୍ତରେ HCG ସ୍ତର ମାପ କରାଯାଏ।
ଶେଷକଥା:
ବିଭିନ୍ନ କାରଣରୁ ମାତୃତ୍ୱ ହାସଲ କରିପାରୁନଥିବା ମହିଳାଙ୍କ ପାଇଁ ଡିମ୍ବାଣୁ ଦାନ ଦ୍ୱାରା IVF ଏକ ଆଶାର କିରଣ ଅଟେ। ଯଦିଓ, ଏହା ଜାଣିବା ଜରୁରୀ ଯେ ଡିମ୍ବାଣୁ ଦାନ ଦ୍ୱାରା IVFର ସଫଳତା ହାର ଉଭୟ ଗ୍ରହଣକାରୀ ଏବଂ ଦାତାଙ୍କ ବିଭିନ୍ନ କାରକ ଉପରେ ନିର୍ଭର କରେ। ବୟସ, ଏଣ୍ଡୋମେଟ୍ରିଆଲ ମୋଟେଇ, ଶରୀରର ଓଜନ, ଗର୍ଭାଶୟ ଅବସ୍ଥା, ଭ୍ରୂଣର ଗୁଣବତ୍ତା ଇତ୍ୟାଦି ହେଉଛି ଗ୍ରହଣକାରିଙ୍କୁ ପ୍ରଭାବିତ କରୁଥିବା କାରକ। ଦାତାଙ୍କୁ ପ୍ରଭାବିତ କରୁଥିବା କାରକଗୁଡ଼ିକ ହେଉଛି ବୟସ ଏବଂ ସଂଗ୍ରହ ହୋଇଥିବା ପରିପକ୍ୱ ଓସାଇଟ୍ ସଂଖ୍ୟା। ଡିମ୍ବାଣୁ ଦାନ ଦ୍ୱାରା IVF ସମ୍ବନ୍ଧରେ ଆପଣଙ୍କ ବିକଳ୍ପ ଜାଣିବା ପାଇଁ ଆଜି ହିଁ ଆମର ଏକ୍ସପର୍ଟ ଫର୍ଟିଲିଟି ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।