Select Language

English

ಕನ್ನಡ

ଓଡିଆ

ગુજરાતી

தமிழ்

मराठी

తెలుగు

हिंदी

Author: Dr. V Ramya, Consultant & Fertility Specialist

HSG ପରୀକ୍ଷା କଣ?

ଏହାକୁ ହିଷ୍ଟେରୋସାଲ୍‌ପିଙ୍ଗୋଗ୍ରାମ୍ ମଧ୍ୟ କୁହାଯାଇଥାଏ, HSG ପରୀକ୍ଷା ହେଉଛି ମହିଳାଙ୍କ ପ୍ରଜନନ ପଥର ଆକଳନ କରିବା ପାଇଁ ଏକ ଡାଇଗ୍ନୋଷ୍ଟିକ୍ ଟୁଲ୍‌। ଗର୍ଭାଶୟ ଏବଂ ଫେଲୋପିଆନ୍ ଟ୍ୟୁବ୍ ଭିତରେ ଥିବା କୌଣସି ମଧ୍ୟ ଅସ୍ୱାଭାବିକତାକୁ ମୂଲ୍ୟାଙ୍କନ କରିବାର ଏହା ଏକ ପ୍ରଭାବଶାଳୀ ପଦ୍ଧତି। ଏଥିରେ ଗର୍ଭାଶୟରେ ଏକ କଣ୍ଟ୍ରାଷ୍ଟ ଡାଏ ଇଞ୍ଜେକ୍ଟ କରାଯାଇଥାଏ ଯାହାଦ୍ୱାରା କମ୍‌ ମାତ୍ରାର ଏକ୍ସ-ରେ ଅଧୀନରେ ଥିବା ୟୁଟେରାଇନ୍‌ କ୍ୟାଭିଟୀ ଏବଂ ଫେଲୋପିଆନ୍ ଟ୍ୟୁବ୍‌ର ଆକାର ଏବଂ ଗଠନ ବିଷୟରେ ସୂଚନା ମିଳିଥାଏ।

HSG ପରୀକ୍ଷା କଣ ପାଇଁ କରାଯାଏ?

ଗର୍ଭାଶୟର ସ୍ଥିତି ନିର୍ଣ୍ଣୟ କରିବା ପାଇଁ:

ଜନ୍ମଗତ ଗର୍ଭାଶୟ ସମ୍ୱନ୍ଧୀୟ ବିସଙ୍ଗତି, ଫାଇବ୍ରଏଡ୍, ଟ୍ୟୁମର୍, ପଲିପ୍ସ, ଆଧେସନ୍, ଯୋନିରେ ଦାଗ ପାଇଁ ଗର୍ଭାଶୟକୁ ପରୀକ୍ଷା କରିବା ପାଇଁ ବନ୍ଧ୍ୟାକରଣ ନିରାକରଣର ଏକ ଅଂଶ ଭାବରେ HSG ପରୀକ୍ଷା କରାଯାଏ, କାରଣ ଏହି ସ୍ଥିତି ପ୍ରତିରୋପଣ ଏବଂ ଭ୍ରୁଣ ବିକାଶକୁ ପ୍ରଭାବିତ କରିପାରେ।

ଏକ ଟ୍ୟୁବାଲ୍ ଲିଗେସନ୍ ପ୍ରକ୍ରିୟାର ସଫଳତା ଯାଞ୍ଚ କରିବା ପାଇଁ:

ଟ୍ୟୁବାଲ୍ ଲିଗେସନ୍ ପ୍ରକ୍ରିୟା (ଏକ ପ୍ରକ୍ରିୟା ଯେଉଁଥିରେ ଗର୍ଭଧାରଣକୁ ରୋକିବା ପାଇଁ ଫେଲୋପିଆନ୍ ଟ୍ୟୁବ୍‌କୁ ବାନ୍ଧି ଦିଆଯାଏ) କରାଯିବା ପରେ ଟ୍ୟୁବ୍‌ଗୁଡିକ ସମ୍ପୂର୍ଣ୍ଣ ଅବରୋଧ ହୋଇଛି ନା ନାହିଁ ତାହା ନିଶ୍ଚିତ କରିବା ପାଇଁ ଏହା କରାଯାଇଥାଏ।

ଫେଲୋପିଆନ୍ ଟ୍ୟୁବରେ ଥିବା ବ୍ଲକେଜ୍‌ଗୁଡିକୁ ଯାଞ୍ଚ କରିବା ପାଇଁ:

ବ୍ଲକ୍‌ ହୋଇଥିବା ଫେଲୋପିଆନ୍ ଟ୍ୟୁବ୍ ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱର ଏକ ପ୍ରମୁଖ କାରଣ। ଫେଲୋପିଆନ୍ ଟ୍ୟୁବରେ ଶ୍ଲେଷ୍ମା (ମ୍ୟୁକସ୍‌), ମୃତ କୋଷିକା , ପଲିପ୍ସ ଏବଂ ଫାଇବ୍ରଏଡ୍‌ର ଉପସ୍ଥିତି କାରଣରୁ ଏହା ହୋଇଥାଏ। ଏହି ବ୍ଲକେଜ୍‌ଗୁଡିକ ଶୁକ୍ରାଣୁକୁ ନିଷେଚନ (ଫର୍ଟିଲାଇଜେସନ୍) ହେବା ପାଇଁ ଅଣ୍ଡା ପର୍ଯ୍ୟନ୍ତ ପହଞ୍ଚିବାକୁ ଅନୁମତି ଦେବ ନାହିଁ କିମ୍ବା ନିଷେଚିତ ଅଣ୍ଡା ପ୍ରତିରୋପଣ ପାଇଁ ଗର୍ଭାଶୟରେ ପହଞ୍ଚିପାରିବ ନାହିଁ ଏବଂ ଏହାର ପରିଣାମସ୍ୱରୂପ ଏକ୍ଟୋପିକ୍ ଗର୍ଭଧାରଣ ହୋଇପାରେ। ଫେଲୋପିଆନ୍ ଟ୍ୟୁବରେ ଥିବା ଏହି ବ୍ଲକେଜ୍‌ଗୁଡିକର ଚିହ୍ନଟ ଏକ HSG ପରୀକ୍ଷା ସାହାଯ୍ୟରେ ନିର୍ଣ୍ଣୟ କରାଯାଇପାରେ।

ଏକ HSG ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରାଯାଏ?

  • ଏହା ଜାଣିବା ମହତ୍ତ୍ୱପୂର୍ଣ୍ଣ ଯେ HSG ପରୀକ୍ଷା ମାସିକ ଧର୍ମର ଶେଷ ଦିନ ଏବଂ ଓଭ୍ୟୁଲେସନ୍‌ ପ୍ରାରମ୍ଭ ପୂର୍ବରୁ ଅର୍ଥାତ୍ ମାସିକ ଧର୍ମର 5-10 ଦିନ ମଧ୍ୟରେ ନିର୍ଦ୍ଧାରିତ କରାଯାଇଥାଏ (ଏହି ଅବଧି ମାସିକ ଧର୍ମର ଦୈର୍ଘ୍ୟ ଉପରେ ନିର୍ଭର କରି ଭିନ୍ନ ହୋଇପାରେ)।
  • ଯୋନି (ପେଲଭିକ୍) ସଂକ୍ରମଣର ଆଶଙ୍କା ଦୂର କରିବା ପାଇଁ ପ୍ରକ୍ରିୟା ପୂର୍ବରୁ, ପରୀକ୍ଷା ଦିନ ଏବଂ ପ୍ରକ୍ରିୟା ପରେ ଆଣ୍ଟିବାୟୋଟିକ୍ ନିର୍ଦ୍ଧାରିତ କରାଯାଇଥାଏ।
  • ପ୍ରକ୍ରିୟା ସମୟରେ ହେଉଥିବା ଅସ୍ୱାଭାବିକତାରେ ଆରାମ ପାଇବା ପାଇଁ ପ୍ରକ୍ରିୟାର ଏକ ଘଣ୍ଟା ପୂର୍ବରୁ ଓଭର-ଦି-କାଉଣ୍ଟର ଯନ୍ତ୍ରଣା ନିବାରକ ଔଷଧ (ପେନ୍‌ ରିଲିଭର୍‌) ନେବାକୁ ପରାମର୍ଶ ଦିଆଯାଇଥାଏ।
  • ଯଦି ଆପଣଙ୍କୁ ଆୟୋଡିନ୍ ଏବଂ ବେଟାଡିନ୍ ପ୍ରତି ଆଲର୍ଜି ରହିଛି ତେବେ ନିଜ ଡାକ୍ତରଙ୍କୁ ସୂଚୀତ କରନ୍ତୁ। ପ୍ରକ୍ରିୟା ପାଇଁ ଆୟୋଡିନ୍ ରହିତ କଣ୍ଟ୍ରାଷ୍ଟ ଡାଏ’ର ବ୍ୟବହାର କରାଯିବ। ଏହା ବ୍ୟତୀତ, ଯଦି ଆପଣ ଏକ୍ସ-ରେ ପ୍ରତି ସମ୍ବେଦନଶୀଳ ତେବେ ନିଜ ଡାକ୍ତରଙ୍କୁ ଜଣାନ୍ତୁ।
  • ଆପଣ ଗର୍ଭବତୀ ଅଛନ୍ତି ନା ନୁହଁନ୍ତି ତାହା ନିଶ୍ଚିତ କରିବା ପାଇଁ ପ୍ରକ୍ରିୟା ପୂର୍ବରୁ ଏକ ପରିସ୍ରା ଗର୍ଭ ପରୀକ୍ଷା (ୟୁରିନ୍‌ ପ୍ରେଗନେନ୍ସୀ ଟେଷ୍ଟ) କରାଯାଏ।
  • HSG ପରୀକ୍ଷା ହେଉଛି ଗୋଟିଏ ଦିନ ଭିତରେ କରାଯାଉଥିବା ପ୍ରକ୍ରିୟା (ଡେ-କେୟାର୍‌) ଏବଂ ଏହା କରିବାକୁ ଗୋଟିଏ ଘଣ୍ଟାରୁ କମ୍ ସମୟ ଲାଗିଥାଏ।
  • ପ୍ରକ୍ରିୟା ପରେ ଆପଣଙ୍କ ପରିବାରର କୌଣସି ବ୍ୟକ୍ତିଙ୍କୁ ଘରକୁ ନେଇଯିବାକୁ କୁହନ୍ତୁ।

HSG ପରୀକ୍ଷା ପରେ କଣ ଆଶା କରାଯାଏ?

ଏହା ମନେ ରଖିବା ଜରୁରୀ ଯେ ଏହି ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ପ୍ରକ୍ରିୟାର କିଛି ଦିନ ମଧ୍ୟରେ ଠିକ୍‌ ହୋଇଯାଇଥାଏ।

  • ପେଲଭିକ୍ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଅନୁଭବ ହୋଇପାରେ (ଯଦି ଯନ୍ତ୍ରଣା ହେବା ଜାରି ରହେ ତେବେ ଆପଣଙ୍କର ପ୍ରଜନନ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ)
  • ପେଟରେ ଯନ୍ତ୍ରଣା କିମ୍ବା କଷ୍ଟ
  • ଅଠାଳିଆ ଯୋନି ସ୍ରାବ (ଡାଏ କାରଣରୁ)
  • ସାମାନ୍ୟ ରକ୍ତସ୍ରାବ କିମ୍ବା ଦାଗ
  • ମୁଣ୍ଡ ବୁଲାଇବା
  • ବାନ୍ତି ଲାଗିବା
Oasis-Blog-Infographic-Mar-1a-1-1.jpg

HSG ପରୀକ୍ଷଣରେ କଣ ବିପଦ ରହିଛି?

ଏକ HSG ପରୀକ୍ଷା ଅପେକ୍ଷାକୃତ ସୁରକ୍ଷିତ, କିନ୍ତୁ ବିରଳ ଜଟିଳତାଗୁଡ଼ିକରେ ନିମ୍ନୋକ୍ତ ଅନ୍ତର୍ଭୁକ୍ତ ହୋଇପାରେ:

  • କଣ୍ଟ୍ରାଷ୍ଟ ଡାଏ ପ୍ରତି ଏକ ଆଲର୍ଜି ପ୍ରତିକ୍ରିୟା
  • ଗର୍ଭାଶୟ ଏବଂ ଫେଲୋପିଆନ୍ ଟ୍ୟୁବ୍‌ର ସଂକ୍ରମଣ
  • ଗର୍ଭାଶୟରେ ଛିଦ୍ର
  • ଅଳ୍ପ ପରିମାଣର ଅସ୍ୱାଭାବିକ ରକ୍ତସ୍ରାବ (ଯଦି ଏହା କିଛି ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ବଜାୟ ରହିଥାଏ ଏବଂ ମାସିକ ଧର୍ମରୁ ଅଧିକ ରକ୍ତସ୍ରାବ ହୁଏ, ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ)
  • ଜ୍ୱର କିମ୍ବା ଥଣ୍ଡା ଲାଗିବା

HSG ପରୀକ୍ଷା ଏକ ଯନ୍ତ୍ରଣାଦାୟକ ପ୍ରକ୍ରିୟା କି?

HSG ପରୀକ୍ଷା ମୁଖ୍ୟତଃ ଏକ ଯନ୍ତ୍ରଣାରହିତ ପ୍ରକ୍ରିୟା ଏବଂ ଏହାର ଅନୁଭବ ମହିଳାମାନଙ୍କର ଯନ୍ତ୍ରଣା ସହିବା ଶକ୍ତି ଆଧାରରେ ସବୁ ମହିଳାଙ୍କ ଠାରେ ଭିନ୍ନ ଭିନ୍ନ ହୋଇପାରେ। ଅଳ୍ପ କିଛି ମହିଳାଙ୍କ ଠାରେ ଏହି ପ୍ରକ୍ରିୟା ସାମାନ୍ୟ ଅସ୍ୱାଭାବିକତା ସୃଷ୍ଟି କରିପାରେ। ଡାଏ’କୁ ଯନ୍ତ୍ରଣାରହିତ ଉପାୟରେ ଗର୍ଭାଶୟ ଏବଂ ଫେଲୋପିଆନ୍ ଟ୍ୟୁବରେ ପ୍ରବେଶ କରାଯାଏ। ଡାଏ ଇଞ୍ଜେକ୍ଟ କରିବା ସମୟରେ କିଛି ମହିଳାମାନେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି।

ଓଭର-ଦି-କାଉଣ୍ଟର ଯନ୍ତ୍ରଣା ଔଷଧ ଅସୁବିଧାକୁ କମ୍‌ କରିବାରେ ସାହାଯ୍ୟ କରିଥାଏ।

କେଉଁମାନଙ୍କୁ HSG ପରୀକ୍ଷା କରାଇବାରୁ ବଞ୍ଚିବା ଉଚିତ?

ନିମ୍ନୋକ୍ତ ମାମଲାରେ ମହିଳାମାନଙ୍କୁ HSG ପରୀକ୍ଷା କରାଇବା ଠାରୁ ବଞ୍ଚିବା ଉଚିତ

  • ଗର୍ଭଧାରଣ
  • ଯୋନିରେ ପ୍ରଦାହଜନକ ରୋଗ (PID)
  • ଅସ୍ପଷ୍ଟ ଯୋନୀରୁ ରକ୍ତସ୍ରାବ

HSG ପରୀକ୍ଷା ଫଳାଫଳର ବ୍ୟାଖ୍ୟା

ଆପଣଙ୍କର ପ୍ରଜନନ ବିଶେଷଜ୍ଞ ସ୍କାନ୍ ଫଟୋଚିତ୍ରଗୁଡିକର ମୂଲ୍ୟାଙ୍କନ କରିବେ ଏବଂ ଚିକିତ୍ସାର ପରବର୍ତ୍ତୀ ଚରଣଗୁଡିକ ଫଳାଫଳ ଉପରେ ନିର୍ଭର କରିବ। ଯଦି ରିପୋର୍ଟରେ ଫେଲୋପିଆନ୍ ଟ୍ୟୁବରେ ବ୍ଲକେଜ୍‌ ଦେଖାଯାଏ, ତେବେ ଏହି ସମସ୍ୟାର ନିରାକରଣ ପାଇଁ ଏକ ଲେପ୍ରୋସ୍କୋପି କରାଯାଇଥାଏ, କିମ୍ବା ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ (IVF) ଚିକିତ୍ସା ପରାମର୍ଶ କରାଯାଇପାରେ।

ଏକ HSG ପରୀକ୍ଷା ଗର୍ଭଧାରଣର ସମ୍ଭାବନାରେ ସୁଧାର ଆଣିପାରିବ କି?

କିଛି ମାମଲାରେ, HSG ପରୀକ୍ଷା ଅପ୍ରତ୍ୟକ୍ଷ ଭାବେ ଦମ୍ପତିମାନଙ୍କ ଗର୍ଭଧାରଣର ସମ୍ଭାବନାକୁ ବଢ଼ାଇପାରେ। ପ୍ରକ୍ରିୟା ପରେ ପ୍ରାୟ 3 ମାସ ପର୍ଯ୍ୟନ୍ତ ଚେଷ୍ଟା କରିବା ସୁରକ୍ଷିତ ଅଟେ। ଏପରି ମାମଲାଗୁଡ଼ିକରେ, ଏହା ଅନୁମାନ କରାଯାଏ ଯେ ପ୍ରକ୍ରିୟା ସମୟରେ ବ୍ୟବହୃତ କଣ୍ଟ୍ରାଷ୍ଟ ଡାଏ (ଆୟୋଡିନ୍) ଶ୍ଲେଷ୍ମା (ମ୍ୟୁକସ୍‌) କିମ୍ୱା କିମ୍ବା ଅନ୍ୟାନ୍ୟ ମୃତ କୋଷିକାକୁ ସଫା କରିବାରେ ସାହାଯ୍ୟ କରିଥାଏ ଯାହା ଫେଲୋପିଆନ୍ ଟ୍ୟୁବ୍‌କୁ ଅବରୋଧ କରିପାରେ ଏବଂ ଗର୍ଭଧାରଣର ସମ୍ଭାବନାକୁ କମ୍‌ କରିପାରେ। ଯଦିଓ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ରହିପାରେ ତଥାପି ଏହା ମନେ ରଖିବା ମହତ୍ତ୍ୱପୂର୍ଣ୍ଣ ଯେ ଏହା ଏକ ଆବଶ୍ୟକୀୟ ଫଳାଫଳ ହୋଇନପାରେ।

HSG ପରୀକ୍ଷା ଏକମାତ୍ର ବିକଳ୍ପ କି?

ଲାପ୍ରୋସ୍କୋପି ଏବଂ ହିଷ୍ଟେରୋସ୍କୋପି ପରି ଅନ୍ୟାନ୍ୟ ପ୍ରକ୍ରିୟା ମଧ୍ୟ ରହିଛି। ଏହାକୁ ୟୁଟେରାଇନ୍‌ କ୍ୟାଭିଟୀରେ ଥିବା ସମସ୍ୟାଗୁଡ଼ିକ କାରଣରୁ ଉପୁଜୁଥିବା ସମସ୍ୟାଗୁଡ଼ିକର ନିରାକରଣ ପାଇଁ ବ୍ୟବହାର କରାଯାଇଥାଏ କିନ୍ତୁ ସେମାନେ ଫେଲୋପିଆନ୍ ଟ୍ୟୁବରେ ଥିବା ବ୍ଲକେଜ୍‌ ବିଷୟରେ ସେମାନେ କୌଣସି ସୂଚନା ଦିଅନ୍ତି ନାହିଁ।

ବାରମ୍ବାର ହେଉଥିବା ଗର୍ଭପାତ ଏବଂ ଅସ୍ୱାଭାବିକ ରକ୍ତସ୍ରାବ ହେଉଥିବା ମାମଲାରେ HSG ପରୀକ୍ଷା କରାଯିବାକୁ ମଧ୍ୟ ବିଚାର କରାଯାଏ।