ଗର୍ଭାଧାରଣର ପୁନର୍ଯୋଜନା – ଡିମ୍ବ ଫ୍ରିଜିଂ ଦ୍ୱାରା ପ୍ରଜନନ କ୍ଷମତା ସଂରକ୍ଷଣ (ସୋସିଆଲ୍ ଫ୍ରିଜିଂ)
![ଗର୍ଭାଧାରଣର ପୁନର୍ଯୋଜନା – ଡିମ୍ବ ଫ୍ରିଜିଂ ଦ୍ୱାରା ପ୍ରଜନନ କ୍ଷମତା ସଂରକ୍ଷଣ (ସୋସିଆଲ୍ ଫ୍ରିଜିଂ)](https://oasisindia.in/wp-content/uploads/2023/11/oasis-blog-banner-nov-6-1.jpg)
Author: Dr. V Ramya, Consultant & Fertility Specialist
ଅନେକ ଦମ୍ପତି କ୍ୟାରିୟର ଏବଂ ବ୍ୟକ୍ତିଗତ ଅଭିବୃଦ୍ଧିର ଲକ୍ଷ୍ୟ ରଖିଥିବାରୁ ପ୍ରଜନନ କ୍ଷମତା ସଂରକ୍ଷଣ ସହାୟତାରେ ଗର୍ଭଧାରଣ ଯୋଜନା କରିବା ସହଜ ହୋଇଯାଇଛି। ବିଶେଷକରି କ୍ୟାରିୟରକୁ ପ୍ରାଧାନ୍ୟ ଦେଉଥିବା ମହିଳାମାନଙ୍କ ମଧ୍ୟରେ ଡିମ୍ବର ସଂରକ୍ଷଣ ଲୋକପ୍ରିୟତା ହାସଲ କରିଛି। ତେବେ ଡିମ୍ବ ସଂରକ୍ଷଣକୁ ନେଇ ରହିଥିବା ମିଥ୍ୟା ଧାରଣା ଓ ସନ୍ଦେହ ଯୋଗୁଁ ଅନେକ ଏହାକୁ ଗ୍ରହଣ କରୁନାହାନ୍ତି। ଚିନ୍ତା କରନ୍ତୁ ନାହିଁ ଆମେ ଏଠାରେ ଆପଣଙ୍କୁ ସବିଶେଷ ବିବରଣୀ ଯୋଗାଇଦେବୁ।
ପ୍ରଥମତଃ, ଡିମ୍ବ ଫ୍ରିଜିଂ କ’ଣ?
ଡାକ୍ତରୀ ଭାଷାରେ, ଏହାକୁ ଟେକ୍ନିକାଲି ଓସାଇଟ୍ କ୍ରାୟୋପ୍ରିଜର୍ଭେସନ କୁହାଯାଏ। ଏହା ଏକ ପ୍ରକ୍ରିୟା ଯାହା ଜଣେ ମହିଳାଙ୍କ ପ୍ରଜନନ କ୍ଷମତାକୁ ସଂରକ୍ଷଣ କରିବା ପାଇଁ ବ୍ୟବହୃତ ହୁଏ।
ଏକାଧିକ ପରିପକ୍ୱ ଡିମ୍ବ ବାହାର କରିବା ପାଇଁ ହର୍ମୋନ୍ ଇଞ୍ଜେକସନ୍ ଦ୍ୱାରା ଡିମ୍ବାଶୟକୁ ଷ୍ଟିମୁଲେଟ୍ କରାଯାଏ। ଏହି ପରିପକ୍ୱ ଡିମ୍ବଗୁଡ଼ିକୁ ପରେ ବ୍ୟବହାର କରିବା ପାଇଁ କମ୍ ତାପମାତ୍ରାରେ ଫ୍ରିଜ୍ କରି ରଖାଯାଏ।
ଡିମ୍ବ ଫ୍ରିଜିଂ କରିବାର କାରଣ:
ଅନେକ କାରଣକୁ ଦୃଷ୍ଟିରେ ରକି ଡିମ୍ବକୁ ଫ୍ରିଜିଂ କରାଯାଇଥାଏ। ସେଥିମଧ୍ୟରୁ କେତେକ ହେଉଛି:
– କ୍ୟାରିୟର ଏବଂ ଶିକ୍ଷାଗତ ଯୋଜନା
– ଲିମ୍ଫୋମା, ସ୍ତନ ଏବଂ ଅନ୍ୟାନ୍ୟ କର୍କଟ ରୋଗ ପାଇଁ କର୍କଟ ଚିକିତ୍ସା
– ବ୍ୟକ୍ତିଗତ ପରିସ୍ଥିତି ଯେପରିକି ସାଥୀଙ୍କ ଅଭାବ କିମ୍ବା ସାଥୀଙ୍କ ପ୍ରଜନନ ସମସ୍ୟା
– ପାରିବାରିକ ଜେନେଟିକ୍ ଅବସ୍ଥାର ଇତିହାସ ଯାହା ପ୍ରଜନନ କ୍ଷମତାକୁ ପ୍ରଭାବିତ କରିପାରେ
· ସଂକ୍ରମଣ, ଅଙ୍ଗ ବିଫଳତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ଅବସ୍ଥା
![](https://oasisindia.in/wp-content/uploads/2023/11/oasis-blog-image-nov-6-1.jpg)
ଡିମ୍ବ ଫ୍ରିଜ୍ କରିବା ପାଇଁ ସର୍ବୋତ୍ତମ ବୟସ
ବୟସ ବଢ଼ିବା ସହିତ ଡିମ୍ବର ମାନ ଓ ସଂଖ୍ୟା ହ୍ରାସ ପାଉଥିବାରୁ ବୟସ ବଢ଼ିବା ସହିତ ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ। ସେହିପରି 25ରୁ 30 ବର୍ଷ ବୟସ ପର୍ଯ୍ୟନ୍ତ ମହିଳାଙ୍କ ପ୍ରଜନନ କ୍ଷମତା ସର୍ବାଧିକ ରହିଥାଏ।
35-40 ବର୍ଷ ବୟସ ପରେ ଏହା ଦ୍ରୁତ ଗତିରେ କମିବା ଆରମ୍ଭ କରେ। ତେଣୁ ଉତ୍ତମ ଫଳାଫଳ ପାଇଁ 20 ଦଶକର ଶେଷ ସମୟ କିମ୍ବା 30 ଦଶକର ପ୍ରାରମ୍ଭ ସମୟରେ ଡିମ୍ବକୁ ଫ୍ରିଜ୍ କରିବାକୁ ପରାମର୍ଶ ଦିଆଯାଏ।
40 ବର୍ଷ ବୟସରେ ମଧ୍ୟ ଡିମ୍ବକୁ ଫ୍ରିଜ୍ କରିବା ସମ୍ଭବ, କିନ୍ତୁ 35 ବର୍ଷ ପରେ ପ୍ରଜନନ କ୍ଷମତା କମିବାରେ ଲାଗିଥାଏ। ଡିମ୍ବ ସଂଖ୍ୟା ହ୍ରାସ ପାଉଥିବାରୁ ସଂଗ୍ରହ ହେବା ଯୋଗ୍ୟ ଡିମ୍ବ ସଂଖ୍ୟା କମ୍ ରହିଥାଏ।
ଯେଉଁ ମହିଳାମାନେ ନିଜର ଗର୍ଭଧାରଣ ଯୋଜନାକୁ 40 ବର୍ଷ ବୟସରେ ସ୍ଥଗିତ ରଖିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଉତ୍ତମ ଫଳାଫଳ ପାଇଁ ଡୋନର୍ ଡିମ୍ବ ନେବାକୁ ପରାମର୍ଶ ଦିଆଯାଏ।
ଫ୍ରୋଜେନ୍ ଡିମ୍ବର ଜୀବନ କାଳ:
ଫ୍ରୋଜେନ୍ ଡିମ୍ବକୁ ଆଜୀବନ ସଂରକ୍ଷଣ କରି ରଖାଯାଇପାରିବ। ତେବେ, ଅଧିକାଂଶ ଲୋକ ଫ୍ରିଜ୍ କରିବାର 10 ବର୍ଷ ମଧ୍ୟରେ ଏହାକୁ ବ୍ୟବହାର କରିଥାଆନ୍ତି। ଯଦିଓ କୌଣସି ପ୍ରମାଣ ନାହିଁ, ତଥାପି 10 ବର୍ଷରୁ ଅଧିକ ସମୟ ଧରି ସଂରକ୍ଷିତ ଡିମ୍ବର ମାନ ଖରାପ ହୋଇପାରେ।
ଅବ୍ୟବହୃତ ହେଲେ ଫ୍ରୋଜେନ୍ ଡିମ୍ବକୁ ନଷ୍ଟ କରାଯାଇପାରିବ କିମ୍ବା ଦାନ କରାଯାଇପାରିବ।
ଶେଷକଥା:
ଯେଉଁ ମହିଳାମାନେ ବିଭିନ୍ନ କାରଣରୁ ଗର୍ଭଧାରଣ ଯୋଜନାକୁ ସ୍ଥଗିତ ରଖିବାକୁ ଯୋଜନା କରୁଛନ୍ତି, ସେମାନଙ୍କୁ ଡିମ୍ବ ଫ୍ରିଜିଂ ଆଶା ଦେଇଥାଏ। ଏହା ସହ ଡିମ୍ବ ଫ୍ରିଜ୍ କରିବାକୁ ଚାହୁଁଥିବା ମହିଳାମାନେ ଏହାକୁ ଯଥାଶୀଘ୍ର କରିବାକୁ ବିଚାର କରିବା ଜରୁରୀ ଅଟେ। ସଂରକ୍ଷଣ ପାଇଁ ଡିମ୍ବର କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ନାହିଁ। ବ୍ୟବହାର କରିବା ସମୟରେ ସଫଳତା ହାର ବୃଦ୍ଧି କରିବା ପାଇଁ ଯଥାସମ୍ଭବ ଅଧିକ ଡିମ୍ବକୁ ଫ୍ରିଜ୍ କରିବା ଉପଯୁକ୍ତ ହେବ। ତେବେ ବାହାର କରାଯିବାକୁ ଥିବା ଡିମ୍ବର ସଂଖ୍ୟା ମହିଳାଙ୍କ ଡିମ୍ବାଶୟ ରିଜର୍ଭ, ବୟସ ଏବଂ ଅନ୍ୟାନ୍ୟ ଡାକ୍ତରୀ ଅବସ୍ଥା ଉପରେ ନିର୍ଭର କରେ।