Fertility Clinic

10 ଟି ପ୍ରଶ୍ନ ଯାହାକୁ ଜଣେ ଦମ୍ପତିଙ୍କୁ ଫର୍ଟିଲିଟି କ୍ଲିନିକ୍ ପରିଦର୍ଶନ କରିବା ସମୟରେ ଫର୍ଟିଲିଟି ବିଶେଷଜ୍ଞଙ୍କୁ ପଚାରିବା ଉଚିତ

10 ଟି ପ୍ରଶ୍ନ ଯାହାକୁ ଜଣେ ଦମ୍ପତିଙ୍କୁ ଫର୍ଟିଲିଟି କ୍ଲିନିକ୍ ପରିଦର୍ଶନ କରିବା ସମୟରେ ଫର୍ଟିଲିଟି ବିଶେଷଜ୍ଞଙ୍କୁ ପଚାରିବା ଉଚିତ

ଗର୍ଭଧାରଣରେ ଅସୁବିଧା ହେଉଥିବା ଅନେକ ଦମ୍ପତିଙ୍କ ପାଇଁ ଏକ ଫର୍ଟିଲିଟି କେନ୍ଦ୍ରକୁ ଯିବା ଏକ କଷ୍ଟକର ଅନୁଭୂତି ଅଟେ। ଗର୍ଭଧାରଣ କରିବାରେ ସକ୍ଷମ ନହେବା ଏକ ଜଟିଳ ଅନୁଭବ। ଦମ୍ପତିଙ୍କ ମନରେ ଭୟ ଆସିଥାଏ କାରଣ ସେମାନେ ଜାଣନ୍ତି ନାହିଁ ଯେ କଣ ସେମାନଙ୍କୁ ନିଃସନ୍ତାନ କରୁଛି ଏବଂ ଫର୍ଟିଲିଟି ଚିକିତ୍ସା ବିଷୟରେ ମଧ୍ୟ ସେମାନେ ଅବଗତ ନୁହଁନ୍ତି ଯାହା ସେମାନଙ୍କୁ ପିତାମାତା ହେବାରେ ସାହାଯ୍ୟ କରିଥାଏ। ଲଜ୍ଜା, ଦୋଷ ଅନୁଭବ ଏବଂ ଅନିଶ୍ଚିତତାର ଚିନ୍ତାଧାରା ସେମାନଙ୍କୁ ଅତ୍ୟଧିକ ଯନ୍ତ୍ରଣା ଦେଇଥାଏ। କିନ୍ତୁ ସନ୍ତାନହୀନତା ସମସ୍ୟାକୁ ଦୂର କରିବା ଏବଂ ପିତାମାତା ହେବା ପାଇଁ ଜଣେ ଫର୍ଟିଲିଟି ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ଏଠାରେ ସେହି ପ୍ରଶ୍ନ ଗୁଡ଼ିକର ସେଟ୍ ଅଛି ଯାହାକୁ ଜଣେ ଦମ୍ପତି ନିଜର ପ୍ରାରମ୍ଭିକ ପରାମର୍ଶ ସମୟରେ ଜଣେ ଫର୍ଟିଲିଟି ବିଶେଷଜ୍ଞଙ୍କୁ ପଚାରିପାରିବେ।

1. କଣ ଆମକୁ ଗର୍ଭଧାରଣ କରିବାରୁ ବାଧା ଦେଉଛି?

ନିରାକରଣ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଯେତେବେଳେ କୌଣସି ଦମ୍ପତି ଏକ ଫର୍ଟିଲିଟି କେନ୍ଦ୍ରକୁ ଆସନ୍ତି, ତେବେ ପ୍ରାରମ୍ଭିକ ପଦକ୍ଷେପରେ ରକ୍ତ ପରୀକ୍ଷା, ସ୍କାନ୍, ଦମ୍ପତିଙ୍କ ଚିକିତ୍ସା ଇତିହାସକୁ ଧ୍ୟାନ ଦେବା, ପୂର୍ବ ଚିକିତ୍ସା ଏବଂ ଚିକିତ୍ସା ରେକର୍ଡକୁ ଦେଖିବା, ବର୍ତ୍ତମାନର ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ। ଉଭୟ ପୁରୁଷ ଏବଂ ମହିଳା ସାଥୀଙ୍କୁ ଫର୍ଟିଲିଟି ପାଇଁ ଯାଞ୍ଚ କରାଯାଏ ଯାହା ଫର୍ଟିଲିଟି ବିଶେଷଜ୍ଞଙ୍କୁ ବନ୍ଧ୍ୟାତ୍ୱର କାରଣ ନିର୍ଦ୍ଧାରିତ କରିବାକୁ ସାହାଯ୍ୟ କରିଥାଏ।

2. କଣ ଜୀବନଶୈଳୀରେ ପରିବର୍ତ୍ତନ ଆମକୁ ଗର୍ଭଧାରଣ କରିବାରେ ସାହାଯ୍ୟ କରିପାରିବ କି?

ବେଳେବେଳେ, ଓଜନ କମାଇବା, ବ୍ୟାୟାମ କରିବା, ଏବଂ ଉପଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଦମ୍ପତିମାନେ ପ୍ରାକୃତିକ ଭାବରେ ଗର୍ଭଧାରଣ କରିବାରେ ସକ୍ଷମ ହୋଇପାରନ୍ତି। ଏହା ଫର୍ଟିଲିଟି ଚିକିତ୍ସାର ସଫଳତା ହାରରେ ମଧ୍ୟ ଉନ୍ନତି ଆଣିପାରେ।

3. ଆମକୁ କେଉଁ ଫର୍ଟିଲିଟି ଚିକିତ୍ସା ଗ୍ରହଣ କରିବା ଉଚିତ୍?

ଫର୍ଟିଲିଟି ଚିକିତ୍ସା ଏକ ବ୍ୟକ୍ତିଗତ ଚିକିତ୍ସା ଯୋଜନା ଏବଂ ପ୍ରତ୍ୟେକ ଦମ୍ପତିଙ୍କ ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ। ଫର୍ଟିଲିଟି ଚିକିତ୍ସା କ୍ଷେତ୍ରରେ ଗୋଟିଏ ପ୍ରକାର ସମସ୍ତଙ୍କ ପାଇଁ କାମ କରିନଥାଏ।  ଓଭୋଲ୍ୟୁସନ୍ ଇଣ୍ଡକସନ୍, IUI, ଭଳି ମୌଳିକ ଚିକିତ୍ସା ଠାରୁ ଆରମ୍ଭ କରି IVF, ICSI, ପ୍ରିଇମପ୍ଳାଣ୍ଟେସନ୍ ଜେନେଟିକ୍ ପରୀକ୍ଷଣ ଇତ୍ୟାଦି ପର୍ଯ୍ୟନ୍ତ ଉନ୍ନତ ଫର୍ଟିଲିଟି ଚିକିତ୍ସା, ଦମ୍ପତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା, ବୟସ, ଜୀବନଶୈଳୀ ଏବଂ ଅନ୍ୟାନ୍ୟ କାରଣ ଉପରେ ଆଧାର କରି ଅନେକ ଚିକିତ୍ସା ଉପଚାର ଉପଲବ୍ଧ ଅଛି। ଦମ୍ପତିଙ୍କ ପାଇଁ ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ କେଉଁ ପ୍ରକାରର ଚିକିତ୍ସା ସେମାନଙ୍କୁ ଗର୍ଭଧାରଣ କରିବାରେ ସାହାଯ୍ୟ କରିବ। ଦମ୍ପତିଙ୍କୁ ପୁରା ଚିକିତ୍ସା ପ୍ରକ୍ରିୟା ବିଷୟରେ ପୂର୍ବରୁ ସ୍ପଷ୍ଟ ରହିବା ଉଚିତ୍।

4. ଚିକିତ୍ସାର ସଫଳତା ହାର କେତେ?

 ଚିକିତ୍ସା କରେଇବା ପୂର୍ବରୁ, ଦମ୍ପତି ସେହି ନିର୍ଦ୍ଦିଷ୍ଟ ଚିକିତ୍ସା ପାଇଁ ସଫଳତାର ହାର ବିଷୟରେ ଜାଣିବା ଉଚିତ୍। ଯଦିଓ ସଫଳତା ହାର ପ୍ରତ୍ୟେକ ଦମ୍ପତିଙ୍କ ଅନୁସାରେ ସେମାନଙ୍କର ବୟସ, ସ୍ୱାସ୍ଥ୍ୟ ଅବସ୍ଥା, ଅଣ୍ଡା ଏବଂ ଶୁକ୍ରାଣୁର ଗୁଣ ଉପରେ ଆଧାର କରି ଭିନ୍ନ ହୋଇଥାଏ, ଦମ୍ପତିଙ୍କର ଗର୍ଭଧାରଣର ସମ୍ଭାବନା ବିଷୟରେ ତାଙ୍କର ଧାରଣା ରହିବା ଉଚିତ। ବାସ୍ତବବାଦୀ ହୋଇ ଆଶା ରଖିବା ସର୍ବଦା ଭଲ ହୋଇଥାଏ।

5. ଫର୍ଟିଲିଟି ଚିକିତ୍ସାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅଛି କି?

ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା ବିଷୟରେ ବୁଝିବା ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ହୋଇଯାଏ। କିଛି ମହିଳାଙ୍କଠାରେ ଫର୍ଟିଲିଟି ଔଷଧ ସେବନ ପାଇଁ ବାନ୍ତି, ଯନ୍ତ୍ରଣା, ମୁଡ୍ ସୁଇଙ୍ଗ୍ ଇତ୍ୟାଦି ସୃଷ୍ଟି ହୋଇପାରେ। ତେଣୁ, ଦମ୍ପତି ଚିକିତ୍ସା ଆରମ୍ଭ ପୂର୍ବରୁ ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଏବଂ ଜଟିଳତା ବିଷୟରେ ବିସ୍ତୃତ ଭାବରେ ଜାଣିବା ଉଚିତ୍।

6. ଯାଆଁଳା ଶିଶୁ ହେବାର ସମ୍ଭାବନା କେତେ?

IVF ଚିକିତ୍ସା ପାଇଁ ବେଳେବେଳେ 1 ରୁ ଅଧିକ ଶିଶୁ ହୋଇପାରେ। ଏକାଧିକ ଜନ୍ମର ସମ୍ଭାବନା ବିଷୟରେ ଆଲୋଚନା କରିବା ଦମ୍ପତିଙ୍କୁ ଅନେକ ଉପାୟରେ ସାହାଯ୍ୟ କରିଥାଏ। ସେମାନେ ଜାଣିବା ଉଚିତ ଯେ ସିଙ୍ଗଲଟନ୍ ଗର୍ଭଧାରଣ କରିବାର ଅନେକ ଉପାୟ ଅଛି ଏବଂ IVF ରୁ ସର୍ବଦା ଯାଆଁଳା ଏବଂ ତିନୋଟି ଛୁଆ ହୋଇନଥାଏ।

7. ଯଦି ଆମେ ଗର୍ଭଧାରଣ କରିବାରେ ଅସମର୍ଥ ହୋଇଥାଉ, ତେବେ କଣ ଡୋନର୍ ଚିକିତ୍ସା ପାଇଁ କୌଣସି ବିକଳ୍ପ ଅଛି କି?

କେତେକ ଦମ୍ପତିଙ୍କ ପାଇଁ, ଗର୍ଭଧାରଣ ପାଇଁ ଡୋନର୍ ଅର୍ଥାତ ଦାତାଙ୍କର ଶୁକ୍ରାଣୁ କିମ୍ବା ଅଣ୍ଡା ଆବଶ୍ୟକ ହୋଇପାରେ। ତେଣୁ କେନ୍ଦ୍ରରେ ଦାତା ଚିକିତ୍ସା ସେବାର ଉପଲବ୍ଧତା ବିଷୟରେ ଯାଞ୍ଚ କରନ୍ତୁ।

8. କଣ ଫର୍ଟିଲିଟି କ୍ଲିନିକ୍ ଭ୍ରୁଣ ସଂରକ୍ଷଣ ସୁବିଧା ପ୍ରଦାନ କରେ କି?

IVF ଚିକିତ୍ସା ସମୟରେ, ଅନେକ ଭ୍ରୁଣ ସୃଷ୍ଟି ହୋଇପାରେ କିନ୍ତୁ ସେଗୁଡିକୁ ଏକ ସମୟରେ ବ୍ୟବହାର କରାଯାଇପାରିବ ନାହିଁ। ତେଣୁ, ଫର୍ଟିଲିଟି କେନ୍ଦ୍ର ଭ୍ରୁଣ କ୍ରାୟୋ ପ୍ରିଜରଭେସନ ସେବା ପ୍ରଦାନ କରେ କି ନାହିଁ ତାହା ଜାଣିବା ଆବଶ୍ୟକ। ଅତିରିକ୍ତ ଭ୍ରୁଣଗୁଡିକୁ ତରଳ ନାଇଟ୍ରୋଜେନରେ ସଂରକ୍ଷିତ କରାଯାଇପାରେ ଏବଂ ପରେ ଗର୍ଭଧାରଣ ପାଇଁ ଏହା ବ୍ୟବହୃତ ହୋଇପାରେ କିମ୍ବା ଯଦି ଏହି ସାଇକଲ୍ ବିଫଳ ହୁଏ, ତେବେ ମହିଳାମାନେ ଷ୍ଟିମୁଲେସନ୍ ଅସୁବିଧାର ସମ୍ମୁଖୀନ ନ ହୋଇ ଭ୍ରୁଣକୁ ଅନ୍ୟ ଏକ ସାଇକଲ୍ ରେ ପ୍ରତିରୋପଣ କରିପାରିବେ।

9. ଚିକିତ୍ସା ପାଇଁ ଆମେ ନିଜକୁ କିପରି ପ୍ରସ୍ତୁତ କରିବା ଉଚିତ୍?

ଅନେକ ଗୁଡ଼ିଏ କରଣୀୟ ଏବଂ ବର୍ଜନୀୟ ଜିନିଷ ଅଛି , ଯାହାକୁ ଫର୍ଟିଲିଟି ଚିକିତ୍ସା କରିବା ପୂର୍ବରୁ ଦମ୍ପତିଙ୍କୁ ଜାଣିବା ଆବଶ୍ୟକ।

10. ଚିକିତ୍ସା ପାଇଁ କେତେ ଖର୍ଚ୍ଚ ହେବ?

ଖର୍ଚ୍ଚ ଦିଗ ଉପରେ ସ୍ପଷ୍ଟ ରହିବା ଅତ୍ୟନ୍ତ ଜରୁରୀ ଅଟେ। ବେଳେବେଳେ, IUI କିମ୍ବା IVF ର କେବଳ ଗୋଟିଏ ସାଇକଲ୍ ସହିତ ସଫଳତା ସମ୍ଭବ ନୁହେଁ। ଦମ୍ପତିଙ୍କ ସ୍ଥିତି ଉପରେ ଆଧାର କରି, ଗର୍ଭଧାରଣ ପାଇଁ ଏହା 1 ରୁ ଅଧିକ ସାଇକଲ୍ ମଧ୍ୟ ନେଇପାରେ। ଖର୍ଚ୍ଚ ବିଷୟରେ ଏକ ସଠିକ୍ ଧାରଣା ରହିବା ଦମ୍ପତିଙ୍କୁ ଫର୍ଟିଲିଟି ଚିକିତ୍ସା ପାଇଁ ମାନସିକ ଏବଂ ଆର୍ଥିକ ଭାବରେ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ।

ଫର୍ଟିଲିଟି ଚିକିତ୍ସା ବିଷୟରେ ଆପଣଙ୍କର ଭୟ, ସଙ୍କୋଚ ଏବଂ ଆଶଙ୍କାକୁ ଭୁଲିଯାଆନ୍ତୁ। କେବଳ ଗୋଟିଏ ଫର୍ଟିଲିଟି ବିଶେଷଜ୍ଞଙ୍କ ପାଖକୁ ଯାଆନ୍ତୁ ଏବଂ ଆତ୍ମବିଶ୍ୱାସ ଏବଂ ଏକ ସକରାତ୍ମକ ମାନସିକତା ସହିତ ଆପଣଙ୍କର ପିତାମାତା ହେବାର ଯାତ୍ରା ଆରମ୍ଭ କରନ୍ତୁ। ପିତାମାତା ହେବା ପାଇଁ ଆମର ଶୁଭେଚ୍ଛା!

Was this article helpful?
YesNo

fill up the form to get a

Free Consultation

Your data is 100% safe with us.

Avail 0% interest on EMI
All Procedures | No Upper Limit

How we reviewed this article:

HISTORY
  • Current Version
  • May 26, 2022 by Oasis Fertility
  • May 25, 2022 by Oasis Fertility

LatestTrending

Ad

BOOK A FREE CONSULTATION

Book

Appointment

Call Us

1800-3001-1000
User ID: 17 - Username: hema
User ID: 13 - Username: jigna.n
User ID: 12 - Username: kavya.j
User ID: 19 - Username: maheswari.d
User ID: 8 - Username: Oasis Fertility
User ID: 14 - Username: parinaaz.parhar
User ID: 9 - Username: Piyush_leo9
User ID: 22 - Username: poornima
User ID: 23 - Username: prasanta
User ID: 15 - Username: pratibha
User ID: 16 - Username: prinkabajaj
User ID: 18 - Username: radhikap
User ID: 21 - Username: rajesh.sawant
User ID: 10 - Username: ramya.v
User ID: 11 - Username: saimanasa
User ID: 20 - Username: shalini
User ID: 7 - Username: shootorder