Happy Stories

ଉନ୍ନତ ପ୍ରଜନନ ଚିକିତ୍ସା ଦମ୍ପତିଙ୍କୁ ପିତାମାତା ହେବାରେ ସାହାଯ୍ୟ କରିଛି

ଉନ୍ନତ ପ୍ରଜନନ ଚିକିତ୍ସା ଦମ୍ପତିଙ୍କୁ ପିତାମାତା ହେବାରେ ସାହାଯ୍ୟ କରିଛି

ଯେଉଁ ଦମ୍ପତିମାନେ ବନ୍ଧ୍ୟାତ୍ୱ ସମସ୍ୟାର ସମ୍ମୁଖୀନ ହୁଅନ୍ତି ସେମାନେ ବିଭିନ୍ନ ପ୍ରକାରର ପ୍ରଜନନ ଚିକିତ୍ସା ବିଷୟରେ ଅବଗତ ନୁହଁନ୍ତି ଯାହା ସେମାନଙ୍କୁ ବନ୍ଧ୍ୟାତ୍ୱ ଦୂର କରିବାରେ ସାହାଯ୍ୟ କରିପାରେ। ଆପଣ ଏହା ମଧ୍ୟ ଜାଣିବା ଉଚିତ୍ ଯେ ଆପଣଙ୍କ ବନ୍ଧୁ କିମ୍ବା ପଡ଼ୋଶୀ କିମ୍ବା ସମ୍ପର୍କୀୟଙ୍କ ପାଇଁ କାମ କରୁଥିବା ଚିକିତ୍ସା ଆପଣଙ୍କ ପାଇଁ କାମ କରିନପାରେ। ଯେମିତି କି ଆମ ପାଖରେ ବିଭିନ୍ନ ଆକାରର ପୋଷାକ ଯଥା S, M, L, XL, XXL, XXXL ଇତ୍ୟାଦି ରହିଛି। ସେହିଭଳି ପ୍ରତ୍ୟେକ ଦମ୍ପତିଙ୍କ ବୟସ, ଚିକିତ୍ସା ଅବସ୍ଥା, ଜୀବନଶୈଳୀ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଅନେକ କାରଣ ଅନୁଯାୟୀ ପ୍ରଜନନ ଚିକିତ୍ସା କରିବାକୁ ପଡ଼ଥାଏ। ଔଷଧର ପ୍ରକାର, ମାତ୍ରା ଏବଂ ସମୟ ବ୍ୟବଧାନ ପ୍ରତ୍ୟେକ ଦମ୍ପତିଙ୍କ ପାଇଁ କଷ୍ଟମାଇଜ୍ କରିବାକୁ ପଡ଼ିବ, କାରଣ ଗୋଟିଏ ଆକାର ସମସ୍ତଙ୍କୁ ଫିଟ୍ ହୁଏ ନାହିଁ।

ଆପଣଙ୍କ ପାଇଁ ପ୍ରଜନନ ଚିକିତ୍ସା କିପରି ସୁପାରିଶ କରାଯାଏ?

କେଉଁ ପ୍ରଜନନ ଚିକିତ୍ସା ଆବଶ୍ୟକ ଅଟେ ତାହା ଦମ୍ପତି ସ୍ଥିର କରିପାରିବେ ନାହିଁ। କେବଳ ଜଣେ ପ୍ରଜନନ ବିଶେଷଜ୍ଞ ସମସ୍ତ ବିଷୟକୁ ବିଚାରକୁ ନେଇ ସଠିକ୍ ଚିକିତ୍ସା ଚୟନ କରିପାରିବେ। ତେଣୁ ଯଦି କୌଣସି ଦମ୍ପତି ବର୍ଷକ ପରେ ମଧ୍ୟ ଗର୍ଭଧାରଣ କରିବାରେ ଅସମର୍ଥ ହୁଅନ୍ତି ତେବେ ବିଶେଷଜ୍ଞଙ୍କ ପରାମର୍ଶ ନେବାରେ ବିଳମ୍ବ କରିବା ଉଚିତ୍ ନୁହେଁ। ପ୍ରଥମତଃ, ଉପଲବ୍ଧ ଥିବା ବିଭିନ୍ନ ପ୍ରଜନନ ଚିକିତ୍ସା ବିଷୟରେ ଜାଣିବା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ। ଓଆଇଟିଆଇ, ଆଇୟୁଆଇ, ଆଇଭିଏଫ, ଡ୍ରଗ୍-ଫ୍ରି ଆଇଭିଏଫ, ପ୍ରଜନନ ସଂରକ୍ଷଣ, ଡୋନର୍ ଚିକିତ୍ସା, ପୁରୁଷ ପ୍ରଜନନ ଚିକିତ୍ସା ଇତ୍ୟାଦି।

ଓଆଇଟିଆଇ:

 

ଓଆଇଟିଆଇ କ’ଣ?

  • ବେସ୍‌ଲାଇନ୍ ପ୍ରଜନନ ଚିକିତ୍ସା
  • ମହିଳାଙ୍କୁ ଫଲିକଲ୍‌ର ବିକାଶ ପାଇଁ ଏବଂ ଓଭୁଲେସନ୍ (ଡିମ୍ବ ନିର୍ଗମନ) ପାଇଁ ଔଷଧ ଦିଆଯାଏ। ଡିମ୍ବ ନିର୍ଗମନର ଦିନ ଉପରେ ନଜର ରଖାଯାଏ ଏବଂ ଦମ୍ପତିଙ୍କୁ ଯୌନ ସମ୍ପର୍କ ରଖିବାକୁ ପରାମର୍ଶ ଦିଆଯାଏ ଯାହା ପ୍ରାକୃତିକ ଭାବରେ ଗର୍ଭଧାରଣ କରିବାରେ ସାହାଯ୍ୟ କରିପାରେ।

 

ଓଆଇଟିଆଇ କାହା ପାଇଁ?

  • ଅସାମୟିକ ଓଭୁଲେସନ ଥିବା ମହିଳା
  • ପିସିଓଏସ୍ ଥିବା ମହିଳା

 

ଆଇୟୁଆଇ:

  • ଆଇୟୁଆଇ ହେଉଛି ପ୍ରଜନନ ଚିକିତ୍ସାର ପରବର୍ତ୍ତୀ ସ୍ତର।
  • ମହିଳାଙ୍କୁ ଫଲିକଲ୍‌ର ବିକାଶ ପାଇଁ ଔଷଧ ଦିଆଯାଏ ଯାହା ପରେ ଓଭୁଲେସନ୍ ହୁଏ ଏବଂ ଡିମ୍ବ ନିର୍ଗମନ ହୋଇଥାଏ। ପୁରୁଷ ସାଥୀଙ୍କ ଠାରୁ ବୀର୍ଯ୍ୟ ନମୁନା ସଂଗ୍ରହ କରାଯାଇ ସୁସ୍ଥ ଶୁକ୍ରାଣୁ ଚୟନ କରାଯାଏ। ଏହାପରେ ଫର୍ଟିଲାଇଜେସନ୍ ପାଇଁ ଏହି ଶୁକ୍ରାଣୁକୁ ମହିଳାଙ୍କ ଗର୍ଭାଶୟରେ କ୍ୟାଥେଟର ମାଧ୍ୟମରେ ପ୍ରବେଶ କରାଯାଏ। ଫର୍ଟିଲାଇଜେସନ୍ ପରେ ଗଠିତ ଜାଇଗୋଟ୍ ଏକ ଭ୍ରୂଣରେ ପରିଣତ ହୁଏ, ଯାହା ପରବର୍ତ୍ତୀ ସମୟରେ ବଢ଼ି ଶିଶୁରେ ପରିଣତ ହୁଏ।

 

ଆଇୟୁଆଇ କାହା ପାଇଁ?

  • ଅସ୍ପଷ୍ଟ ବନ୍ଧ୍ୟାପଣ
  • କମ୍ ଶୁକ୍ରାଣୁ ସଂଖ୍ୟା ଥିବା ପୁରୁଷ
  • ସାମାନ୍ୟ ଏଣ୍ଡୋମେଟ୍ରିଓସିସ୍ ଥିବା ମହିଳା
  • ଗର୍ଭାଶୟ ଜନିତ ସମସ୍ୟା ଥିବା ମହିଳା

 

ଆଇଭିଏଫ୍:

  • ଆଇଭିଏଫ୍ ହେଉଛି ଏକ ଉନ୍ନତ ପ୍ରଜନନ ଚିକିତ୍ସା
  • ଡିମ୍ବାଶୟକୁ ଡିମ୍ବ ଉତ୍ପାଦନ ପାଇଁ ଷ୍ଟିମୁଲେଟ୍ କରିବା ପାଇଁ ମହିଳାଙ୍କୁ ଔଷଧ ଦିଆଯାଏ। ପୁରୁଷ ସାଥୀଙ୍କଠାରୁ ସଂଗ୍ରହ କରାଯାଇଥିବା ଶୁକ୍ରାଣୁ ସହିତ ଡିମ୍ବ ସଂଗ୍ରହ କରାଯାଇ ମିଶ୍ରଣ କରାଯାଏ। ଫର୍ଟିଲାଇଜ୍ ହୋଇଥିବା ଡିମ୍ବ ଭ୍ରୁଣରେ ପରିଣତ ହୁଏ ଯାହା ପରବର୍ତ୍ତୀ ବିକାଶ ପାଇଁ ମହିଳାଙ୍କ ଗର୍ଭାଶୟରେ ପ୍ରବେଶ କରାଯାଏ।

 

ଆଇଭିଏଫ୍ କାହା ପାଇଁ?

  • ଏଣ୍ଡୋମେଟ୍ରିଓସିସ୍ ଥିବା ମହିଳା
  • ଅସ୍ପଷ୍ଟ ବନ୍ଧ୍ୟାପଣ
  • ଅନିୟମିତ ଋତୁସ୍ରାବ ଚକ୍ର
  • ଡିମ୍ବାଶୟ ରିଜର୍ଭ ହ୍ରାସ
  • ପୁରୁଷ ବନ୍ଧ୍ୟାଦୋଷ
  • ଏଣ୍ଡୋମେଟ୍ରିଓସିସ୍

 

ଡ୍ରଗ୍-ଫ୍ରି ଆଇଭିଏଫ୍

  • ଏହା ଏକ ସାମ୍ପ୍ରତିକ ବିକାଶ, ଆଇଭିଏଫ୍‌ର ଏକ ଉନ୍ନତ ସଂସ୍କରଣ
  • ବହୁତ କମ୍ ଔଷଧ ବ୍ୟବହାର କରାଯାଏ
  • କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ
  • ସୁରକ୍ଷିତ ଏବଂ ଶସ୍ତା ବିକଳ୍ପ

 

ଡ୍ରଗ୍-ଫ୍ରି ଆଇଭିଏଫ୍ କାହା ପାଇଁ?

  • ପିସିଓଏସ୍ ଥିବା ମହିଳା
  • ରେଜିଷ୍ଟାଣ୍ଟ୍ ଓଭାରି ସିଣ୍ଡ୍ରୋମ
  • ଥ୍ରୋମ୍ବୋଫିଲିଆ ରୋଗୀ
  • ମାରାତ୍ମକ ରୋଗରେ ପୀଡ଼ିତ ରୋଗୀ
  • ଓସାଇଟ୍ ପରିପକ୍ୱତା ସମସ୍ୟା

 

ପ୍ରଜନନ ସଂରକ୍ଷଣ:

କର୍କଟ ରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ପ୍ରଜନନ ସଂରକ୍ଷଣ କୌଶଳ ଏକ ବରଦାନ ଅଟେ। କର୍କଟ ଓ ଏହାର ଚିକିତ୍ସା ଉଭୟ ପୁରୁଷ ଓ ମହିଳାଙ୍କ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିପାରେ। ଚିକିତ୍ସା ପୂର୍ବରୁ ତାଙ୍କୁ ପ୍ରଜନନ ବିଶେଷଜ୍ଞଙ୍କ ପାଖକୁ ଯାଇ ଶୁକ୍ରାଣୁ କିମ୍ବା ଡିମ୍ବ ଫ୍ରିଜ୍ କରିବାକୁ ପଡ଼ିବ। ଏହି ପଦ୍ଧତି ଦ୍ଵାରା ନିଜ ପ୍ରଜନନ କ୍ଷମତାକୁ ସୁରକ୍ଷିତ ରଖାଯାଇପାରିବ ଏବଂ ପରେ ନିଜ ସୁବିଧା ଅନୁସାରେ ଗର୍ଭଧାରଣ କରାଯାଇପାରିବ।
 

ଡୋନର୍ ଚିକିତ୍ସା:

ଯଦି ଶୁକ୍ରାଣୁ ବା ଡିମ୍ବାଣୁ ନିମ୍ନ ମାନର ହୋଇଥାଏ, ତେବେ ଗର୍ଭଧାରଣ ପାଇଁ ଅନ୍ୟ ଜଣେ ମହିଳାଙ୍କ ଡିମ୍ବାଣୁ କିମ୍ବା ଅନ୍ୟ ଜଣେ ପୁରୁଷଙ୍କ ଶୁକ୍ରାଣୁ ବ୍ୟବହାର କରାଯାଇପାରେ।
 

ସରୋଗେସି:

ଏପରି କ୍ଷେତ୍ରରେ ଏକ ଦମ୍ପତି ସେମାନଙ୍କ ପାଇଁ ଗର୍ଭଧାରଣ କରିବା ପାଇଁ ସରୋଗେଟ୍ (ମହିଳା)ଙ୍କ ସହାୟତା ନେଇପାରିବେ। ଅନେକ ଡାକ୍ତରୀ ଅବସ୍ଥା ଅଛି ଯାହାକୁ ଆଧାର କରି ଜଣେ ସରୋଗେସି ବାଛି ପାରିବ।
 

ପୁରୁଷ ପ୍ରଜନନ ଚିକିତ୍ସା:

ବିଭିନ୍ନ ଅବସ୍ଥା ଆଧାରରେ ପୁରୁଷମାନଙ୍କୁ ପିତୃତ୍ୱ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ମାଇକ୍ରୋଫ୍ଲୁଇଡିକ୍ସ, ଏମଏସିଏସ୍ (ମାଗ୍ନେଟିକ୍ ଆସର୍ଟେଡ୍ ସେଲ୍ ସର୍ଟିଂ), ଟିଇଏସଏ (ଟେଷ୍ଟିକୁଲାର ସ୍ପର୍ମ ଆସ୍ପିରେସନ), ମାଇକ୍ରୋ ଟିଇଏସଇ (ମାଇକ୍ରୋସ୍କୋପିକ୍ ଟେଷ୍ଟିକୁଲାର ସ୍ପର୍ମ ଏକ୍ସଟ୍ରାକ୍ସନ୍) ଭଳି ଅନେକ ଉନ୍ନତ ଚିକିତ୍ସା ଉପଲବ୍ଧ।

ଯଦି ଆପଣ ଗର୍ଭଧାରଣ କରିବାରେ ଅସମର୍ଥ ଅଟନ୍ତି ତେବେ ଆପଣଙ୍କର କିମ୍ବା ଆପଣଙ୍କ ଜୀବନସାଥୀଙ୍କ ପାଖରେ କୌଣସି ସମସ୍ୟା ଥାଇପାରେ। ଏହା କେବଳ ଜଣେ ପ୍ରଜନନ ବିଶେଷଜ୍ଞଙ୍କ ଦ୍ୱାରା ହିଁ ନିର୍ଣ୍ଣୟ କରାଯାଇପାରିବ। ମନେ ରଖିବାକୁ ହେବ ଯେ ବୟସ ବଢ଼ିବା ସହିତ ଉଭୟ ପୁରୁଷ ଓ ମହିଳାଙ୍କ ପ୍ରଜନନ କ୍ଷମତା ହ୍ରାସ ପାଇଥାଏ। ତେଣୁ ପ୍ରଜନନ ଚିକିତ୍ସାକୁ କେବେ ବି ସ୍ଥଗିତ ରଖନ୍ତୁ ନାହିଁ। ହାପି ପ୍ୟାରେଣ୍ଟହୁଡ୍!
 

Have question? Contact us now!

Was this article helpful?
YesNo

fill up the form to get a

Free Consultation

Your data is 100% safe with us.

Avail 0% interest on EMI
All Procedures | No Upper Limit

How we reviewed this article:

HISTORY
  • Current Version
  • July 5, 2023 by Oasis Fertility

LatestTrending

Ad

BOOK A FREE CONSULTATION

Book

Appointment

Call Us

1800-3001-1000