Blog
Enquire Now
Uncategorized

AMH ସ୍ତର ଅଧିକ ଥିଲେ ଗର୍ଭବତୀ ହେବା ସମ୍ଭବ କି?

AMH ସ୍ତର ଅଧିକ ଥିଲେ ଗର୍ଭବତୀ ହେବା ସମ୍ଭବ କି?

Author: Dr. V Ramya, Consultant & Fertility Specialist

ଗର୍ଭାବସ୍ଥା ପାଇଁ ଯୋଜନା କରିବା ସମୟରେ, ଗର୍ଭଧାରଣର ୱିଣ୍ଡୋ, ଡିମ୍ବାଶୟ ଅବସ୍ଥା, ଡିମ୍ବାଣୁ ଏବଂ ଶୁକ୍ରାଣୁ ସ୍ୱାସ୍ଥ୍ୟ ଏବଂ ହରମୋନ୍ ଭଳି ବିଭିନ୍ନ କାରଣ ଭୂମିକା ଗ୍ରହଣ କରିଥାଏ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ହରମୋନ ହେଉଛି AMH ବା ଆଣ୍ଟି-ମୁଲେରିଆନ ହରମୋନ।

ପ୍ରଥମତଃ, AMH କ’ଣ?

ଏହା ଭ୍ରୂଣ ପର୍ଯ୍ୟାୟରେ ପୁରୁଷ ଏବଂ ମହିଳା ଯୌନାଙ୍ଗ ବିକାଶ ପାଇଁ ଏକ ଅତ୍ୟାବଶ୍ୟକ ହରମୋନ୍ ଅଟେ, ଯାହାକି MIS – ମୁଲେରିଆନ୍ ଇନହିବିଟିଂ ସବଷ୍ଟାନ୍ସ ଭାବରେ ମଧ୍ୟ ପରିଚିତ।

ପୁରୁଷମାନଙ୍କ ଅଣ୍ଡକୋଷରେ AMH ଉତ୍ପନ୍ନ ହୁଏ। ପୁରୁଷମାନଙ୍କ କ୍ଷେତ୍ରରେ, ଏହାର କୌଣସି କ୍ଲିନିକାଲ ଗୁରୁତ୍ୱ ନାହିଁ।

ମହିଳାମାନଙ୍କଠାରେ, AMH ଡିମ୍ବାଶୟ ଫଲିକଲରେ ଉତ୍ପନ୍ନ ହୁଏ। ଏହା ଡିମ୍ବାଶୟ ଫଲିକଲର ବୃଦ୍ଧି ଏବଂ ପରିପକ୍ୱତାରେ ସାହାଯ୍ୟ କରେ।

AMH ଟେଷ୍ଟିଂର ବ୍ୟବହାର

ଯଦିଓ AMH ସ୍ତର ମାପିବା ଦ୍ୱାରା PCOD ପରି ବିଭିନ୍ନ ମହିଳା ପ୍ରଜନନ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋକପାତ ହୋଇପାରେ, ତେବେ AMH ମୂଳତଃ ଡିମ୍ବାଶୟ ରିଜର୍ଭ ମାପିବା ପାଇଁ ବାୟୋମାର୍କର ଭାବରେ ନିୟୋଜିତ ହୁଏ। ଡିମ୍ବାଶୟରେ ଅବଶିଷ୍ଟ ଡିମ୍ବାଣୁର ଆନୁମାନିକ ସଂଖ୍ୟା ଆକଳନ କରିବା ପାଇଁ ଏହା ବ୍ୟବହୃତ ହୁଏ।

1.AMH ଟେଷ୍ଟିଂ ମହିଳାମାନଙ୍କୁ ସେମାନଙ୍କ ଡିମ୍ବାଣୁ ଫ୍ରିଜ୍ କରିବା ପାଇଁ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ।

2.କିଶୋରୀମାନଙ୍କର ଋତୁସ୍ରାବ ଚକ୍ରର ଅଭାବ (ଆମେନୋରିଆ) AMH ସ୍ତରକୁ ନିରୀକ୍ଷଣ କରି ନିର୍ଣ୍ଣୟ କରାଯାଇପାରେ।

3.ଏହା IVF ଏବଂ IUI ପରି ପ୍ରଜନନ ଚିକିତ୍ସାର ଫଳାଫଳକୁ ପୂର୍ବାନୁମାନ କରିବାରେ ମଧ୍ୟ ସାହାଯ୍ୟ କରେ।

4.ଋତୁବିରତି ବା ମେନୋପୋଜ୍ ଆରମ୍ଭ ହେବାର ପୂର୍ବାନୁମାନ କରେ।

ସାଧାରଣ AMH ସ୍ତର କେତେ?

ମହିଳାଙ୍କ ବୟସ ବର୍ଗ ଆଧାରରେ AMH ସ୍ତରର ମୂଲ୍ୟାଙ୍କନ କରାଯାଏ।

କିଶୋର ଅବସ୍ଥାରେ, AMH ସ୍ତର ବୃଦ୍ଧି ପାଇବା ଆରମ୍ଭ କରେ ଏବଂ 25 ବର୍ଷ ବୟସରେ ଶୀର୍ଷରେ ପହଞ୍ଚିଥାଏ। ବୟସ ବଢ଼ିବା ସହିତ ପ୍ରତ୍ୟେକ ମହିଳାଙ୍କ AMH ସ୍ତର ସ୍ୱାଭାବିକ ଭାବରେ ହ୍ରାସ ପାଇଥାଏ। ତେଣୁ କମ AMH ସ୍ତର ଦର୍ଶାଏ ଯେ ଡିମ୍ବାଣୁ ରିଜର୍ଭ କମ ଅଛି।

ମାନକ ସ୍ତର ପରିବର୍ତ୍ତନଶୀଳ ଅଟେ। ନିମ୍ନରେ AMH ସ୍ତର ପାଇଁ ସାଧାରଣ ସୀମା ଦିଆଯାଇଛି।

1.ହାରାହାରି: 1.0 ng/mL ରୁ 4.0 ng/mL (ପାଖାପାଖି)।

2.କମ: 1.0 ng/mL ରୁ କମ

3.ଅତି କମ: 0.4 ng/mL ରୁ କମ

ବୟସ ବର୍ଗ ଅନୁଯାୟୀ AMH ସ୍ତର:

ପ୍ରତ୍ୟେକ ବୟସ ବର୍ଗ ପାଇଁ ଆନୁମାନିକ ସର୍ବନିମ୍ନ ସ୍ତର ନିମ୍ନରେ ଦିଆଯାଇଛି।

1.25 ବର୍ଷ: 3.0 ng/mL

2.30 ବର୍ଷ: 2.5 ng/mL

3.35 ବର୍ଷ: 1.5 ng/mL

4.40 ବର୍ଷ: 1 ng/mL

5.45 ବର୍ଷ: 0.5 ng/mL

AMH ସ୍ତର ଓ ଗର୍ଭଧାରଣ:

AMH ସ୍ତର ଗର୍ଭଧାରଣର ସମ୍ଭାବନାକୁ ପ୍ରଭାବିତ କରିଥାଏ। 25ରୁ 30 ବର୍ଷ ବୟସର ଯେକୌଣସି ମହିଳା ଏବଂ 2.5 ng/mL ରୁ 3.5 ng/mL ପର୍ଯ୍ୟନ୍ତ AMH ରିଡିଂ ଥିବା ମହିଳାଙ୍କର କମ୍ AMH ସ୍ତର ଥିବା ମହିଳାଙ୍କ ତୁଳନାରେ ଗର୍ଭଧାରଣ କରିବାର ଅଧିକ ସମ୍ଭାବନା ଥାଏ।

AMH ସ୍ତର ଅଧିକ ହେବା ଭଲ କି?

ଯଦିଓ, ଉଚ୍ଚ AMH ସ୍ତର ଏକ ଉତ୍ତମ ଡିମ୍ବାଶୟ ରିଜର୍ଭ ଏବଂ ଅଧିକ ସଂଖ୍ୟକ ଡିମ୍ବାଣୁର ଉପସ୍ଥିତି ସହିତ ଜଡ଼ିତ, ଏହା ଡିମ୍ବାଣୁର ଗୁଣବତ୍ତାକୁ ସୂଚିତ କରେ ନାହିଁ ଯାହା ଗର୍ଭଧାରଣ ଏବଂ ପ୍ରଜନନ ଚିକିତ୍ସାର ଫଳାଫଳରେ ଭୂମିକା ଗ୍ରହଣ କରେ। ଡିମ୍ବାଣୁର ଗୁଣବତ୍ତା ମୂଲ୍ୟାଙ୍କନ କରିବା ପାଇଁ AMH ସ୍ତର ବ୍ୟବହାର କରାଯାଇପାରିବ ନାହିଁ।

AMH ସ୍ତର ଅଧିକ ହେବା ଅର୍ଥ ନୁହେଁ ଯେ ଗର୍ଭଧାରଣର ଉତ୍ତମ ସମ୍ଭାବନା ରହିଛି।

4.0 ng/mL ରୁ ଅଧିକ AMH ରିଡିଂ ଅସ୍ୱାଭାବିକ ଭାବରେ ଅଧିକ ଅଟେ ଏବଂ ଚିନ୍ତାର ବିଷୟ ଅଟେ।

ଅସ୍ୱାଭାବିକ ଭାବରେ ଅଧିକ AMH ସ୍ତର ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ (PCOS) କୁ ଦର୍ଶାଏ, ଯାହା ଏପରି ଏକ ହର୍ମୋନ୍ ଅବସ୍ଥା ସୂଚିତ କରେ ଯାହା ଡିମ୍ବାଶୟରେ ତରଳ ଭର୍ତ୍ତି ସାକ୍‌ର ଉପସ୍ଥିତି ଦ୍ୱାରା ପରିଲକ୍ଷିତ ହୁଏ ଏବଂ ଅଧିକ ପରିମାଣର AMH ଉତ୍ପାଦନକୁ ପ୍ରୋତ୍ସାହିତ କରେ।

ଡିମ୍ବାଣୁ ଫ୍ରିଜିଂ କ୍ଷେତ୍ରରେ, ଉଚ୍ଚ AMH ସ୍ତର ଆପଣଙ୍କୁ ଓଭାରିଆନ୍ ହାଇପରଷ୍ଟିମୁଲେସନ୍ ସିଣ୍ଡ୍ରୋମ୍ (OHSS) ପ୍ରତି ଅଧିକ ସମ୍ବେଦନଶୀଳ କରିପାରେ।

ଉଚ୍ଚ AMH ସ୍ତର ମଧ୍ୟ ମହିଳା ପ୍ରଜନନ ପ୍ରଣାଳୀର କେତେକ କର୍କଟ ଯଥା ଡିମ୍ବାଶୟ କର୍କଟ ଏବଂ ଗ୍ରାନ୍ୟୁଲୋସା ସେଲ୍ ଟ୍ୟୁମରର ଲକ୍ଷଣ ଅଟେ।

କ’ଣ ଶିଖିଲେ:

କେବଳ AMH ସ୍ତର ଆପଣଙ୍କ ପ୍ରଜନନ ସ୍ଥିତି ନିର୍ଦ୍ଧାରଣ କରେ ନାହିଁ। ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରଜନନ କାରକ ଯଥା ଗର୍ଭାଶୟ ସ୍ଥିତି, ଟ୍ୟୁବାଲ୍ ସ୍ୱାସ୍ଥ୍ୟ, ଶୁକ୍ରାଣୁ କାରକ ଏବଂ ଅନ୍ତର୍ନିହିତ ଚିକିତ୍ସା ଅବସ୍ଥା ଗର୍ଭଧାରଣକୁ ପ୍ରଭାବିତ କରିଥାଏ।

ସକରାତ୍ମକ ଭାବରେ ଆମେ ଏହା କହିପାରିବା ଯେ ଗର୍ଭଧାରଣର ସମ୍ଭାବନା କମ୍ ଥିଲେ ମଧ୍ୟ, କମ୍ ଡିମ୍ବାଣୁ ସଂଖ୍ୟା କିମ୍ବା କମ୍ AMH ସ୍ତର ସହିତ ମଧ୍ୟ ଜଣେ ଗର୍ଭଧାରଣ କରିପାରିବ।

Write a Comment