![](/wp-content/uploads/2018/10/Frame-1171277672.png)
ଅନିୟମିତ ଋତୁସ୍ରାବ ଏବଂ ଗର୍ଭଧାରଣା ବିଷୟରେ ସବିଶେଷ ତଥ୍ୟ
![ଅନିୟମିତ ଋତୁସ୍ରାବ ଏବଂ ଗର୍ଭଧାରଣା ବିଷୟରେ ସବିଶେଷ ତଥ୍ୟ](https://oasisindia.in/wp-content/uploads/2023/08/Oasis-blog-banner-aug-29.png)
Author: Dr. Sai Manasa Darla, Consultant, Fertility Specialist & Laparoscopic Surgeon
ଗର୍ଭଧାରଣ ଏକ ରୋଲର କୋଷ୍ଟର ଯାତ୍ରା ପରି ଅଟେ ଏବଂ ଯେତେବେଳେ ଆପଣ ଗର୍ଭଧାରଣ କରିବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ସେତେବେଳେ ଏହା କଷ୍ଟଦାୟକ ହୋଇପାରେ।
ଜଣେ ମହିଳାଙ୍କ ଋତୁସ୍ରାବକୁ ଟ୍ରାକ୍ କରିବା ହେଉଛି ଏହି ଯାତ୍ରାର ପ୍ରଥମ ପଦକ୍ଷେପ। ଗର୍ଭଧାରଣର ଯୋଜନା କରିବା ପାଇଁ ଋତୁସ୍ରାବ ଚକ୍ର ସମୟ, ପ୍ରଜନନ ୱିଣ୍ଡୋ ଏବଂ ଓଭୁଲେସନ୍ ବିଷୟରେ ଜାଣିବା ଜରୁରୀ ଅଟେ। ଋତୁସ୍ରାବ ଚକ୍ରରେ ଅନିୟମିତତା ହେତୁ ଗର୍ଭଧାରଣରେ ବାଧା ସୃଷ୍ଟି ହୋଇପାରେ।
ଅନିୟମିତ ଋତୁସ୍ରାବ କ’ଣ?
ମହିଳାଙ୍କ ମାସିକ ଋତୁସ୍ରାବ ସାଧାରଣତଃ ଭିନ୍ନ ଭିନ୍ନ ହୋଇଥାଏ। ମହିଳାଙ୍କ ‘ସାଧାରଣ’ ଋତୁସ୍ରାବ ଚକ୍ର 21ରୁ 35 ଦିନ ମଧ୍ୟରେ ହୋଇଥାଏ ଏବଂ ପ୍ରତିଟି ଚକ୍ର ମଧ୍ୟରେ 2-3 ଦିନର ଭିନ୍ନତା ରହିଥାଏ।
ନିମ୍ନଲିଖିତ ଅବସ୍ଥାର ଉପସ୍ଥିତିରେ ଋତୁସ୍ରାବକୁ ଅନିୟମିତ ବୋଲି ବିବେଚନା କରାଯାଏ:
- କୌଣସି ଚକ୍ର ଯାହା ‘ସାଧାରଣ’ ସୀମାରୁ ଅଧିକ କିମ୍ବା କମ୍ ହୋଇଥାଏ।
- 8 ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ଋତୁସ୍ରାବ ନହେବା (କେତେକ କ୍ଷେତ୍ରରେ ଗର୍ଭଧାରଣ ହୋଇପାରେ)।
- ପଲିମେନୋରିଆ: ବହୁବାର ବା ଆଗୁଆ ଋତୁସ୍ରାବ ବୋଲି ମଧ୍ୟ ପରିଚିତ। ଏହା ଏକ ଋତୁସ୍ରାବ ଜନିତ ରୋଗ ଯେଉଁଥିରେ ମାସିକ ଋତୁସ୍ରାବ ଚକ୍ର ପ୍ରାୟତଃ 21 ଦିନରୁ କମ୍ ହୋଇଥାଏ।
- ଅଲିଗୋମେନୋରିଆ: ଏହା ଏକ ଋତୁସ୍ରାବ ଜନିତ ଅବସ୍ଥା ଯାହାର ଚକ୍ର ଅନିୟମିତ ହୋଇଥାଏ। ଏପରି କ୍ଷେତ୍ରରେ ଋତୁସ୍ରାବ ଚକ୍ର 35 ଦିନରୁ ଅଧିକ ହୋଇଥାଏ।
ଅନିୟମିତ ଋତୁସ୍ରାବର କାରଣ
ଅନିୟମିତ ଋତୁସ୍ରାବର ଅନେକ କାରଣ ରହିଥାଏ:
- ଓଭୁଲେସନ୍ ସମସ୍ୟା: ଗର୍ଭଧାରଣର ସମ୍ଭାବନା ଋତୁସ୍ରାବ ସମୟରେ ପରିପକ୍ୱ ଡିମ୍ବ ନିଷ୍କାସନ ବା ଓଭୁଲେସନ୍ ଉପରେ ନିର୍ଭର କରେ। ଅନିୟମିତ ଓଭୁଲେସନ୍ ବା ଆନୋଭୁଲେସନ୍ (ଓଭୁଲେସନ୍ ନହେବା) ଦ୍ୱାରା ଋତୁସ୍ରାବରେ ଅନିୟମିତତା ସୃଷ୍ଟି ହୋଇଥାଏ।
- ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ (PCOS): ଏହା ଏକ ହରମୋନଜନିତ ବ୍ୟାଧି ଯେଉଁଥିରେ ଶରୀରରେ ବହୁ ପରିମାଣରେ ପୁରୁଷ ଯୌନ ହର୍ମୋନ୍ (ଆଣ୍ଡ୍ରୋଜେନ୍) ଉତ୍ପାଦନ ହୋଇଥାଏ ଯାହା ଅନିୟମିତ ଓଭୁଲେସନ୍, ଡିମ୍ବାଶୟରେ ସିଷ୍ଟ୍ ଏବଂ ବନ୍ଧ୍ୟାତ୍ୱ ସୃଷ୍ଟି କରିଥାଏ।
- ଥାଇରଏଡ୍ ରୋଗ: ଏକ ସ୍ୱଳ୍ପ ସକ୍ରିୟ କିମ୍ବା ଅତ୍ୟଧିକ ସକ୍ରିୟ ଥାଇରଏଡ୍ ଋତୁସ୍ରାବ ଚକ୍ରର ବାରମ୍ବାରତା ଏବଂ ନିୟମିତତାକୁ ପ୍ରଭାବିତ କରିଥାଏ।
- ଓଜନ ବୃଦ୍ଧି କିମ୍ବା ହ୍ରାସ
- ମାନସିକ ଚାପ ଓ ଚିନ୍ତା
- ହର୍ମୋନ୍ ଅସନ୍ତୁଳନ
- ଗର୍ଭ ନିରୋଧକ ବଟିକାର ଅନିୟମିତ ବ୍ୟବହାର
- ଫାଇବ୍ରଏଡ୍, ଏଣ୍ଡୋମେଟ୍ରିଓସିସ୍ ଏବଂ ଡାଇବେଟିସ୍ ଭଳି ଅବସ୍ଥା
- ଯୌନ ସଂକ୍ରମଣ
ଅନିୟମିତ ଋତୁସ୍ରାବ ଥିଲେ କିପରି ଗର୍ଭଧାରଣର ଯୋଜନା କରିବେ?
ଅନିୟମିତ ଋତୁସ୍ରାବ ଯୋଗୁଁ ଜଣେ ମହିଳା ଗର୍ଭବତୀ ହୋଇପାରିବେ ନାହିଁ ବୋଲି ମନେ କରାଯାଏ। କିନ୍ତୁ ଚିନ୍ତିତ ହେବାର କୌଣସି କାରଣ ନାହିଁ, ଅନିୟମିତ ଋତୁସ୍ରାବ ସମସ୍ୟାର ସମାଧାନ ଓ ଚିକିତ୍ସା କରାଗଲେ ଅନିୟମିତ ଋତୁସ୍ରାବ ଥିବା ମହିଳାମାନେ ଗର୍ଭଧାରଣ କରିପାରିବେ।
ଓଭୁଲେସନ୍କୁ ଟ୍ରାକ୍ କରିବା ଏବଂ ଓଭୁଲେସନ୍ ସମୟରେ ଉପଯୁକ୍ତ ଯୌନ ସମ୍ପର୍କ ଉପରେ ନଜର ରଖିବା ଦ୍ୱାରା ଗର୍ଭଧାରଣର ସମ୍ଭାବନାକୁ ଉନ୍ନତ କରାଯାଇପାରିବ। ଓଭୁଲେସନ୍ ସଙ୍କେତରୁ ଓଭୁଲେସନ୍ ଚିହ୍ନଟ କରାଯାଇପାରିବ।
ଓଭୁଲେସନ୍ର ସଙ୍କେତ
- ସର୍ଭିକାଲ୍ ଶ୍ଲେଷ୍ମାରେ ବୃଦ୍ଧି – ଭିଡ଼ି ହୋଇପାରୁଥିବା, ସ୍ପଷ୍ଟ ଏବଂ ଅଣ୍ଡାର ଧଳାଅଂଶ ପରି ସ୍ରାବ
- ଶରୀରର ତାପମାତ୍ରାରେ ବୃଦ୍ଧି
ଓଭୁଲେସନ୍ ନିର୍ଦ୍ଧାରଣ କରିବା ପାଇଁ ଓଭୁଲେସନ୍ ପ୍ରେଡିକ୍ଟର୍ କିଟ୍, ଅଲଟ୍ରାସାଉଣ୍ଡ ଏବଂ ରକ୍ତ ପରୀକ୍ଷା ବ୍ୟବହାର କରାଯାଇପାରେ।
ଅନିୟମିତ ଓଭୁଲେସନ୍ ବା ଆନୋଭୁଲେସନ୍ କ୍ଷେତ୍ରରେ, ଡାକ୍ତର ମୂଳ କାରଣ ଉପରେ ନିର୍ଭର କରି ଚିକିତ୍ସା ଉପାୟ ସୁପାରିଶ କରିପାରିବେ। ଅନ୍ତର୍ନିହିତ ଅବସ୍ଥାର ଚିକିତ୍ସା ଆପଣଙ୍କ ଗର୍ଭଧାରଣର ସମ୍ଭାବନାକୁ ବଢ଼ାଇଥାଏ।
ଜୀବନଶୈଳୀରେ କେତେକ ପରିବର୍ତ୍ତନ ଦ୍ୱାରା ଋତୁସ୍ରାବ ଚକ୍ର ଏବଂ ଓଭୁଲେସନକୁ ନିୟନ୍ତ୍ରଣ କରାଯାଇପାରେ।
ନିମ୍ନୋକ୍ତ ସଙ୍କେତ ଦେଖାଦେଲେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ:
- ତିନିମାସରୁ ଅଧିକ ସମୟ ଧରି ଋତୁସ୍ରାବ ନହେଲେ
- ଅକ ସପ୍ତାହରୁ ଅଧିକ ସମୟ ଧରି ଋତୁସ୍ରାବଜନିତ ରକ୍ତସ୍ରାବ ଲାଗିରହିଲେ
- ଅତ୍ୟଧିକ ରକ୍ତସ୍ରାବ ହେଲେ
- ଯନ୍ତ୍ରଣାଦାୟକ ଋତୁସ୍ରାବ ହେଲେ
- ଯଦି ଆପଣଙ୍କ ବୟସ 35 ବର୍ଷରୁ କମ୍ ଏବଂ ଏକ ବର୍ଷରୁ ଅଧିକ ସମୟ ଧରି ଗର୍ଭଧାରଣ କରିପାରୁ ନାହାଁନ୍ତି
ଶେଷକଥା:
ଯଦିଓ ଗର୍ଭଧାରଣର ଯାତ୍ରାରେ ଅନିୟମିତ ଋତୁସ୍ରାବ ଚିନ୍ତାଜନକ ହୋଇପାରେ, କିନ୍ତୁ ନିରାଶ ହେବାର ଆବଶ୍ୟକତା ନାହିଁ। ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବା ଦ୍ୱାରା ଏବଂ ଅନ୍ତର୍ନିହିତ କାରଣର ସମାଧାନ କରିବା ଦ୍ୱାରା ସୁସ୍ଥ ଗର୍ଭଧାରଣ କରିବାର ସୁଯୋଗ ମିଳିପାରିବ।
ଅସ୍ୱାଭାବିକ ଋତୁସ୍ରାବ, ଓଭୁଲେସନ୍ ସମସ୍ୟା ଏବଂ ହର୍ମୋନ ଅସନ୍ତୁଳନ ଋତୁସ୍ରାବ ଚକ୍ରରେ ଅନିୟମିତତା ସୃଷ୍ଟି କରେ ଏବଂ ଗର୍ଭଧାରଣରେ ସମସ୍ୟା ସୃଷ୍ଟି କରିଥାଏ।
ଅସ୍ୱାଭାବିକ ଋତୁସ୍ରାବ ପାଇଁ ଦାୟୀ କାରଣର ଚିକିତ୍ସା କରି ଏବଂ ଓଭୁଲେସନକୁ ନିୟନ୍ତ୍ରଣ ତଥା ନିର୍ଦ୍ଧାରଣ କରି ଆପଣଙ୍କ ପ୍ରଜନନ କ୍ଷମତାରେ ଉନ୍ନତି ଆଣିବାରେ ଜଣେ ପ୍ରଜନନ ବିଶେଷଜ୍ଞଙ୍କ ପରାମର୍ଶ ସାହାଯ୍ୟ କରିପାରେ।
![](/wp-content/uploads/2018/10/form-title.png)
![](/wp-content/uploads/2024/11/consult_popup_img.webp)
fill up the form to get a
Free Consultation
Avail 0% interest on EMI
All Procedures | No Upper Limit
How we reviewed this article:
- Current Version
- September 12, 2023 by Oasis Fertility
- September 11, 2023 by Oasis Fertility
- September 8, 2023 by Oasis Fertility