Blog
Enquire Now
Uncategorized

ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱର କାରଣଗୁଡ଼ିକୁ ଚିହ୍ନଟ କରିବା

ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱର କାରଣଗୁଡ଼ିକୁ ଚିହ୍ନଟ କରିବା
Author:  Dr. Sai Manasa Darla, Consultant, Fertility Specialist &  Laparoscopic Surgeon

ଅନେକ ଚିକିତ୍ସା ପଦ୍ଧତି, ଏବଂ ଜୀବନଶୈଳୀ କାରଣରୁ ବନ୍ଧ୍ୟାତ୍ୱ ଏକ ସର୍ବବ୍ୟାପୀ ସ୍ୱାସ୍ଥ୍ୟ ସ୍ଥିତି ହେଇସାରିଛି। ବନ୍ଧ୍ୟାତ୍ୱର 30% ମାମଲାରେ ମହିଳାମାନେ ପ୍ରଜନନ କ୍ଷମତା କାରଣରୁ ହୋଇଥାଏ। ବନ୍ଧ୍ୟାତ୍ୱ ମହିଳାଙ୍କୁ ମାନସିକ ତଥା ଶାରୀରିକ ସ୍ତରରେ କ୍ଷତି ପହଞ୍ଚାଇଥାଏ। ମହିଳାମାନଙ୍କର ବନ୍ଧ୍ୟାତ୍ୱର କାରଣଗୁଡିକ ଚିହ୍ନଟ କରିବା ଏବଂ ସେଗୁଡ଼ିକ ବିଷୟରେ ସଚେତନ ହେବା, ଚିକିତ୍ସା କରିବା ଏବଂ ଗର୍ଭଧାରଣରେ ସାହାଯ୍ୟ କରିବା ଆବଶ୍ୟକ ଅଟେ।

ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱର ସାଧାରଣ କାରଣଗୁଡ଼ିକର ଅନୁସନ୍ଧାନ:

– ଓଭ୍ୟୁଲେସନ୍ ବିକାର

– ଗର୍ଭାଶୟ ସମ୍ୱନ୍ଧୀୟ ରୋଗ

– ଟ୍ୟୁବଲ୍ ସମ୍ବନ୍ଧୀୟ ବନ୍ଧ୍ୟାତ୍ୱ

ଓଭ୍ୟୁଲେସନ୍ ବିକାର

ଓଭ୍ୟୁଲେସନ୍ ସମ୍ୱନ୍ଧିତ ବିକାର କାରଣରୁ ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱର ସମସ୍ୟା ଦେଖାଦେଇପାରେ।

ଓଭ୍ୟୁଲେସନ୍ ହେଉଛି ମାସିକ ଋତୁସ୍ରାବ ସମୟରେ ଏକ ଚରଣ ଯେଉଁଥିରେ ଡିମ୍ବକୋଷ ଦ୍ୱାରା ଗୋଟିଏ ପରିପକ୍ୱ ଅଣ୍ଡା ନିର୍ଗତ ହୋଇଥାଏ ଯାହା ଶୁକ୍ରାଣୁ ସହିତ ଫନିଷେଚିତ (ଫର୍ଟିଲାଇଜ୍‌) ହେବା ପରେ ଗର୍ଭଧାରଣ ହୁଏ। ଓଭ୍ୟୁଲେସନ୍‌ ପ୍ରକ୍ରିୟାରେ କୌଣସି ପ୍ରକାରର ବାଧା କିମ୍ୱା ପ୍ରତିବନ୍ଧକ ଓଭ୍ୟୁଲେସନ୍ ବିକାର ସୃଷ୍ଟି କରେ। ବନ୍ଧ୍ୟାତ୍ୱର 25% ସମସ୍ୟା ଓଭ୍ୟୁଲେସନ୍ ବିକାର କାରଣରୁ ସୃଷ୍ଟି ହୋଇଥାଏ।

ବିଭିନ୍ନ କାରଣରୁ ଓଭ୍ୟୁଲେସନ୍‌ ବିକାର ଦେଖାଦେଇପାରେ ଯାହା ଏହି ଜୈବିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ ଏବଂ ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱର ମୁଖ୍ୟ କାରଣ ଭାବେ ଯୋଗଦାନ କରିଥାଏ। ବହୁତଗୁଡ଼ିଏ କାରଣରୁ ଓଭ୍ୟୁଲେସନ୍‌ କିମ୍ବା ଅନୋଭ୍ୟୁଲେସନ୍‌ (ଓଭ୍ୟୁଲେସନ୍‌ର ଅନୁପସ୍ଥିତି)ରେ ଅନିୟମିତତା ଦେଖାଦେଇପାରେ। ଏଥିରେ ନିମ୍ନୋକ୍ତ କିଛି ଅନ୍ତର୍ଭୁକ୍ତ:

1. ପ୍ରାଥମିକ ଡିମ୍ୱକୋଷର ଅପର୍ଯ୍ୟାପ୍ତତା (ପିଓଆଇ):

ଏହାକୁ ସମୟପୂର୍ବ ଡିମ୍ୱକୋଷ ବିଫଳତା ମଧ୍ୟ କୁହାଯାଏ। ପିଓଆଇ’ର ବିଶେଷତା ହେଉଛି ବହୁତ କମ୍ ସଂଖ୍ୟକ ଅଣ୍ଡାର ଉପସ୍ଥିତି କିମ୍ବା ଅଳ୍ପ କେତେକ କ୍ଷେତ୍ରରେ ଅଟୋମ୍ୟୁମ୍ୟୁନ୍ ସ୍ଥିତି କିମ୍ବା ଜେନେଟିକ୍ ସ୍ଥିତି କାରଣରୁ 40 ବର୍ଷରୁ କମ୍ ମହିଳାମାନଙ୍କ ଠାରେ ଡିମ୍ୱକୋଷରେ ସମୟ ପୂର୍ବରୁ ଅଣ୍ଡା ଉତ୍ପାଦନ ବନ୍ଦ ହୋଇଯାଇଥାଏ, ଯାହାର ପରିଣାମସ୍ୱରୂପ ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱ ଦେଖାଦେଇଥାଏ।

2. ହରମୋନ୍ ସମ୍ୱନ୍ଧୀୟ ଅନିୟମିତତା:

ହର୍‌ମୋନ୍‌ ସମ୍ୱନ୍ଧୀୟ ଅନିୟମିତତା ଅନିୟମିତ ଓଭ୍ୟୁଲେସନ୍‌ର ମୁଖ୍ୟ ଦୋଷୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଫୋଲିକଲ୍-ଷ୍ଟିମୁଲେଟିଂ ହରମୋନ୍ (ଏଫ୍‌ଏସ୍‌ଏଚ୍‌), ଲ୍ୟୁଟିନାଇଜିଂ ହରମୋନ୍ (ଏଲ୍‌ଏଚ୍‌) ଏବଂ ପ୍ରୋଲେକ୍ଟିନ୍ ପରି ହର୍‌ମୋନ୍‌ର ଏକ ଜଟିଳ ଏବଂ ସୂକ୍ଷ୍ମ ସନ୍ତୁଳନ ଓଭ୍ୟୁଲେସନ୍‌ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଯେକୌଣସି ପ୍ରକାରର ହରମୋନ୍ ସମ୍ୱନ୍ଧୀୟ ଅନିୟମିତତା ଓଭ୍ୟୁଲେସନ୍‌କୁ ପ୍ରଭାବିତ କରିବା ସହିତ ଗର୍ଭଧାରଣ ସମ୍ଭାବନାକୁ ପ୍ରଭାବିତ କରିଥାଏ। ହରମୋନ୍ ସମ୍ୱନ୍ଧୀୟ ଅନିୟମିତତା କାରଣରୁ ସୃଷ୍ଟି ହେଉଥିବା କିଛି ସ୍ଥିତି ହେଉଛି:

– ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ (ପିସିଓଏସ୍‌): ମହିଳାମାନଙ୍କ ଠାରେ ବନ୍ଧ୍ୟାତ୍ୱର ସାମାନ୍ୟ ଏବଂ ପ୍ରମୂଖ କାରଣଗୁଡ଼ିକ ମଧ୍ୟରୁ ପିସିଓଏସ୍‌ ଅନ୍ୟତମ। ଡିମ୍ୱକୋଷରେ ଅନେକ ଛୋଟ ଛୋଟ ସିଷ୍ଟ (ଫ୍ଲୁଇଡ୍ ଥିବା ଥଳି) ଗଠନ ହୁଏ ଯାହା ଓଭ୍ୟୁଲେସନ୍‌ରେ ସମସ୍ୟା ସୃଷ୍ଟି କରିଥାଏ। ଅନିୟମିତ ମାସିକଧର୍ମ, ଅତ୍ୟଧିକ ଟେଷ୍ଟୋଷ୍ଟେରୋନ୍‌ ଉତ୍ପାଦନ, ମହିଳା ହରମୋନ୍‌ର ଅନିୟମିତତା, ଆନାଭ୍ୟୁଲେସନ୍ ଏବଂ ଇନସୁଲିନ୍ ପ୍ରତିରୋଧ ପିସିଓଏସ୍‌ ସହିତ ସଂଯୁକ୍ତ ଅଟନ୍ତି।

– ଉଚ୍ଚ ପ୍ରୋଲାକ୍ଟିନ୍ ସ୍ତର (ହାଇପର୍‌ପ୍ରୋଲାକ୍ଟିନେମିଆ): କିଛି ମାମଲାରେ, ପିଟୁଇଟାରୀ ଗ୍ରନ୍ଥିର ଶିଥିଳତାର ପରିଣାମସ୍ୱରୂପ ପ୍ରୋଲାକ୍ଟିନ୍ ହରମୋନ୍ ଉତ୍ପାଦନ ବଢ଼ିଯାଇଥାଏ। ପ୍ରୋଲାକ୍ଟିନର ବଢ଼ିଥିବା ସ୍ତର ଏଫ୍‌ଏସ୍‌ଏଚ୍‌ ଏବଂ ଏଲ୍‌ଏଚ୍‌ ସ୍ତରକୁ ନକାରାତ୍ମକ ଭାବରେ ପ୍ରଭାବିତ କରିଥାଏ ଯାହାଦ୍ୱାରା ଓଭ୍ୟୁଲେସନ୍‌ ବିକାର ଏବଂ ପ୍ରଜନନ ସମ୍ୱନ୍ଧୀୟ ସମସ୍ୟା ଦେଖାଦେଇଥାଏ।

– ଥାଇରଏଡ୍ ସମ୍ୱନ୍ଧିତ ସମସ୍ୟା: ଥାଇରଏଡ୍ ଡିସଫଙ୍କସନ ପରି ଏଣ୍ଡୋକ୍ରାଇନ୍ ବିକାର କାରଣରୁ ଥାଇରଏଡ୍ ଗ୍ରନ୍ଥି କମ୍‌ କିମ୍ବା ଅତ୍ୟଧିକ ସକ୍ରିୟ ହୋଇପାରେ ଯାହା ଥାଇରଏଡ୍ ହରମୋନ୍‌ର ସ୍ତର କମ୍‌ କିମ୍ୱା ବେଶୀ କରିଥାଏ। ଥାଇରଏଡ୍‌ର ଶିଥିଳତା ଓଭ୍ୟୁଲେସନ୍‌ ଏବଂ ଗର୍ଭଧାରଣର ସମ୍ଭାବନା ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ।

3. ଲୋ ଏଗ୍ ଏବଂ କ୍ୱାଲିଟୀ ଓ କାଉଣ୍ଟ:

ମହିଳାମାନଙ୍କର ପ୍ରଜନନ କ୍ଷମତା ଅଣ୍ଡାର ଗୁଣ ଏବଂ ପରିମାଣ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ମହିଳାମାନେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ଅଣ୍ଡା ସହିତ ଜନ୍ମ ହୋଇଥାନ୍ତି ଏବଂ ଏହି ଅଣ୍ଡାର ଗୁଣ ଏବଂ ପରିମାଣ ବୟସ ବଢ଼ିବା ସହିତ କମ୍‌ ହୋଇଥାଏ। ବୟସ ବଢ଼ିବା ସହିତ ଅଣ୍ଡାରେ ଆଂନୁବଂଶିକ ଅସ୍ୱାଭାବିକତା ସୃଷ୍ଟି କରେ ଯାହା ଦ୍ୱାରା ଜନ୍ମ ଦୋଷ କିମ୍ବା ବାରମ୍ବାର ଗର୍ଭପାତ ହେବାର ଆଶଙ୍କା ବଢ଼ିଥାଏ।

Write a Comment