Diet & Nutrition

ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ପୋଷଣର ପ୍ରଭାବ

ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ପୋଷଣର ପ୍ରଭାବ

Author: Dr. Aparna Vishwakiran, Senior Consultant & Fertility Specialist

ଏହା ପୂର୍ବରୁ ସ୍ଥାପିତ ହୋଇସାରିଛି ଯେ ଆମେ ଖାଉଥିବା ଖାଦ୍ୟ ଏବଂ ଏହା ସହିତ ଜଡ଼ିତ ପୋଷଣର ମୂଲ୍ୟ ଦ୍ୱାରା ଆମର ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ। ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ପ୍ରଜନନ ସମସ୍ୟା ଉପରେ ଖରାପ ଖାଦ୍ୟାଭ୍ୟାସର ପ୍ରଭାବକୁ ପ୍ରାୟତଃ ଅଣଦେଖା କରାଯାଇଥାଏ। ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ଏବଂ ଅସନ୍ତୁଳିତ ଖାଦ୍ୟ ଉଭୟ ପୁରୁଷ ଏବଂ ମହିଳା ପ୍ରଜନନ ତନ୍ତ୍ରରେ ବାଧା ସୃଷ୍ଟି କରିଥାଏ।

ବନ୍ଧ୍ୟାତ୍ୱ ପରିଚାଳନାରେ ପୁଷ୍ଟିକର ଖାଦ୍ୟର ଭୂମିକାକୁ ପ୍ରାୟତଃ କମ୍ ଗୁରୁତ୍ୱ ଦିଆଯାଏ। ଡାକ୍ତରୀ ଚିକିତ୍ସା ବ୍ୟତୀତ, ଜୀବନଶୈଳୀରେ ପରିବର୍ତ୍ତନ ଏବଂ ପର୍ଯ୍ୟାପ୍ତ ପୋଷଣ ସମର୍ଥନ ପରି ଏକ ସାମଗ୍ରିକ ଆଭିମୁଖ୍ୟ ଓସାଇଟ୍ ଏବଂ ଶୁକ୍ରାଣୁର ବିକାଶ ଉପରେ ଲାଭଦାୟକ ପ୍ରଭାବ ପକାଇବ। ଏହା ଉଭୟ ପୁରୁଷ ଓ ମହିଳାଙ୍କ ବନ୍ଧ୍ୟାତ୍ୱର ଚିକିତ୍ସାରେ ସହାୟକ ହେବ।

ସମଗ୍ର ବିଶ୍ୱରେ ପ୍ରଜନନଯୋଗ୍ୟ ବୟସର ମହିଳାମାନଙ୍କ ମଧ୍ୟରେ ମହିଳା ବନ୍ଧ୍ୟାତ୍ୱ ଏକ ପ୍ରଚଳିତ ଡାକ୍ତରୀ ଏବଂ ସାମାଜିକ ଅବସ୍ଥା।

ଏହା ବିଭିନ୍ନ ପାଥୋଫିଜିଓଲୋଜିକାଲ ପରିବର୍ତ୍ତନ କାରଣରୁ ହୋଇଥାଏ ଯେପରିକି ଓଭ୍ୟୁଲେସନ ଡିସଅର୍ଡର, ଓଭାରିଆନ୍ ରିଜର୍ଭ ଏବଂ ଡିମ୍ବର ଗୁଣବତ୍ତା ହ୍ରାସ, ଅନିୟମିତ ଋତୁସ୍ରାବ ଚକ୍ର, ହରମୋନ ଅସନ୍ତୁଳନ, ପ୍ରଜନନ ତନ୍ତ୍ର ଅବସ୍ଥା ଏବଂ ଅନ୍ୟାନ୍ୟ ଅନ୍ତର୍ନିହିତ କ୍ରନିକ୍ ରୋଗ।

ଓଭୁଲେସନ୍ ବ୍ୟାଧି ଏବଂ ଡିମ୍ବର ଗୁଣବତ୍ତା:

ମହିଳା ପ୍ରଜନନ କ୍ଷମତାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବାୟୋମାର୍କର୍ ହେଉଛି ଡିମ୍ବର ଗୁଣବତ୍ତା। ଏକ ଡିମ୍ବ ନିଷେଚିତ ହେବାର ସମ୍ଭାବନା ଓଭମ୍ (ଡିମ୍ବ)ର ଗୁଣବତ୍ତା ଉପରେ ନିର୍ଭର କରେ। ଜଣେ ମହିଳାଙ୍କ ଗର୍ଭଧାରଣ କରିବାର କ୍ଷମତା ଏବଂ ଭବିଷ୍ୟତର ପ୍ରଜନନ କ୍ଷମତା ଡିମ୍ବାଶୟ (ଓଭାରିଆନ୍ ରିଜର୍ଭ)ରେ ଥିବା ଡିମ୍ବର ସଂଖ୍ୟା ଏବଂ ଗୁଣବତ୍ତା ଉପରେ ନିର୍ଭର କରେ।

ନିୟମିତ ଏବଂ ସୁସ୍ଥ ଋତୁସ୍ରାବ ଚକ୍ର ସମୟରେ ଏକ ଡିମ୍ବ ନିର୍ଗତ ହୁଏ, ଏହି ପ୍ରକ୍ରିୟାକୁ ଓଭୁଲେସନ୍ କୁହାଯାଏ।

ଡିମ୍ବର ଗୁଣବତ୍ତା କିମ୍ବା ସଂଖ୍ୟାରେ କୌଣସି ହ୍ରାସ କିମ୍ବା ଓଭୁଲେସନ୍ ପ୍ରକ୍ରିୟାରେ ସମସ୍ୟା ହେଲେ ଅଭୁଲେଟୋରି ବନ୍ଧ୍ୟାତ୍ୱ ହୋଇଥାଏ। ପୋଷକ ତତ୍ତ୍ୱ ଓସାଇଟ୍‌ର ପରିପକ୍ୱତା, ଫର୍ଟିଲାଇଜେସନ୍ ଏବଂ ପ୍ରତିରୋପଣ ପରେ ଭ୍ରୁଣର ଗୁଣବତ୍ତାକୁ ପ୍ରଭାବିତ କରିଥାଏ।

PCOS ଏବଂ ହରମୋନ୍ ଅସନ୍ତୁଳନ:

ଏହା ଏକ ଏଣ୍ଡୋକ୍ରାଇନ୍ ବ୍ୟାଧି ଅଟେ ଯେଉଁଥିରେ ଡିମ୍ବାଶୟରେ ସିଷ୍ଟ ସୃଷ୍ଟି, ହର୍ମୋନ ଅସନ୍ତୁଳନ, ଓଜନ ବୃଦ୍ଧି, ପ୍ରଦାହ ଏବଂ ଅନିୟମିତ ଋତୁସ୍ରାବ ଚକ୍ର ହୋଇଥାଏ। ଏହା ମହିଳାମାନଙ୍କର ବନ୍ଧ୍ୟାତ୍ୱର ଏକ ପ୍ରମୁଖ କାରଣ ଅଟେ।

ଉପଯୁକ୍ତ ସନ୍ତୁଳିତ ଖାଦ୍ୟ PCOS ର ସହଜ ପରିଚାଳନାରେ ସାହାଯ୍ୟ କରେ।

ଜୀବନଶୈଳୀ ସମ୍ବନ୍ଧୀୟ କାରଣ ଯେପରିକି ଶରୀରର ଅସ୍ୱାଭାବିକ ଓଜନ, ପୋଷଣଜନିତ ବ୍ୟାଧି, ଧୂମପାନ, ମୋଟାପଣ, ମଦ୍ୟପାନ ଇତ୍ୟାଦି ମଧ୍ୟ ମହିଳାମାନଙ୍କର ପ୍ରଜନନ ସମସ୍ୟା ସୃଷ୍ଟି କରିଥାଏ।

ପ୍ରଜନନ କ୍ଷମତା ବୃଦ୍ଧି କରିବା ପାଇଁ ଖାଦ୍ୟ:

  1. ଶସ୍ୟଜାତୀୟ ଖାଦ୍ୟ ପର୍ଯ୍ୟାପ୍ତ ପୋଷଣ ପ୍ରଦାନ କରିଥାଏ ଏବଂ ରକ୍ତରେ ଶର୍କରା ବୃଦ୍ଧି ସୃଷ୍ଟି ନକରି ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଶକ୍ତିପ୍ରଦାନ କରିଥାଏ। ଗହମ, ଉଷୁନା ଚାଉଳ, ବାର୍ଲି, ଯଅ ଇତ୍ୟାଦି କିଛି ବିକଳ୍ପ ଅଟେ।
  2. ଡାଲିଜାତୀୟ ଖାଦ୍ୟ ଏବଂ ପ୍ରୋଟିନଜୀତୀୟ ଉଦ୍ଭିଦ ଉତ୍ସର ଖାଦ୍ୟ ଖାଇବା ଦ୍ୱାରା ଓଭୁଲେଟୋରି ବନ୍ଧ୍ୟାତ୍ୱର ଆଶଙ୍କା ହ୍ରାସ ପାଇଥାଏ। ଏହାବ୍ୟତୀତ, ଡାଲିଜାତୀୟ ଖାଦ୍ୟ ଫୋଲିକ୍ ଏସିଡ୍‌ର ଏକ ଉତ୍ତମ ଉତ୍ସ ଅଟେ ଯାହା ସୁସ୍ଥ ଭ୍ରୁଣ ବିକାଶରେ ସାହାଯ୍ୟ କରେ। ପ୍ରୋଟିନଜାତୀୟ ଖାଦ୍ୟଗ୍ରହଣ PCOS ଦ୍ୱାରା ପ୍ରଭାବିତ ମହିଳାଙ୍କ ଠାରେ ଟେଷ୍ଟୋଷ୍ଟେରୋନ୍ ସ୍ତର ହ୍ରାସ କରିବା ଏବଂ ହରମୋନ ସ୍ତର ବଜାୟ ରଖିବାରେ ସକାରାତ୍ମକ ଭୂମିକା ଗ୍ରହଣ କରିଥାଏ ବୋଲି ଜଣାପଡ଼ିଛି।
  3. ମାଇକ୍ରୋନ୍ୟୁଟ୍ରିଏଣ୍ଟର ଉତ୍ସ ଯଥା ଜିଙ୍କ, ଆଇରନ୍, ଫୋଲିକ୍ ଏସିଡ୍ ଏବଂ ସେଲେନିୟମ୍ ମଧ୍ୟ ଫଲିକ୍ୟୁଲାର ସ୍ୱାସ୍ଥ୍ୟ ଏବଂ ଡିମ୍ବର ଗୁଣବତ୍ତା ବଜାୟ ରଖିବାରେ ସାହାଯ୍ୟ କରେ।
  4. ଫୋଲିକ୍ ଏସିଡ୍‌ରେ ଭରପୂର ଖାଦ୍ୟ ଖାଆନ୍ତୁ କିମ୍ବା ଫୋଲିକ୍ ଏସିଡ୍ ସପ୍ଲିମେଣ୍ଟ୍ ଖାଆନ୍ତୁ। ଫୋଲିକ୍ ଏସିଡ୍ ଉନ୍ନତ ଭ୍ରୁଣ ଗୁଣବତ୍ତା, ଜନ୍ମଗତ ତ୍ରୁଟିକୁ ରୋକିବା ଏବଂ ଓଭୁଲେଟୋରି ବନ୍ଧ୍ୟାତ୍ୱର ଆଶଙ୍କା ହ୍ରାସ କରିଥାଏ।
  5. PCOS ସମ୍ବନ୍ଧୀୟ ବନ୍ଧ୍ୟାତ୍ୱକୁ ଅଳସୀ ମଞ୍ଜି, କଖାରୁ ମଞ୍ଜି, ତିଳ ଏବଂ ସୂର୍ଯ୍ୟମୁଖୀ ମଞ୍ଜି ଭଳି ମଞ୍ଜି ସହିତ ନିୟନ୍ତ୍ରଣ କରାଯାଇପାରିବ। ଏହି ମଞ୍ଜିରେ ଥିବା ଫାଇଟୋଇଷ୍ଟ୍ରୋଜେନ ହରମୋନ ସ୍ତର ଏବଂ ଅନିୟମିତ ଋତୁସ୍ରାବ ଚକ୍ରକୁ ନିୟମିତ କରିବାରେ ସାହାଯ୍ୟ କରେ।
  6. ଭିଟାମିନ୍ ସି ଯୁକ୍ତ ଫଳ ଏବଂ ବେରି ଯେପରିକି ରାସ୍ପବେରୀ, ଷ୍ଟ୍ରବେରୀ ଏବଂ ବ୍ଲୁବେରି ହେଉଛି ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ, ଏହାର ପ୍ରଦାହରୋଧି ଗୁଣ PCOS ସମ୍ବନ୍ଧୀୟ ବନ୍ଧ୍ୟାତ୍ୱ ରୋକିବାରେ ସାହାଯ୍ୟ କରେ।
  7. ଓମେଗା 3 ଫ୍ୟାଟି ଏସିଡ୍ ପ୍ରଜନନ କ୍ଷମତା ବଜାୟ ରଖିବାରେ ସହାୟକ ହେବା ସହ ଉତ୍ତମ ମାନର ଡିମ୍ବ ଉତ୍ପାଦନରେ ମଧ୍ୟ ସାହାଯ୍ୟ କରିଥାଏ। ମାଛ, ଅଣ୍ଡା, ଶୁଷ୍କ ଫଳ, ଉଦ୍ଭିଦଜାତୀୟ ତୈଳ ଏବଂ ବାଦାମ ହେଉଛି ଓମେଗା-3 ଫ୍ୟାଟି ଏସିଡ୍‌ର ଉତ୍ତମ ଉତ୍ସ ଅଟେ।
  8. ପ୍ରକ୍ରିୟାକୃତ ଖାଦ୍ୟ, ଶର୍କରା ଯୁକ୍ତ ଖାଦ୍ୟ ଏବଂ ମାଦକ ପାନୀୟ ଏବଂ ରିଫାଇନ୍ ଅଟାଜାତୀୟ ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ।
  9. ଏହା ସହ ମନେରଖନ୍ତୁ ଯେ କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟ୍‌ର ଅତ୍ୟଧିକ ମାତ୍ରା ଓଭୁଲେସନ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।

 

ଶେଷରେ, ସଂଯମତା ହେଉଛି ଚାବିକାଠି, ଏବଂ ଅଧିକ ଖାଆନ୍ତୁ ନାହିଁ କିମ୍ବା ଏକ ଉପଯୁକ୍ତ ଖାଦ୍ୟାଭ୍ୟାସ ଅନୁସରଣ କରନ୍ତୁ।

ପ୍ରଚୁର ପରିମାଣର ପ୍ରୋଟିନ୍, ଫ୍ୟାଟ୍, କାର୍ବୋହାଇଡ୍ରେଟ୍, ଆଣ୍ଟିଅକ୍ସିଡାଣ୍ଟ୍, ମିନେରାଲ୍ ଏବଂ ଭିଟାମିନ୍ ଥିବା ସନ୍ତୁଳିତ ଖାଦ୍ୟ ମହିଳା ପ୍ରଜନନ ତନ୍ତ୍ରର ସର୍ବୋତ୍ତମ କାର୍ଯ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ଏବଂ ବନ୍ଧ୍ୟାତ୍ୱର ବିପଦକୁ ହ୍ରାସ କରିଥାଏ।

Was this article helpful?
YesNo

fill up the form to get a

Free Consultation

Your data is 100% safe with us.

Avail 0% interest on EMI
All Procedures | No Upper Limit

How we reviewed this article:

HISTORY
  • Current Version
  • September 20, 2023 by Oasis Fertility
  • September 15, 2023 by Oasis Fertility

LatestTrending

Ad

BOOK A FREE CONSULTATION

Book

Appointment

Call Us

1800-3001-1000