Blog
Enquire Now
Uncategorized

ଆଇଭିଏଫ୍‌ ସଫଳତା ହାର ବୁଝିବା

ଆଇଭିଏଫ୍‌ ସଫଳତା ହାର ବୁଝିବା

Author: Dr D Maheswari, Consultant & Fertility Specialist, Oasis Fertility.

ଆଜିକାଲି ଅନେକ ଦମ୍ପତି/ପିତାମାତା ବିଳମ୍ୱରେ ମାତାପିତା ହେବା, ଜୀବନଶୈଳୀ ସମ୍ୱନ୍ଧିତ କାରଣ, ମଧୁମେହ, ପିସିଓଏସ୍‌ ଏବଂ ଅନ୍ୟାନ୍ୟ ହରମୋନ୍‌ ସମ୍ୱନ୍ଧିତ ସମସ୍ୟା କାରଣରୁ ଆଇଭିଏଫ୍‌ ଚିକିତ୍ସାର ସାହାଯ୍ୟ ନେଉଛନ୍ତି। ଯଦିଓ, ସମସ୍ତେ ଆଇଭିଏଫ୍‌ର ସଫଳତା ହାର ନିର୍ଦ୍ଧାରିତ କରୁଥିବା କାରଣଗୁଡିକୁ ଏବଂ ସଫଳତା ହାର ବୁଝିପାରନ୍ତି ନାହିଁ। କୌଣସି ଦମ୍ପତି ଆଇଭିଏଫ୍‌ ନେବା ପୂର୍ବରୁ, ସେମାନେ ଯେ କେବଳ ଆଇଭିଏଫ୍‌ ପ୍ରକ୍ରିୟା ବିଷୟରେ ଜାଣିବେ ତାହା ନୁହେଁ ବରଂ ଫର୍ଟିଲିଟି କ୍ଲିନିକ୍ ଦ୍ୱାରା ଦିଆଯାଉଥିବା ସଫଳତା ହାର ବିଷୟରେ ମଧ୍ୟ ଜାଣିବା ଅତ୍ୟନ୍ତ ଜରୁରୀ। ଏପରି ଅନେକ କାରଣ ରହିଛି ଯାହା ଅଣ୍ଡା ଏବଂ ଶୁକ୍ରାଣୁର ଗୁଣବତ୍ତା, ଭ୍ରୁଣର ଗୁଣବତ୍ତା, ଆଇଭିଏଫ୍ ଲ୍ୟାବ୍‌ର ମାନକ, କ୍ଲିନିକ୍ ଏବଂ ଭ୍ରୁଣ ବିଶେଷଜ୍ଞଙ୍କ ଅଭିଜ୍ଞତା, ଦମ୍ପତିଙ୍କ ଜୀବନଶୈଳୀ ଇତ୍ୟାଦିରୁ ସଫଳତା ହାରକୁ ପ୍ରଭାବିତ କରିଥାଏ। ଆସନ୍ତୁ ଆଇଭିଏଫ୍‌ର ସଫଳତା ହାରରେ ଯୋଗଦାନ କରୁଥିବା ପ୍ରତ୍ୟେକ କାରକଗୁଡ଼ିକ ଉପରେ ଆଲୋଚନା କରିବା।

ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ୍‌ ପ୍ରକ୍ରିୟା କଣ?

ଆଇଭିଏଫ୍ /ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ ହେଉଛି ଏକ ସହାୟକ ପ୍ରଜନନ ପଦ୍ଧତି ଯାହା ଦମ୍ପତିମାନଙ୍କୁ ସନ୍ତାନ ଜନ୍ମ କରିବାରେ ସାହାଯ୍ୟ କରିଥାଏ ଯଦି ଦମ୍ପତି ପୁରୁଷ ବନ୍ଧ୍ୟାକରଣ, ଏଣ୍ଡୋମେଟ୍ରିଓସିସ୍, ଟ୍ୟୁବାଲ୍ ବ୍ଲକେଜ୍‌, ଲୋ ଏଗ୍‌ ରିଜର୍ଭ ଏବଂ ଅନ୍ୟାନ୍ୟ ପ୍ରଜନନ ସମ୍ୱନ୍ଧିତ ସମସ୍ୟା ଭଳି ବିଭିନ୍ନ କାରଣଗୁଡ଼ିକରୁ ସ୍ୱାଭାବିକ ଭାବେ ଗର୍ଭଧାରଣ କରିବାରେ ଅସମର୍ଥ ଅଟନ୍ତି। ଏହି ପ୍ରକ୍ରିୟାରେ, କିଛି ହରମୋନ୍ ଇଞ୍ଜେକ୍ସନ ମାଧ୍ୟମରେ, ମହିଳା ସାଥୀଙ୍କ ଠାରୁ ଅଣ୍ଡା ନିଆଯାଇଥାଏ ଏବଂ ପୁରୁଷ ସାଥୀଙ୍କ ଶୁକ୍ରାଣୁ ସହିତ ଯୋଡ଼ାଯାଇଥାଏ ଯାହାର ପରିଣାମସ୍ୱରୂପ ଏକ ଭ୍ରୁଣ ସୃଷ୍ଟି ହୋଇଥାଏ ଯାହାକୁ ପରେ ବୃଦ୍ଧି ଏବଂ ବିକାଶ ପାଇଁ ମହିଳାଙ୍କ ଗର୍ଭାଶୟରେ ପୁନର୍ବାର ଭର୍ତ୍ତି କରାଯାଇଥାଏ।

ଆଇଭିଏଫ୍‌କୁ ନୂତନ ଭ୍ରୁଣ ସ୍ଥାନାନ୍ତରଣ କିମ୍ବା ଫ୍ରୋଜେନ୍‌ ଭ୍ରୁଣ ସ୍ଥାନାନ୍ତରଣ ଭାବରେ କରାଯାଇପାରିବ। ଯେତେବେଳେ ଭ୍ରୁଣ ଗଠନର 3 କିମ୍ବା 5 ଦିନ ମଧ୍ୟରେ ମହିଳାଙ୍କ ଗର୍ଭାଶୟକୁ ସ୍ଥାନାନ୍ତରିତ କରାଯାଇଥାଏ, ତେବେ ଏହାକୁ ଏକ ନୂତନ ଭ୍ରୁଣ ସ୍ଥାନାନ୍ତରଣ କୁହାଯାଏ। ଯେତେବେଳେ ଭ୍ରୁଣକୁ ଗୋଟିଏ ମାସ କିମ୍ବା ଏହାପରେ ଫ୍ରୋଜେନ୍‌ ଭ୍ରୁଣକୁ ମହିଳାଙ୍କ ଗର୍ଭାଶୟରେ ସ୍ଥାନାନ୍ତରିତ କରାଯାଏ, ଏହାକୁ ଏକ ଫ୍ରୋଜେନ୍‌ ଏମ୍ୱ୍ରିୟୋ ଟ୍ରାନ୍ସଫର୍‌ କୁହାଯାଇଥାଏ।ନୂତନ ଭ୍ରୁଣ ସ୍ଥାନାନ୍ତରଣ ତୁଳନାରେ ଫ୍ରୋଜେନ୍‌ ଭ୍ରୁଣ ସ୍ଥାନାନ୍ତରଣର ସଫଳତା ହାର ଭଲ ରହିଥାଏ।

ଏକକ ଭ୍ରୁଣ ସ୍ଥାନାନ୍ତରଣ (ସିଙ୍ଗଲ୍‌ ଏମ୍ୱ୍ରିୟୋ ଟ୍ରାନ୍ସଫର୍‌) ପରି ଉନ୍ନତ ଜ୍ଞାନକୌଶଳ, ଯେଉଁଥିରେ କେବଳ ଗୋଟିଏ ସୁସ୍ଥ ଭ୍ରୁଣକୁ ଚୟନ କରାଯାଇ ସ୍ଥାନାନ୍ତରିତ କରାଯାଇଥାଏ ଏବଂ ଆଇଭିଏଫ୍ ମାଧ୍ୟମରେ କେବଳ ଗୋଟିଏ ସୁସ୍ଥ ଶିଶୁର ଗର୍ଭଧାରଣ ଏବଂ ପ୍ରସବକୁ ସକ୍ଷମ କରିଥାଏ, ଯେଉଁଥିରେ ଉଭୟ ମା ଏବଂ ଶିଶୁ ପାଇଁ ଗର୍ଭଧାରଣ ଏବଂ ଏହା ସହିତ ସମ୍ୱନ୍ଧିତ ଜଟିଳତା ଏବଂ ଭୟ ନଥାଏ। ଆଇଭିଏଫ୍ ମାଧ୍ୟମରେ ଲକ୍ଷ ଲକ୍ଷ ଦମ୍ପତିଙ୍କୁ ପିତାମାତା ହେବାର ସୁଖ ମିଳିପାରିଛି।

ଆଇଭିଫ୍‌ର ସଫଳତା ହାରକୁ ପ୍ରଭାବିତ କରୁଥିବା କାରଣମାନ:

1. ମହିଳାଙ୍କ ବୟସ:

ଆଇଭିଏଫ୍‌ର ସଫଳତା ହାର ପୂର୍ବାନୁମାନ କରିବାରେ ମହିଳାଙ୍କ ବୟସ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାରଣଗୁଡ଼ିକ ମଧ୍ୟରୁ ଅନ୍ୟତମ କାରଣ 32 ବର୍ଷ ପରେ ମହିଳାଙ୍କ ଗର୍ଭଧାରଣ କ୍ଷମତା ହ୍ରାସ ପାଇବାକୁ ଲାଗିଥାଏ ଏବଂ 37 ପରେ ଦ୍ରୁତ ଗତିରେ ହ୍ରାସ ପାଇବା ଦେଖାଯାଏ। ଓସାଇଟ୍ସ (oocyte)ର ଗୁଣବତ୍ତା ଏବଂ ମାତ୍ରା ହ୍ରାସ ପାଇଥାଏ ଯାହାର ପରିଣାମସ୍ୱରୂପ ଗର୍ଭପାତ ହେବାର

ଆଶଙ୍କା ବଢ଼ିଯାଇଥାଏ ଏବଂ ଶିଶୁ ଠାରେ ଜନ୍ମଗତ ଅସ୍ୱାଭାବିକତା ରହିବାର ଆଶଙ୍କା ଥାଏ। ମାତାଙ୍କ ବୟସରେ ବୃଦ୍ଧି କାରଣରୁ ଆଇଭିଏଫ୍‌ର ଫଳାଫଳ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଥାଏ, ଯାହାଦ୍ୱାରା ଗର୍ଭପାତ ଏବ୍‌ ଶିଶୁଜନ୍ମ ସମ୍ୱନ୍ଧିତ ସମସ୍ୟା ରହିବାର ଆଶଙ୍କା ବଢ଼ିଯାଇଥାଏ।

2. ବନ୍ଧ୍ୟାତ୍ୱର କାରଣମାନ:

ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ବନ୍ଧ୍ୟାତ୍ୱର କାରଣ ମଧ୍ୟ ଆଇଭିଏଫ୍ ଚିକିତ୍ସାର ସଫଳତାର ନିର୍ଦ୍ଧାରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।

3. ମହିଳାମାନଙ୍କର ଓଜନ:

ଅଧିକ ଓଜନ/ମେଦବହୁଳ ମହିଳାମାନଙ୍କ ଠାରେ ଆଇଭିଏଫ୍‌ ଚିକିତ୍ସା ପ୍ରକ୍ରିୟା ସମୟରେ ଉତ୍ତେଜନା ପ୍ରତି ଠିକ୍‌ଠାକ୍‌ ପ୍ରତିକ୍ରିୟା କରିପାରନ୍ତି ନାହିଁ ଏବଂ ସେମାନଙ୍କ ଠାରୁ କେବଳ ଅଳ୍ପ କିଛି ଓସାଇଟ୍ (ଅଣ୍ଡା) ଉଦ୍ଧାର କରାଯାଇପାରିଥାଏ। ମେଦବହୁଳତାର ପରିଣାମସ୍ୱରୂପ ନିଷେଚନ (ଫର୍ଟିଲାଇଜେସନ୍) ହାର କମ୍‌ ହୋଇପାରେ ଏବଂ ଗର୍ଭପାତର ହାର ଅଧିକ ହୋଇପାରେ। ଓଜନ ହ୍ରାସ କରିବା ଦ୍ୱାରା ଆଇଭିଏଫ୍‌ ଫଳାଫଳକୁ ଉନ୍ନତ କରାଯାଇପାରିବ।

4. ଅଣ୍ଡା, ଶୁକ୍ରାଣୁ ଏବଂ ଭ୍ରୁଣର ଗୁଣବତ୍ତା:

ଏକ ସଫଳ ଆଇଭିଏଫ୍‌ ଫଳାଫଳ ପାଇଁ, ଗ୍ୟାମେଟ (gamete)ର ଗୁଣବତ୍ତା ଯାହାକି ହେଉଛି ଅଣ୍ଡା ଏବଂ ଶୁକ୍ରାଣୁ, ଏବଂ ଅଣ୍ଡା ଏବଂ ଶୁକ୍ରାଣୁର ମିଶ୍ରଣ ଦ୍ୱାରା ସୃଷ୍ଟି ହୋଇଥିବା ଭ୍ରୁଣର ଗୁଣବତ୍ତା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାଇକ୍ରୋଫ୍ଲୁଇଡିକ୍ସ ପରି ଉନ୍ନତ ଶୁକ୍ରାଣୁ ଚୟନ ପଦ୍ଧତି ରହିଛି ଯାହା ଆଇଭିଏଫ୍‌ ପ୍ରକ୍ରିୟା ପାଇଁ ସର୍ବୋତ୍ତମ ଗୁଣବତ୍ତା ଥିବା ଶୁକ୍ରାଣୁର ଚୟନ କରିବାରେ ସାହାଯ୍ୟ କରିଥାଏ। ଅଣ୍ଡାର ଖରାପ ଗୁଣବତ୍ତା ସଫଳତା ହାରକୁ ପ୍ରଭାବିତ କରିବ ଏବଂ କେତେକ କ୍ଷେତ୍ରରେ, ଆଇଭିଏଫ୍‌ ସଫଳତା ହାରରେ ସୁଧାର ପାଇଁ ଦାତା (ଡୋନର୍‌)ଙ୍କ ଅଣ୍ଡାକୁ ପ୍ରାଥମିକତା ଦିଆଯାଇପାରିବ।

35 ବର୍ଷରୁ ଅଧିକ ବୟସ୍କ ମହିଳାଙ୍କ କ୍ଷେତ୍ରରେ କିମ୍ୱା ଆନୁବାଂଶିକ ବିକାର (ଜେନେଟିକ୍‌ ଡିସ୍‌ଅର୍ଡର୍‌) ଥିବା ଦମ୍ପତ୍ତିଙ୍କ ମାମଲାରେ ପିଜିଟି (PGT) (ପ୍ରି-ଇମ୍ପ୍ଲାଣ୍ଟେସନ୍ ଜେନେଟିକ୍ ଟେଷ୍ଟିଂ) ପରି ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ସ୍ଥାନାନ୍ତରଣ ପାଇଁ ସର୍ବୋତ୍ତମ ଭ୍ରୁଣର ଚୟନ କରାଯାଇପାରିବ, ଯାହାଦ୍ୱାରା ଗର୍ଭପାତ ହେବାର ଆଶଙ୍କା କମ୍‌ କରାଯାଇପାରିବ।

5. ଜୀବନଶୈଳୀ ସମ୍ୱନ୍ଧିତ କାରମମାନ:

ଧୂମପାନ, ମଦ୍ୟପାନ ଏବଂ ଜଙ୍କ ଫୁଡ୍ର ସେବନ ଆଇଭିଏଫ୍‌ର ଫଳାଫଳ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ।

6. ଏଣ୍ଡୋମେଟ୍ରିଅମ୍ର ମୋଟେଇ ଏବଂ ଆଇଭିଏଫ୍‌ର ସଫଳତା ହାର:

ଏଣ୍ଡୋମେଟ୍ରିଅମ୍ / ଗର୍ଭାଶୟର ଲାଇନିଂ ଘନତା ଏକ ସଫଳ ଗର୍ଭଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। 7 ମିମିରୁ କମ୍ ଏଣ୍ଡୋମେଟ୍ରିଅମ୍ ପ୍ରତିରୋପଣ ଏବଂ ଗର୍ଭଧାରଣ ହାରକୁ କମ୍‌ କରିପାରେ।

ଭାରତରେ ଆଇଭିଏଫ୍‌ର ସଫଳତା ହାର କେତେ ରହିଛି?

ଆଇଭିଏଫ୍‌ର ସଫଳତା ହାର ଦମ୍ପତିଙ୍କ ବୟସ, ବିଏମ୍‌ଆଇ, ବନ୍ଧ୍ୟାତ୍ୱର କାରଣ, ଜୀବନଶୈଳୀ ଇତ୍ୟାଦି ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ କାରଣ ଭିନ୍ନ ଭିନ୍ନ ରହିଥାଏ। ଅତ୍ୟାଧୁନିକ ଆଇଭିଏଫ୍‌ ଲ୍ୟାବ, ସୁନାମଧନ୍ୟ ପ୍ରଜନନ ବିଶେଷଜ୍ଞ ଏବଂ ଭ୍ରୁଣ ବିଶେଷଜ୍ଞଙ୍କ ଦ୍ୱାରା ଓଆସିସ୍ ଫର୍ଟିଲିଟିରେ ଆଇଭିଏଫ୍‌ର ସଫଳତା ହାର 69% ରହିଛି।

ବୟସ ଦ୍ୱାରା ଆଇଭିଏଫ୍‌ ସଫଳତା ହାର:

ବୟସ ଆଇଭିଏଫ୍‌ ଚିକିତ୍ସା ପ୍ରକ୍ରିୟାର ଫଳାଫଳ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଓଆସିସ୍ ଫର୍ଟିଲିଟିରେ, 30 ବର୍ଷରୁ କମ୍ ମହିଳାଙ୍କ ପାଇଁ, ଆଇଭିଏଫ୍ ସଫଳତା ହାର 60% ରୁ ଅଧିକ ହୋଇଥିବାବେଳେ 35 ବର୍ଷରୁ ଅଧିକ ମହିଳାଙ୍କ ପାଇଁ ସଫଳତା ହାର 50% ରହିଛି।

ଆଇଭିଏଫ୍‌ ଚିକିତ୍ସା ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ଆବଶ୍ୟକ ଥିବା ଜୀବନଶୈଳୀରେ ପରିବର୍ତ୍ତନ:

– ଓଜନ ପ୍ରବନ୍ଧନ:

ଓଜନ ହ୍ରାସ ଦ୍ୱାରା ଆଇଭିଏଫ୍‌ର ସଫଳତା ହାରରେ ସୁଧାର ଆଣିବାରେ ସାହାଯ୍ୟ ମିଳିଥାଏ। ଆଇଭିଏଫ୍‌ ନେବା ପୂର୍ବରୁ ଆପଣଙ୍କର ବିଏମ୍‌ଆଇ ବିଷୟରେ ଜାଣନ୍ତୁ ଏବଂ ଓଜନ ହ୍ରାସ କରିବା ଉପରେ ଧ୍ୟାନ ଦେବା ଆରମ୍ଭ କରନ୍ତୁ।

– ସୁସ୍ଥ ଭୋଜନ:

ସୁସ୍ଥ ଭୋଜନ ଦ୍ୱାରା ଏକ ସଫଳ ଗର୍ଭଧାରଣ ପାଇବାରେ ବହୁତ ସହାୟତା ମିଳିଥାଏ।

– ବ୍ୟାୟାମ:

ସାମଗ୍ରିକ ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ଏବଂ ଏକ ଉତ୍ତମ ଆଇଭିଏଫ୍‌ ସଫଳତା ହାରରେ ସହାୟତା ପାଇବା ପାଇଁ ମଧ୍ୟ ନିୟମିତ ବ୍ୟାୟାମ ଅତ୍ୟନ୍ତ ଆବଶ୍ୟକ।

– ଚାପ ପରିଚାଳନା:

ଚାପ ମାସିକ ଋତୁଚକ୍ରକୁ ପ୍ରଭାବିତ କରିପାରେ ଏବଂ ଆଇଭିଏଫ୍‌ ଫଳାଫଳକୁ ଖରାପ୍‌ କରିପାରେ। ଥରେ ଆପଣ ଆଇଭିଏଫ୍ ନେବାକୁ ସ୍ଥିର କରିସାରିବା ପରେ, ଆପଣଙ୍କୁ ଶାନ୍ତ ଏବଂ ଚାପମୁକ୍ତ ମନ ରଖିବାକୁ ପଡ଼ିବ। ଚିନ୍ତା, ଭୟ କିମ୍ବା ଅବସାଦ ଗର୍ଭଧାରଣର ସମ୍ଭାବନାକୁ ହ୍ରାସ କରିପାରେ।

ପ୍ରାକୃତିକ ଉପାୟ ହୋଇଥାଉ କିମ୍ୱା ଇନ୍ ଭିଟ୍ରୋ ଫର୍ଟିଲାଇଜେସନ୍ କିମ୍ୱା ଆଇଭିଏଫ୍‌ ପ୍ରକ୍ରିୟା ମାଧ୍ୟମରେ ହୋଇଥାଉ, ପିତାମାତା ହେବା ହେଉଛି ଏକ ବହୁତ ସୁନ୍ଦର ଯାତ୍ରା। ଆଇଭିଏଫ୍‌ ଚିକିତ୍ସା କରାଇବା ପୂର୍ବରୁ ଇନ୍‌ ଭିଟ୍ରୋ ଫର୍ଟିଲାଇଜେସନ୍‌ ପ୍ରକ୍ରିୟା ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କେବଳ ସେତିକି ନୁହେଁ ଏକ ସକରାତ୍ମକ ମାନସିକତା ଏବଂ ବାସ୍ତବବାଦୀ ଆଶା ରଖିବା ଦ୍ୱାରା ଆପଣଙ୍କୁ ବିନା କୌଣସି ଅସୁବିଧାରେ ଚିକିତ୍ସା ପ୍ରକ୍ରିୟା ଦେଇ ଯିବାରେ ସାହାଯ୍ୟ ମିଳିବ। ଯେତେବେଳେ ଆଇଭିଏଫ୍ ସଫଳତା ହାର ବିଷୟରେ କଥା ଆସେ ତେବେ ଜୀବନଶୈଳୀ ସମ୍ୱନ୍ଧିତ କାରକ ଏକ ଗେମ୍‌-ଚେଞ୍ଜର୍‌ ହୋଇପାରେ, ଏହାପାଇଁ ଧୂମପାନ ଛାଡିବା, ମଦ୍ୟପାନ କମ୍‌ କରିବା ଏବଂ ଏକ ସୁସ୍ଥ ଖାଦ୍ୟ

ଖାଇବାକୁ ଅନ୍ତର୍ଭୁକ୍ତ କରି ଆପଣ ନିଜ ଜୀବନଶୈଳୀକୁ ପରିବର୍ତ୍ତନ କରିପାରିବେ। ଶୁଭ ପିତାମାତାଙ୍କୁ ଶୁଭେଚ୍ଛା! ଯଦି ଆପଣଙ୍କ ଡାକ୍ତର ଆଇଭିଏଫ୍‌ର ପରାମର୍ଶ କରନ୍ତି, ତେବେ ଆପଣ ନିଜ ଚିନ୍ତାଗୁଡ଼ିକୁ ଛାଡି ଏବଂ ଆତ୍ମବିଶ୍ୱାସର ସହିତ ଆଇଭିଏଫ୍‌ କରାନ୍ତୁ!

Write a Comment